ବେଲ୍ଟ ପିନ୍ଧିବା ବେଳେ କରନ୍ତୁ ନାହିଁ ଏହି ଭୁଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଲ୍ଟ ପିନ୍ଧିବାକୁ ସମସ୍ତେ ଭଲ ପାଇଥାନ୍ତି। ଏହା ଆମ ଦୈନନ୍ଦିନ ପରିଧାନର ଏକ ଅଂଶ। ଆଜିକାଲି ବିଭିନ୍ନ ଡିଜାଇନ୍‌ର ବେଲ୍ଟ ବଜାରରେ ମିଳୁଛି। ପୁଅ ଓ ଝିଅ ସମସ୍ତେ ବେଲ୍ଟ ପିନ୍ଧିଥାନ୍ତି। ଖାସ୍‌ କରି ପୁରୁଷମାନେ ବେଲ୍ଟକୁ ନେଇ ବହୁତ ଉତ୍ସାହିତ ରହିଥାନ୍ତି। ହେଲେ ସବୁଦିନ ବେଲ୍ଟ ପିନ୍ଧିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଦିନସାରା ବେଲ୍ଟ ପିନ୍ଧିବା ଦ୍ୱାରା ପେଟର ନର୍ଭ ଗୁଡିକ ଠିକ୍‌ରେ କାମ କରି ନଥାଏ। ଦୀର୍ଘଦିନ ଏହି […]

belt

Rakesh Mallick
  • Published: Thursday, 12 April 2018
  • , Updated: 12 April 2018, 08:51 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଲ୍ଟ ପିନ୍ଧିବାକୁ ସମସ୍ତେ ଭଲ ପାଇଥାନ୍ତି। ଏହା ଆମ ଦୈନନ୍ଦିନ ପରିଧାନର ଏକ ଅଂଶ। ଆଜିକାଲି ବିଭିନ୍ନ ଡିଜାଇନ୍‌ର ବେଲ୍ଟ ବଜାରରେ ମିଳୁଛି। ପୁଅ ଓ ଝିଅ ସମସ୍ତେ ବେଲ୍ଟ ପିନ୍ଧିଥାନ୍ତି। ଖାସ୍‌ କରି ପୁରୁଷମାନେ ବେଲ୍ଟକୁ ନେଇ ବହୁତ ଉତ୍ସାହିତ ରହିଥାନ୍ତି। ହେଲେ ସବୁଦିନ ବେଲ୍ଟ ପିନ୍ଧିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଦିନସାରା ବେଲ୍ଟ ପିନ୍ଧିବା ଦ୍ୱାରା ପେଟର ନର୍ଭ ଗୁଡିକ ଠିକ୍‌ରେ କାମ କରି ନଥାଏ। ଦୀର୍ଘଦିନ ଏହି ଅଭ୍ୟାସ ରହିଲେ The Artery, Veins, muscles and intestines ଉପରେ ଚାପ ପଡ଼ିଥାଏ। ଏହାଦ୍ୱାରା ଯୌନ କ୍ଷମତା ହ୍ରାସ ପାଇଥାଏ। ଏହା ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ। ତେଣୁ ଆବଶ୍ୟକ ନଥିଲେ ବେଲ୍ଟ ପିନ୍ଧିବା ଅଭ୍ୟାସ ଛାଡିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଆସନ୍ତୁ ଜାଣିବା ପ୍ରତିଦିନ ବେଲ୍ଟ ପିନ୍ଧୁଥିଲେ କେଉଁ ସମସ୍ୟାରେ ପଡ଼ିବେ।

ଏକ ସର୍ଭେରୁ ଜଣାପଡିଛି, ବେଲ୍ଟ ଟାଇଟ୍‌ କରି ପିନ୍ଧିବା ଦ୍ୱାରା Abdominal muscles କାମ କରିବାର ପ୍ରକ୍ରିୟା ବଦଳି ଯାଇଥାଏ। ଦୀର୍ଘଦିନ ପର୍ଯ୍ୟନ୍ତ ଟାଇଟ୍‌ କରି ବେଲ୍ଟ ପିନ୍ଧିବା ଦ୍ୱାରା ମେରୁଦଣ୍ଡ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହାସହ Center of Gravity ରେ ପରିବର୍ତ୍ତନ ଘଟିଥାଏ। ଏହି କାରଣରୁ ଆଣ୍ଠୁ ଉପରେ ଅଧିକ ଚାପ ପଡ଼ିଥାଏ ଓ Joint pain ଆରମ୍ଭ ହୋଇଯାଇଥାଏ।

ସମସ୍ୟା ହିଁ ସମସ୍ୟା

୧. ପ୍ରତିଦିନ ବେଲ୍ଟ ଟାଇଟ୍‌ କରି ପିନ୍ଧିବା ଦ୍ୱାରା ଖାଦ୍ୟ ହଜମରେ ସମସ୍ୟା ଦେଖା ଦେଇଥାଏ।

୨. ଗ୍ୟାସ ସମସ୍ୟା ସୃଷ୍ଟି ହୋଇଥାଏ।

୩. କୋଷ୍ଠ କାଠିନ୍ୟ ହେବାର ଆଶଙ୍କା ବଢ଼ି ଯାଇଥାଏ।

୪. ଗୋଡ଼ର ହାଡ଼ ଦୁର୍ବଳ ହୋଇଯାଇଥାଏ।

୫. ଯୌନ କ୍ଷମତା କମି ଯାଇଥାଏ।

୬. ଗୋଡ ଫୁଲି ଯାଇଥାଏ।

୭. ଅଣ୍ଟା ଦରଜ ସମସ୍ୟା ବଢ଼ିବାରେ ଲାଗେ।

Related story