ତ୍ରାହି ଅଚ୍ୟୁତ ଆଶ୍ରମରେ ଉତ୍ତେଜନା: ଧସେଇ ପଶି ଉତ୍ତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା, ପୋଡାଜଳା

ଭୁବନେଶ୍ୱର: ଜମି ଜବରଦଖଲ ବିବାଦରେ ଫସିଥିବା ତ୍ରାହି ଅଚ୍ୟୁତ ଆଶ୍ରମରେ ଆଜି ଉତ୍ତେଜନା ପ୍ରକାଶ ପାଇଛି । ସନ୍ଧ୍ୟାରେ ଶହ ଶହ ଉତ୍ତ୍ୟକ୍ତ ଲୋକ ବାଲିପାଟଣା ଝିଣ୍ଟ ଶାସନରେ ଥିବା ଆଶ୍ରମ ମଧ୍ୟକୁ ଧସେଇ ପସିବା ସହ ଭଙ୍ଗାରୁଜୁ ଓ ପୋଡାଜଳା କରିଛନ୍ତି । ଉତ୍ତ୍ୟକ୍ତ ଲୋକେ ଆଶ୍ରମ ମଧ୍ୟରେ ଥିବା ଦୋକାନ, ଲାଗିଥିବା ଲାଇଟ ଭଙ୍ଗାରୁଜା କରିଛନ୍ତି । ଏହାସହ ଆଶ୍ରମ ପରିସରରେ ଥିବା ୧୫ରୁ ଊର୍ଦ୍ଧ୍ୱ ଗାଡି ପୋଡି ଦେଇଛନ୍ତି । ଉତ୍ତ୍ୟକ୍ତ ଲୋକେ […]

trihi achuyta

Rakesh Mallick
  • Published: Sunday, 30 August 2015
  • , Updated: 30 August 2015, 06:34 PM IST

