ଏଥର ହୋଲିରେ: ୫ଟି ରାଶି ପାଇଁ ଧନ ବର୍ଷା

ଏଥର ମାର୍ଚ୍ଚ ମାସ ଆରମ୍ଭରୁ ପଡ଼ିବ ରଙ୍ଗର ପର୍ବ ହୋଲି। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏଥରର ହୋଲି ପର୍ବ ୫ଟି ରାଶି ପାଇଁ ଅପାର ଖୁସି ନେଇ ଆସିବ। ହୋଲିରେ ମହାସଂଯୋଗ ହେବାକୁ ଯାଉଥିବାରୁ ୫ଟି ରାଶି ଉପରେ ଧନର ଦେବତା କୁବେରଙ୍କର ଅପାର କୃପା ବର୍ଷା ହେବ। କୁବେରଙ୍କ କୃପାରୁ ଏହି ୫ ରାଶିର ବ୍ୟକ୍ତିମାନେ ପ୍ରଚୁର ଧନଲାଭ କରିବେ। ଆସନ୍ତୁ ଜାଣିବା କେଉଁ ରାଶିର ଲୋକମାନେ କୁବେରଙ୍କ କୃପାରୁ ମାଲାମାଲ ହେବେ। ମେଷ: ଏହି ହୋଲିରେ […]

play holi

Rakesh Mallick
  • Published: Monday, 12 February 2018
  • , Updated: 12 February 2018, 11:04 PM IST

ଏଥର ମାର୍ଚ୍ଚ ମାସ ଆରମ୍ଭରୁ ପଡ଼ିବ ରଙ୍ଗର ପର୍ବ ହୋଲି। ଜ୍ୟୋତିଷଶାସ୍ତ୍ର ଅନୁସାରେ ଏଥରର ହୋଲି ପର୍ବ ୫ଟି ରାଶି ପାଇଁ ଅପାର ଖୁସି ନେଇ ଆସିବ। ହୋଲିରେ ମହାସଂଯୋଗ ହେବାକୁ ଯାଉଥିବାରୁ ୫ଟି ରାଶି ଉପରେ ଧନର ଦେବତା କୁବେରଙ୍କର ଅପାର କୃପା ବର୍ଷା ହେବ। କୁବେରଙ୍କ କୃପାରୁ ଏହି ୫ ରାଶିର ବ୍ୟକ୍ତିମାନେ ପ୍ରଚୁର ଧନଲାଭ କରିବେ। ଆସନ୍ତୁ ଜାଣିବା କେଉଁ ରାଶିର ଲୋକମାନେ କୁବେରଙ୍କ କୃପାରୁ ମାଲାମାଲ ହେବେ।

ମେଷ: ଏହି ହୋଲିରେ ମେଷ ରାଶି ପାଇଁ ଧନପ୍ରାପ୍ତିର ଯୋଗ ରହିଛି। ଅଟକି ଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। କରଜ ନେଇଥିବା ବ୍ୟକ୍ତି କରଜ ଫେରାଇଦେବେ। ପ୍ରଚୁର ଧନପ୍ରାପ୍ତି ଯୋଗୁଁ ମନ ପ୍ରଫୁଲ୍ଲ ରହିବା ସହିତ ପାରିବାରିକ ସହଯୋଗ ଓ ଶାନ୍ତି ରହିବ। ପତ୍ନୀଙ୍କ ସହଯୋଗ ପାଇ ଖୁସୀ ହେବେ।

ବୃଷଭ: ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହା ହିଁ ଆପଣଙ୍କ ଶୁଭ ସମୟ ହେବ। ବ୍ୟବସାୟରେ ସଫଳତା ମିଳିବ। ପରିଶ୍ରମର ଫଳ ବୃଥା ହେବ ନାହିଁ। ଆପଣଙ୍କ ଉପରେ ମହାଲକ୍ଷ୍ମୀଙ୍କର ଅପାର କରୁଣା ରହିବ।

ସିଂହ: ଜୀବନରେ ଅଚାନକ ନୂଆ ପରିବର୍ତ୍ତନ ଆସିପାରେ। କ୍ରୋଧରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଏଥର ହୋଲିରେ ମହାଲକ୍ଷ୍ମୀଙ୍କ କୃପା ଆପଣଙ୍କ ସହିତ ରହିଛି।

ତୁଳା: ବ୍ୟବସାୟରେ ଅଚାନକ ବୃଦ୍ଧି ହେବା ସହିତ ପ୍ରଚୁର ଲାଭ ମଧ୍ୟ ହେବ। ହୋଲିରେ ମହାସଂଯୋଗ ହେଉଥିବାରୁ ତୁଳା ରାଶିଙ୍କ ପାଇଁ ପ୍ରଚୁର ଧନ ଲାଭ ହେବ।

ମୀନ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ୨୦୧୮ ଶୁଭଙ୍କର ହେବ। ବ୍ୟବସାୟ ବଢ଼ାଇବା ପାଇଁ ବନ୍ଧୁଙ୍କ ସହଯୋଗ ନେଇ ପାରନ୍ତି। ପାରିବାରିକ ସୁଖ ଶାନ୍ତି ମିଳିବା ସହିତ ଆର୍ଥିକ ସ୍ଥିତି ଦ୍ରୁତ ଗତିରେ ସୁଧୁରିବ।

Related story