ଘରେ ଲଗାନ୍ତୁ ଏହି ପଶୁ ପକ୍ଷୀଙ୍କ ଫଟୋ, ଦୂର ହୋଇଯିବ ଆର୍ଥିକ ସମସ୍ୟା

ହିନ୍ଦୁଶାସ୍ତ୍ର ଅନୁସାରେ ପଶୁପକ୍ଷୀର ବେଶ୍‌ ମହତ୍ୱ ରହିଛି। ପଶୁ ପକ୍ଷୀ ରଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଇଥାନ୍ତି। କୁହାଯାଏ ଏମାନେ ଦୁର୍ଭାଗ୍ୟ ଦୂର କରିବାରେ ସହାୟକ ହୋଇଥାନ୍ତି ।ବାସ୍ତୁ ଅନୁସାରେ ଘରେ ପଶୁ ପକ୍ଷୀଙ୍କ ଛବି ଲଗାଇଲେ ଜୀବନର ସମସ୍ତ ସମସ୍ୟା ଦୂର ହୋଇ ସୁଖ ସମୃଦ୍ଧି ବଢିଥାଏ। ତେବେ ଆସନ୍ତୁ ଜାଣିବା ଘରର କେଉଁ ଦିଗରେ କେଉଁ ପଶୁ ପକ୍ଷୀଙ୍କ ଛବି ଲଗାଇବା ଶୁଭ । ୧. ହିନ୍ଦୁ ଧର୍ମରେ ଗାଈକୁ ମାତାର ସ୍ଥାନ ଦିଆଯାଇଛି। […]

cow-indian

Rakesh Mallick
  • Published: Friday, 08 December 2017
  • , Updated: 08 December 2017, 10:26 AM IST

ହିନ୍ଦୁଶାସ୍ତ୍ର ଅନୁସାରେ ପଶୁପକ୍ଷୀର ବେଶ୍‌ ମହତ୍ୱ ରହିଛି। ପଶୁ ପକ୍ଷୀ ରଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଇଥାନ୍ତି। କୁହାଯାଏ ଏମାନେ ଦୁର୍ଭାଗ୍ୟ ଦୂର କରିବାରେ ସହାୟକ ହୋଇଥାନ୍ତି ।ବାସ୍ତୁ ଅନୁସାରେ ଘରେ ପଶୁ ପକ୍ଷୀଙ୍କ ଛବି ଲଗାଇଲେ ଜୀବନର ସମସ୍ତ ସମସ୍ୟା ଦୂର ହୋଇ ସୁଖ ସମୃଦ୍ଧି ବଢିଥାଏ। ତେବେ ଆସନ୍ତୁ ଜାଣିବା ଘରର କେଉଁ ଦିଗରେ କେଉଁ ପଶୁ ପକ୍ଷୀଙ୍କ ଛବି ଲଗାଇବା ଶୁଭ ।

୧. ହିନ୍ଦୁ ଧର୍ମରେ ଗାଈକୁ ମାତାର ସ୍ଥାନ ଦିଆଯାଇଛି। ସେମାନଙ୍କ ଦେହରେ ୩୩ କୋଟି  ମଧ୍ୟରେ ୩୩କୋଟି ଦେବ,ଦେବୀ ବାସ ଥିବା ବିଶ୍ୱାସ ରହିଛି । ଘର-ଦୋକାନର ଉତ୍ତର-ପୂର୍ବ ଦିଗରେ ଗାଈର ଫଟୋ ଟାଙ୍ଗିଲେ ଦ୍ୱାରା ଦୁର୍ଭାଗ୍ୟ ଦୂର ହୋଇଥାଏ।

୨. ଦଶ ଅବତାର ମଧ୍ୟରୁ ଗୋଟିଏ ହେଉଛି କଇଁଛ। ଘରେ କଇଁଛ ରଖିବା ଶୁଭ। ଯଦି ପ୍ରକୁତ କଇଁଛ ରଖିବାକୁ ଅସମର୍ଥ ତେବେ ରୋଷେଇ ଘର ଅବା ଦୋକାନରେ ଏହାର ଫଟୋ ଟାଙ୍ଗିଦିଅନ୍ତୁ ।

୩. ଭଗବାନ କାର୍ତ୍ତିକେୟଙ୍କ ବାହାନ ମୟୂର । ଘରେ ଟଙ୍କା ରଖୁଥିବା ସ୍ଥାନରେ ମୟୂର ଚୁଳ ରଖିବା ଦ୍ୱାରା ଅର୍ଥାଭାବ ଦେଖାଦେଇନଥାଏ ବୋଲି ବିଶ୍ୱାସ ରହିଛି।

୪. ଭଗବାନ ଗଣେଶଙ୍କ ପ୍ରତୀକ ହାତୀ ବୋଲି ବିଶ୍ୱାସ ରହିଛି। ସ୍ୱାମୀ ସ୍ତ୍ରୀଙ୍କ ଶୋଇବା କକ୍ଷରେ ଧଳା ହାତୀର ଫଟୋ ଲଗାଇବା ଦ୍ୱାରା ସୁଖଶାନ୍ତି ବୃଦ୍ଧି ପାଇଥାଏ।

୫. ମତ୍ସ୍ୟ ଅବତାର କାରଣରୁ ମାଛ ବିଷ୍ଣୁଙ୍କ ପ୍ରତୀକ ବୋଲି ବିଶ୍ୱାସ ରହିଛି। ଘର, ଦୋକାନ ଓ ପୂଜା ଘରେ ମାଛର ଫଟୋ ଲଗାଇବା ଦ୍ୱାରା ଭାଗ୍ୟ ପରିବର୍ତ୍ତନ ହୋଇଥାଏ  ଓ ଅର୍ଥାଭାବ ଦୂର ହୋଇଥାଏ।

Related story