ଭୁବନେଶ୍ୱର: ଜମି ଜବରଦଖଲ ବିବାଦରେ ଫସିଥିବା ତ୍ରାହି ଅଚ୍ୟୁତ ଆଶ୍ରମରେ ଆଜି ଉତ୍ତେଜନା ପ୍ରକାଶ ପାଇଛି । ସନ୍ଧ୍ୟାରେ ଶହ ଶହ ଉତ୍ତ୍ୟକ୍ତ ଲୋକ ବାଲିପାଟଣା ଝିଣ୍ଟ ଶାସନରେ ଥିବା ଆଶ୍ରମ ମଧ୍ୟକୁ ଧସେଇ ପସିବା ସହ ଭଙ୍ଗାରୁଜୁ ଓ ପୋଡାଜଳା କରିଛନ୍ତି । ଉତ୍ତ୍ୟକ୍ତ ଲୋକେ ଆଶ୍ରମ ମଧ୍ୟରେ ଥିବା ଦୋକାନ, ଲାଗିଥିବା ଲାଇଟ ଭଙ୍ଗାରୁଜା କରିଛନ୍ତି । ଏହାସହ ଆଶ୍ରମ ପରିସରରେ ଥିବା ୧୫ରୁ ଊର୍ଦ୍ଧ୍ୱ ଗାଡି ପୋଡି ଦେଇଛନ୍ତି । ଉତ୍ତ୍ୟକ୍ତ ଲୋକେ ଆଶ୍ରମକୁ ବନ୍ଦ କରାଯିବା ସହ ସୁରେନ୍ଦ୍ର ମିଶ୍ର ଓରଫ ସୁର ବାବାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଖବର ପାଇ ପୋଲିସ ମୁଖ୍ୟାଳୟରୁ ୪ ପ୍ଲାଟୁନ ଫୋର୍ସ ପଠାଇ ଥିଲା । ଏହାସହ ପୋଲିସ କମିଶନର ଆର.ପି. ଶର୍ମା ଉପସ୍ଥିତ ରହି ଉତ୍ତ୍ୟକ୍ତ ଲୋକଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି । ଏପଟେ ଆବଶ୍ୟକ ପଡିଲେ ଅଧିକ ଫୋର୍ସ ମୁତୟନ ହେବା ନେଇ ଏଡିଜି ବିନୟାନନ୍ଦ ଝା ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ବାଲିପାଟଣା ଥାନାରେ ଏକ ଅଭିଯୋଗ ଦାଖଲ ହୋଇଥିବା ଜଣାପଡିଛି । ତେବେ କାହାକୁ ଆଧାର କରି ଏହି ମାମଲା ଦିଆଯାଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ମିଳିଥିବା ରିପୋର୍ଟ ଅନୁସାରେ ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତିରେ କିଛିଟା ସୁଧାର ଆସିଥିଲେ ବି ଗମ୍ଭୀର ରହିଛି । ସେହିପରି ବାଲେଶ୍ୱରର କଣ୍ଟାପାଳଠାରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମରେ ମଧ୍ୟ ସ୍ଥାନୀୟ ଲୋକେ ଭଙ୍ଗାରୁଜା କରିଥିବା ଜଣାପଡିଛି । ସେହିପରି ମାଲକାନଗିରିର ଜଣେ ଯୁବକ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଚାକିରି କରାଇ ଦେବାକୁ କହି ଅଶ୍ରମ ପକ୍ଷରୁ ଜଣେ ବ୍ୟକ୍ତି ଟଙ୍କା ନେଇଥିଲେ । ଚାକିରି ନ ହେବାରୁ ସେ ଟଙ୍କା ଫେରସ୍ତ ମାଗିବାରୁ ଆଶ୍ରମ ପକ୍ଷରୁ ଟଙ୍କା ନିଆଯାଇ ନ ଥିବା କୁହାଯାଉଛି ବୋଲି ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ସନ୍ଧ୍ୟାରେ ପ୍ରଥମେ ଆଶ୍ରମ ପାଖରେ ହଜାର ହଜାର ସ୍ଥାନୀୟ ଲୋକେ ଏକାଠି ହୋଇ ବାବାଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହାକୁ ନେଇ ଆଶ୍ରମ ଅନ୍ତେବାସୀ ଓ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ବଚସା ହେବା ସହ ଧସ୍ତାଧସ୍ତି ହୋଇଥିଲା । ପରେ ସ୍ଥାନୀୟ ଲୋକେ ଆଶ୍ରମ ମଧ୍ୟକୁ ଧସେଇ ପଶି ଭଙ୍ଗାରୁଜା ଓ ପୋଡାଜଳା କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୋଲିସ କମିଶନର ଆର.ପି. ଶର୍ମା ଉତ୍ତ୍ୟକ୍ତ ଲୋକଙ୍କୁ ଅନୁରୋଧ କରିଛନ୍ତି । ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସ କମିଶନର ସୂଚନା ଦେଇ କହିଛନ୍ତି ଯେ, ଯାହା କିଛି ଅଭିଯୋଗ ଅଛି ସବୁ ଶୁଣିବୁ । ସେ କହିଛନ୍ତି ଯେ, ବର୍ତ୍ତମାନର ମୁଖ୍ୟ କାମ ହେଉଛି ଆଇନଶୃଙ୍ଖଳା ରକ୍ଷା କରିବା । ଜନପ୍ରତିନିଧି ଓ ଉତ୍ତ୍ୟକ୍ତ ଲୋକଙ୍କୁ ଆଇନକୁ ହାତକୁ ନ ନେବାକୁ ବୁଝାଉଛୁ । ଯିଏ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବେଆଇନ କାର୍ଯ୍ୟ କରୁଥିବା କୌଣସି ଲୋକଙ୍କୁ ଛଡାଯିବ ନାହିଁ ବୋଲି ପୋଲିସ କମିଶନର ଶର୍ମା କହିଛନ୍ତି । ଅନ୍ୟପକ୍ଷେ ଏହାକୁ ନେଇ ରାଜନୀତି ମଧ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ଯେ, ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରସଙ୍ଗରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କଂଗ୍ରେସ ମୁଖପାତ୍ର ସୁଲୋଚନା ଦାସ ତାଙ୍କ ପ୍ରତିକ୍ରିୟାରେ ସୁର ବାବାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ଆଶ୍ରମରେ ଯେଉଁ ପରିସ୍ଥିତି ଦେଖା ଦେଲା ତାହା ସରକାରଙ୍କ ବିଫଳତା ବୋଲି ସେ କହିଛନ୍ତି । ରାଜନୈତିକ ପ୍ରୋତ୍ସାହନ ଯୋଗୁ ଏପରି ଜଣକ ପରେ ଜଣେ ବାବାଙ୍କ କାରନାମା ପଦାକୁ ଆସୁଥିବା ସେ କହିଛନ୍ତି। ସେ ଆହୁରି ପ୍ରକାଶ କରିଛନ୍ତି ଯେ, ପ୍ରାୟ ସବୁ ଦଳର ନେତା ଏପରି ବାବାମାନଙ୍କ ପାଖକୁ ଯାଇ ସେମାନଙ୍କ ଭକ୍ତଙ୍କୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରୁଛନ୍ତି । ଏପରି କରାଯିବା ଠିକ ହେଉନାହିଁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ଡିଜିପି ସଞ୍ଜିବ ମାରିକ କହିଛନ୍ତି ଯେ, ତ୍ରାହି ଅଚ୍ୟୁତ ଆଶ୍ରମ ବିରୋଧରେ କୌଣସି ଅଭଯୋଗ ଆସିନାହିଁ । ତ୍ରାହି ଅଚ୍ୟୁତ ଆଶ୍ରମ ବିରୋଧରେ ଅଭିଯୋଗ ଥିଲେ ଥାନାରେ ଜଣାନ୍ତୁ । ଆଶ୍ରମ ବିରୋଧରେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ମାରିକ କହିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱର ଉପକଣ୍ଠ ଥିବା ଆଶ୍ରମ କର୍ତ୍ତୃପକ୍ଷ ୫୦୦ ଡିସିମିଲ ଗୋଚର ଜାଗାକୁ ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା । ଏହି ଜବରଦଖଲ ଜମି ଉପରେ ଆଶ୍ରମକୁ ରାସ୍ତା, ଦାତବ୍ୟ ଚିକିତ୍ସାଳୟ ଓ ପୋଷ୍ଟ ଅଫିସ୍ ଆଦି ନିର୍ମାଣ କରାଯାଇଛି । ଜମି ଜବରଦଖଲ ଅଭିଯୋଗ ମାମଲାରେ ବ୍ୟକ୍ତିଗତ ଭାବେ ହାଜର ହେବକୁ ଆଶ୍ରମ ମୁଖ୍ୟ ସୁରେନ୍ଦ୍ର ମିଶ୍ରଙ୍କୁ ତହସିଲଦାର ନୋଟିସ କରିଥିଲେ । ବାଲିଅନ୍ତା ତହସିଲଦାରଙ୍କ ନିକଟରେ ସୁରେନ୍ଦ୍ରଙ୍କ ପକ୍ଷରୁ ତାଙ୍କ ଓକିଲ ହାଜିର ହୋଇ କାରଣ ଦର୍ଶାଅ ନୋଟିସର ଜବାବଦାଖଲ ପାଇଁ  ଆଶ୍ରମ କର୍ତ୍ତୃପକ୍ଷ ୧୫ଦିନ ସମୟ ମାଗିଥିଲେ। ତେବେ ତହସିଲଦାର ସେମାନଙ୍କୁ ୭ଦିନ ସମୟ ପ୍ରଦାନ କରିଥିଲେ । ଏପରି କି ଆଶ୍ରମରେ ଅନୈତିକ କାର୍ଯ୍ୟ ଚାଲିଥିବା ଅଭିଯୋଗ ଆସିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।

Related story