ନଭେମ୍ବର ୫ରେ ୟୁଜିସି ନେଟ୍‌ ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୫ରେ ୟୁଜିସି ନେଟ( ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ) ପରୀକ୍ଷା। ସିବିଏସଇ( କେନ୍ଦ୍ରୀୟ ବୋର୍ଡ଼ ମାଧ୍ୟମିକ ପରିଷଦ) ପକ୍ଷରୁ ପରିଚାଳନା କରାଯାଉଥିବା ଏହି ପରୀକ୍ଷାରେ ସ୍ନାତୋକତ୍ତର ପାସ୍‌ କରିଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ। ଏହି ପରୀକ୍ଷାରେ ଅବଜେକ୍ଟିଭ୍‌ ଟାଇପିର ପ୍ରଶ୍ନ ଆସିବ। ୩ଟି ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଟିତ ହେବ। ପ୍ରଥମ ପର୍ଯ୍ୟାୟ ତଥା ପେପର ୱାନ୍ ୯ଟା ୩୦ରୁ ୧୦ ଟା ୪୫ ପର୍ଯ୍ୟନ୍ତ ପରୀକ୍ଷା ହେବ। ପେପର ୱାନ୍‌ରେ ୬୦ରୁ ୫୦ଟି […]

net-1

Rakesh Mallick
  • Published: Sunday, 06 August 2017
  • , Updated: 06 August 2017, 04:27 PM IST

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୫ରେ ୟୁଜିସି ନେଟ( ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ) ପରୀକ୍ଷା। ସିବିଏସଇ( କେନ୍ଦ୍ରୀୟ ବୋର୍ଡ଼ ମାଧ୍ୟମିକ ପରିଷଦ) ପକ୍ଷରୁ ପରିଚାଳନା କରାଯାଉଥିବା ଏହି ପରୀକ୍ଷାରେ ସ୍ନାତୋକତ୍ତର ପାସ୍‌ କରିଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ। ଏହି ପରୀକ୍ଷାରେ ଅବଜେକ୍ଟିଭ୍‌ ଟାଇପିର ପ୍ରଶ୍ନ ଆସିବ। ୩ଟି ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଟିତ ହେବ। ପ୍ରଥମ ପର୍ଯ୍ୟାୟ ତଥା ପେପର ୱାନ୍ ୯ଟା ୩୦ରୁ ୧୦ ଟା ୪୫ ପର୍ଯ୍ୟନ୍ତ ପରୀକ୍ଷା ହେବ। ପେପର ୱାନ୍‌ରେ ୬୦ରୁ ୫୦ଟି ପ୍ରଶ୍ନର ଆଟେମ ନେବାକୁ ପଡ଼ିବ। ପ୍ରତି ପ୍ରଶ୍ନର ଉତ୍ତର ୨ ମାର୍କ ଲେଖାଁଏ ୧୦୦ ମାର୍କ ରହିଛି।

ସେହିପରି ପେପର-୨ ପରୀକ୍ଷା ୧୦ଟା ୪୫ରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ। ଏଥିରେ ୫୦ଟି ପ୍ରଶ୍ନର ଆଟେମ ନେବା ବାଧ୍ୟାତାମୂଳକ। ଏଥିରେ ମଧ୍ୟ ପ୍ରତି ପ୍ରଶ୍ନ ପାଇଁ ୨ ମାର୍କ ଲେଖାଏଁ ୧୦୦ ମାର୍କ ରହିଛି। ସେହିପରି ପେପର -୩ ପରୀକ୍ଷା ୧୫୦ ମନିଟର ହେବ। ଦିନ ଗୋଟାଏ ୩୦ରୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷାରେ ୭୫ଟି ପ୍ରଶ୍ନର ଆଟେମ ନେବା ବାଧ୍ୟତାମୂଳକ ରହିଛି। ତେବେ ପରୀକ୍ଷାରେ ଯୋଗ୍ୟତା ଲାଭ ପାଇଁ ସାଧାରଣ ବର୍ଗ ପାଇଁ ପେପର-୧ ଏବଂ ୨ରେ ୪୦ ପ୍ରତିଶତ ଏବଂ ପେପର-୩ରେ ୫୦ ପ୍ରତିଶତ ମାର୍କ ଧାର୍ଯ୍ୟ କରାଯାଇଛି। ଓବିସିଙ୍କ ପାଇଁ ପେପର-୧ ଏବଂ ୨ରେ ୩୫ ପ୍ରତିଶତ ଏବଂ ପେପର-୩ ପାଇଁ ୪୫ ପ୍ରତିଶତ ଧାର୍ଯ୍ୟ କରାଯାଛି। ସେହିପରି ଭିନ୍ନକ୍ଷମ ଏବଂ ଏସସି ଏସଟିଙ୍କ ପାଇଁ ପେପର ୱାନ୍‌ ଏବଂ ଟୁରେ ୩୫ ପ୍ରତିଶତ ଓ ପେପର-୩ ପାଇଁ ୬୦ ପ୍ରତିଶତ ମାର୍କ ଧାର୍ଯ୍ୟ କରାଯାଇଛି। ଏଥିରେ ନେଗେଟିଭ୍‌ ମାର୍କ ନାହିଁ।

Related story