ପାକ୍‌ ସେନାର ସୈତାନୀ ଆଚରଣ: ସୀମାରୁ ମିଳିଲା ଦୁଇ ଭାରତୀୟ ଯବାନଙ୍କ ‍କ୍ଷତବିକ୍ଷତ ମୃତଦେହ

ଶ୍ରୀନଗର: ପୁଣି ବର୍ବତାର ସୀମା ଲଂଘିଲା ପାକିସ୍ତାନ। ଦୁଇ ଭାରତୀୟ ଯବାନଙ୍କୁ ଅତି  ନୃଶଂସ ଭାବେ ହତ୍ୟାକରି  ମୃତ ଦେହକୁ ଖଣ୍ଡଖଣ୍ଡ କରି କାଟିଲା ପାକିସ୍ତାନ ।  ପୁଞ୍ଚର ଏଲଓସି(ଲାଇନ୍‌ ଅଫ କଣ୍ଟ୍ରୋଲ) ନିକଟରେ  କ୍ରିଷ୍ଣା ଘାଟିରେ ଏହି ଅଭାବନୀୟ ଘଟଣା ଘଟଛି।  ଏଭଳି  ଚାଞ୍ଚଲ୍ୟକର ଅଭିଯୋଗ  ଆଣିଛି ଭାରତୀୟ ସେନା। ପାକିସ୍ତାନ ସେନା ପକ୍ଷରୁ ଏଭଳି ବିଭତ୍ସକାଣ୍ଡ ଘଟାଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୮ଟା ୩୦ରେ ପାକିସ୍ତାନ ସେନା ପକ୍ଷରୁ […]

army

Rakesh Mallick
  • Published: Monday, 01 May 2017
  • , Updated: 01 May 2017, 04:24 PM IST

ଶ୍ରୀନଗର: ପୁଣି ବର୍ବତାର ସୀମା ଲଂଘିଲା ପାକିସ୍ତାନ। ଦୁଇ ଭାରତୀୟ ଯବାନଙ୍କୁ ଅତି  ନୃଶଂସ ଭାବେ ହତ୍ୟାକରି  ମୃତ ଦେହକୁ ଖଣ୍ଡଖଣ୍ଡ କରି କାଟିଲା ପାକିସ୍ତାନ ।  ପୁଞ୍ଚର ଏଲଓସି(ଲାଇନ୍‌ ଅଫ କଣ୍ଟ୍ରୋଲ) ନିକଟରେ  କ୍ରିଷ୍ଣା ଘାଟିରେ ଏହି ଅଭାବନୀୟ ଘଟଣା ଘଟଛି।  ଏଭଳି  ଚାଞ୍ଚଲ୍ୟକର ଅଭିଯୋଗ  ଆଣିଛି ଭାରତୀୟ ସେନା।

ପାକିସ୍ତାନ ସେନା ପକ୍ଷରୁ ଏଭଳି ବିଭତ୍ସକାଣ୍ଡ ଘଟାଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୮ଟା ୩୦ରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଇଥିଲା।  ପ୍ରଥମେ ପାକିସ୍ତାନ ପକ୍ଷରୁ ପୁଞ୍ଚ ନିକଟରେ ଥିବା ବିଏସଏଫ  ଶିବିର ଉପରକୁ ରକେଟ ମାଡ଼ କରାଯାଇଥିଲା।  ସେହିପରି କ୍ରିଷ୍ଣାଘାଟି ସେକ୍ଟରରେ ମଧ୍ୟ ପାକିସ୍ତାନ ସେନା ପକ୍ଷରୁ ମୋର୍ଟାର ମାଡ଼ କରାଯାଇଥିଲା।  ଏହି ସମୟରେ ପାକିସ୍ତାନ ସେନା ଦୁଇ ଜଣ ଭାରତୀୟ ଯବାନଙ୍କୁ ଉଠାଇ ନେଇ ଅତି ବିଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି।  ଏହା ପୂର୍ବରୁ  ଗତ ବର୍ଷ ଜମ୍ମୁକଶ୍ମୀର କୁପାୱାରା ଜିଲ୍ଲାରେ ମଛଲି ସେକ୍ଟରରୁ ୨ ଜଣ ଭାରତୀୟ ଯବାନଙ୍କୁ ଉଠାଇ ନେଇ ପାକିସ୍ତାନ ସେନା ମୁଣ୍ଡକାଟି ହତ୍ୟା କରିଥିଲା ।

Related story