- Videos
- Lifestyle
- ପୂଜା ବେଳେ ବଜାନ୍ତୁ ଗରୁଡ ଚିହ୍ନ ଥିବା ଘଣ୍ଟି: ମିଳିପାରେ ଏହି ସବୁ ଲାଭ
ପୂଜା ବେଳେ ବଜାନ୍ତୁ ଗରୁଡ ଚିହ୍ନ ଥିବା ଘଣ୍ଟି: ମିଳିପାରେ ଏହି ସବୁ ଲାଭ
- Published: Friday, 15 December 2017
- , Updated: 15 December 2017, 01:16 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଠାକୁର ପୂଜା କଲେ କିଏ ଆଧ୍ୟାତ୍ମିକ ଶାନ୍ତି ପାଇଥାଏ ତ କିଏ ନିଜ ମନରେ ଶାନ୍ତି ପାଇଥାଏ। କିଏ କେମିତି ଠାକୁର ପୂଜା କରିବ ସେଥିରେ କାହାକୁ ବାଧା ନଥାଏ। କିନ୍ତୁ ଦିଅଁ ପୂଜା ବେଳେ କିଛି ନିର୍ଦ୍ଦିଷ୍ଟ ବିଧି ବ୍ୟବସ୍ଥା ଓ ନୀତି ନିୟମ ପାଳନ କଲେ ସେହି ସମାନ ପୂଜାରୁ ଆପଣ ଅଧିକ ଶାନ୍ତି ଓ ଲାଭ ପାଇପାରିବେ। ଆଜି ଜାଣନ୍ତୁ ଘଣ୍ଟି ବଜାଇବାର ବିଧି ଓ ଉପାୟ।</p>
<p>ଠାକୁର ପୂଜା କରିବା ସମୟରେ ଆମେ ଘଣ୍ଟି ବଜାଇଥାଉ। କୁହାଯାଏ ଘଣ୍ଟି ବଜାଇ ପାର୍ଥନା କରିବା ଦ୍ୱାରା ଭଗବାନ୍‌ଙ୍କ ସହ ସଂଯୋଗ ଭଲ ହୋଇଥାଏ ଓ ପ୍ରାର୍ଥନା ସଫଳ ହୋଇଥାଏ। ତେଣୁ ସବୁ ମନ୍ଦିରରେ ଘଣ୍ଟି ଥାଏ ଓ ଘରେ ପୂଜା କରିବା ସମୟରେ ଘଣ୍ଟି ବଜା ହୁଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଘଣ୍ଟି ବଜାଇବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଯେକୌଣସି ଘଣ୍ଟି ବଜାଇବା ପରିବର୍ତ୍ତେ ନିର୍ଦ୍ଦିଷ୍ଟ ପ୍ରକାରର ଘଣ୍ଟି ବଜାନ୍ତୁ। ଯେଉଁ ଘଣ୍ଟି ଉପରେ ଗରୁଡ ପକ୍ଷୀର ଚିତ୍ର ଥାଏ ସେ ଘଣ୍ଟି ବଜାଇଲେ ଆପଣଙ୍କ ଘର ଉପରୁ 'ଅଗ୍ନି', 'ଚୋର' ଓ 'ବଜ୍ରପାତ'ର ଭୟ ଦୂରହୋଇଯାଏ ବୋଲି ବିଶ୍ୱାସ ରହିଛି।</p>