ଧନିଆ ପତ୍ରକୁ ଘରେ ଦୀର୍ଘ ଦିନ ଧରି କିପରି ରଖିବେ ତାଜା: ଜାଣନ୍ତୁ ଏହାର ଟିପ୍ସ

ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଆମେ ଧନିଆ ପତ୍ର ବ୍ୟବହାର କରିଥାଉ। ଧନିଆ ପତ୍ରକୁ ଆମେ ବିଭିନ୍ନ ତରକାରୀରେ ପକାଇବା ସହ ଚଟଣୀ କରି ମଧ୍ୟ ଖାଉଥାଉ। ଅନ୍ୟ ଦିନ ଗୁଡ଼ିକ ଅପେକ୍ଷା ଶୀତ ଦିନେ ଧନିଆ ପତ୍ର ପ୍ରଚୁର ମାତ୍ରାରେ ମିଳିଥାଏ। ଅନେକ ସମୟରେ ଦେଖାଯାଏ ବଜାରରୁ ଧନିଆ ପତ୍ର ଆଣି ଫ୍ରିଜ୍‌ରେ ରଖିବା ପରେ ଏହା ଝାଉଁଳି ଯିବା ସହ ପଚି ମଧ୍ୟ ଯାଇଥାଏ। ହେଲେ ଚିନ୍ତା କରନ୍ତୁ ନାହିଁ ଧନିଆ ପତ୍ରକୁ ତାଜା […]

leave

Rakesh Mallick
  • Published: Friday, 19 January 2018
  • , Updated: 19 January 2018, 09:38 AM IST

ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଆମେ ଧନିଆ ପତ୍ର ବ୍ୟବହାର କରିଥାଉ। ଧନିଆ ପତ୍ରକୁ ଆମେ ବିଭିନ୍ନ ତରକାରୀରେ ପକାଇବା ସହ ଚଟଣୀ କରି ମଧ୍ୟ ଖାଉଥାଉ। ଅନ୍ୟ ଦିନ ଗୁଡ଼ିକ ଅପେକ୍ଷା ଶୀତ ଦିନେ ଧନିଆ ପତ୍ର ପ୍ରଚୁର ମାତ୍ରାରେ ମିଳିଥାଏ। ଅନେକ ସମୟରେ ଦେଖାଯାଏ ବଜାରରୁ ଧନିଆ ପତ୍ର ଆଣି ଫ୍ରିଜ୍‌ରେ ରଖିବା ପରେ ଏହା ଝାଉଁଳି ଯିବା ସହ ପଚି ମଧ୍ୟ ଯାଇଥାଏ। ହେଲେ ଚିନ୍ତା କରନ୍ତୁ ନାହିଁ ଧନିଆ ପତ୍ରକୁ ତାଜା ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ।

ପ୍ରଥମେ ଧନିଆ ପତ୍ରର ନାଡ଼କୁ ଏକ ଛୁରୀ ସାହାଯ୍ୟରେ କାଟି ଦିଅନ୍ତୁ। ହେଲେ ଧ୍ୟାନ ରଖିବେ ଧନିଆ ପତ୍ରକୁ ଧୋଇବେ ନାହିଁ। ଏକ ଏୟାର ଟାଇଟ୍‌ ଡବାରେ ଟିସୁ ପେପର୍‌ ପକାଇ ଧନିଆ ପତ୍ର ଏଥିରେ ରଖନ୍ତୁ। ଏହାପରେ  ଧନିଆ ପତ୍ର ଉପରେ  ଆଉ ଏକ ଟିସୁ ପେପର ରଖି ଡବାଟିକୁ ବନ୍ଦ କରି ଦିଅନ୍ତୁ। ଏହି ପ୍ରଣାଳୀରେ ଧନିଆ ପତ୍ର ରଖିବା ଦ୍ୱାରା ଏହା ସୁରକ୍ଷିତ ହୋଇ ରହିଥାଏ। ଏହାସହ ଧନିଆ ପତ୍ରକୁ ଅନେକ ଦିନ ରଖି ବ୍ୟବହାର କରି ପାରିବେ।

Related story