ହଳଦିଆ ଦାନ୍ତକୁ ଚକ୍‌ ଚକ୍‌ କରେ ହଳଦୀ: ପଢ଼ନ୍ତୁ କେମିତି

ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଆମେ ପ୍ରତିଦିନ ହଳଦୀ ବ୍ୟବହାର କରୁ। ଏହା କେବଳ ଖାଦ୍ୟକୁ ଭଲ ରଙ୍ଗ ଦିଏ ନାହିଁ,  ଶରୀର ପାଇଁ ମଧ୍ୟ ବଡ଼ ଉପକାରୀ ହୋଇଥାଏ। ଏକଥା ଆମେ ସମସ୍ତେ ଜାଣନ୍ତି। ତେବେ ଦାନ୍ତକୁ ଚକ୍‌ ଚକ୍‌ ରଖିବାରେ ମଧ୍ୟ ହଳଦୀ ବେଶ୍‌ ସହାୟକ୍ ହୋଇଥାଏ। ଯେଉଁ ମାନଙ୍କ ଦାନ୍ତ ହଳଦିଆ ପଡ଼ି ଯାଉଛି ସେମାନେ ହଳଦୀ ଦ୍ୱାରା ଏହାକୁ ଧଳା ଓ ଚକ୍‌ ଚକ୍‌ କରିପାରିବେ। ଏହା ହେଉଛି କଣ୍ଟାରେ କଣ୍ଟା […]

Teeth

Ordigital Desk
  • Published: Tuesday, 19 December 2017
  • , Updated: 19 December 2017, 12:45 PM IST

ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଆମେ ପ୍ରତିଦିନ ହଳଦୀ ବ୍ୟବହାର କରୁ। ଏହା କେବଳ ଖାଦ୍ୟକୁ ଭଲ ରଙ୍ଗ ଦିଏ ନାହିଁ,  ଶରୀର ପାଇଁ ମଧ୍ୟ ବଡ଼ ଉପକାରୀ ହୋଇଥାଏ। ଏକଥା ଆମେ ସମସ୍ତେ ଜାଣନ୍ତି। ତେବେ ଦାନ୍ତକୁ ଚକ୍‌ ଚକ୍‌ ରଖିବାରେ ମଧ୍ୟ ହଳଦୀ ବେଶ୍‌ ସହାୟକ୍ ହୋଇଥାଏ। ଯେଉଁ ମାନଙ୍କ ଦାନ୍ତ ହଳଦିଆ ପଡ଼ି ଯାଉଛି ସେମାନେ ହଳଦୀ ଦ୍ୱାରା ଏହାକୁ ଧଳା ଓ ଚକ୍‌ ଚକ୍‌ କରିପାରିବେ। ଏହା ହେଉଛି କଣ୍ଟାରେ କଣ୍ଟା କାଢ଼ିବା ଭଳି କଥା! ତେବେ ଆସନ୍ତୁ ଜାଣିବା ହଳଦୀ ଦ୍ୱାରା କେମିତି ହଳଦିଆ ଦାନ୍ତକୁ ଚକ୍‌ ଚକ୍‌ କରିପାରିବେ।

ଏଥିପାଇଁ ଆପଣଙ୍କୁ ଦରକାର

- ଅଧଚାମଚେ ହଳଦୀ ପାଉଡର

- ଅଳ୍ପ ନଡିଆ ତେଲ

 କିପରି କରିବେ ବ୍ୟବହାର

ଏକ ପାତ୍ରରେ ହଳଦୀ ଓ ନଡ଼ିଆ ତେଲକୁ ଭଲ ଭାବେ ମିଶାନ୍ତୁ। ଏବେ ଏହାକୁ ଦାନ୍ତରେ ଲଗାନ୍ତୁ।  ପାଞ୍ଚ ମିନିଟ୍‌ ପାଇଁ ଏହାକୁ ସେମିତି ଛାଡ଼ି ଦିଅନ୍ତୁ। ଏହା ପରେ ବ୍ରସ୍‌ ସାହାଯ୍ୟରେ ଧୀରେ ଧୀରେ ଦାନ୍ତକୁ ଘଷନ୍ତୁ। ନିୟମିତ ଏପରି କଲେ ଏହାର ରେଜଲ୍ଟ  ଆପଣ ଖୁବ୍‌ଶୀଘ୍ର ପାଇପାରିବେ।

ଧ୍ୟାନ ଦିଅନ୍ତୁ

ଗର୍ଭବତୀ ମହିଳା ଓ ଶିଶୁକୁ କ୍ଷୀର ପିଆଉଥିବା ମହିଳାମାନେ ଏହି ଉପାୟ ଆପଣାନ୍ତୁ ନାହିଁ।

 

Related story