କିଛି ଖାସ୍‌ ରାଶି ପାଇଁ ଏଥର ଭାଲେଣ୍ଟାଇନ୍‌ ସର୍ପରାଇଜ୍‌

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଜି ଫେବୃୟାରୀ ୧୪। ମାନେ ପ୍ରେମର ଦିବସ। କାହାକୁ ମନକଥା କହିବାକୁ ଚାହୁଁଛନ୍ତି କି? ତା ହେଲେ ଡେରି କରନ୍ତୁନି। ନ ହେଲେ ଆପଣଙ୍କ ମନକୁ ଆଉ କିଏ ନିଜର କରି ନେବ ଯେ। ପ୍ରଥମେ କହିଲେ ଆପଣଙ୍କ ରାଶି କ’ଣ ! ଏ କଥା ଶୁଣି ଆପଣ ମନ ବି ଛାଟିପିଟି ହେବଣି। ଭାବୁଥିବେ “ମୋ ରାଶିରେ କ’ଣ ଅଛି କେଜାଣି !” ତା ହେଲେ ଆଉ ଡେରି କରିବାନି। ଆସନ୍ତୁ ଜାଣିବା […]

loverasi

Rakesh Mallick
  • Published: Wednesday, 14 February 2018
  • , Updated: 14 February 2018, 08:13 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଜି ଫେବୃୟାରୀ ୧୪। ମାନେ ପ୍ରେମର ଦିବସ। କାହାକୁ ମନକଥା କହିବାକୁ ଚାହୁଁଛନ୍ତି କି? ତା ହେଲେ ଡେରି କରନ୍ତୁନି। ନ ହେଲେ ଆପଣଙ୍କ ମନକୁ ଆଉ କିଏ ନିଜର କରି ନେବ ଯେ। ପ୍ରଥମେ କହିଲେ ଆପଣଙ୍କ ରାଶି କ’ଣ ! ଏ କଥା ଶୁଣି ଆପଣ ମନ ବି ଛାଟିପିଟି ହେବଣି। ଭାବୁଥିବେ “ମୋ ରାଶିରେ କ’ଣ ଅଛି କେଜାଣି !”

ତା ହେଲେ ଆଉ ଡେରି କରିବାନି। ଆସନ୍ତୁ ଜାଣିବା ଏଇ ୧୪’ରେ ନକ୍ଷତ୍ରମାନେ ଆପଣଙ୍କୁ କ’ଣ ଉପହାର ଦେଉଛନ୍ତି। ଉପହାର ନିଶ୍ଚିତ ରୋମାଣ୍ଟିକ୍‌ ଏ କଥା ଯେମିତି ମନେରହେ।

ଜ୍ୟୋତିଷାଚାର୍ଯ୍ୟ ବିପିନ ଚନ୍ଦ୍ରଙ୍କ କହିବା ମୁତାବକ ଏଥର କେତେକ ରାଶିର ବ୍ୟକ୍ତି ନିଜ ପ୍ରେମିକା ବା ପତ୍ନୀଙ୍କଠାରୁ ଢେର ସାରା ପ୍ରେମ ପାଇବେ।  ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଏଥର ଦିନଟି ଢେର ସାରା ଖୁସି ନେଇ ଆସିଛି। ଯଦି ଏହି ରାଶିର ବ୍ୟକ୍ତିଙ୍କ ବ୍ରେକଅପ୍‌ ହୋଇଯାଇଛି, ତା ହେଲେ ଦେଖନ୍ତୁ ଆଜି ଦିନ ଭିତରେ ଆପଣଙ୍କ ପ୍ରେମିକା ଆପଣଙ୍କୁ ପୁଣି ପ୍ରପୋଜ କରି ପାରନ୍ତି। ଦିନଟି ପୂରାପୂରି ରୋମାନ୍ସ ଭରା ରହିବ। ଆଉ ଯଦି ଆପଣ ଏହି ସୁଯୋଗକୁ ମିସ୍‌ କରୁଛନ୍ତି, ତା ହେଲେ ଭାବିନିଅନ୍ତୁ ଏଇଟା ଆପଣଙ୍କ ଦୁର୍ଯୋଗ।

 ତୁଳା ରାଶିର ବ୍ୟକ୍ତି କିଛି ନୂଆ କରିବାର ସୁଯୋଗ ରହିଛି। ଆପଣଙ୍କ ପାଇଁ ମଧ୍ୟ ଦିନଟି ଖୁବ୍‌ ଭଲ। ଯାହାକୁ ଭଲ ପାଉଛନ୍ତି ଆଜି ତାଙ୍କୁ ପ୍ରପୋଜ କରିଦିଅନ୍ତୁ, ଦେଖିବେ ସେପଟୁ ଗ୍ରୀନ୍‌ ସିଗନାଲ୍‌ ଆସିବ ହିଁ ଆସିବ।

ଆପଣ ଯାହାକୁ ମନେମନେ ଖୋଜୁଛନ୍ତି, ଜାଣିଛନ୍ତି ସେ ବି ଆପଣଙ୍କୁ ମନେମନେ ଖୋଜୁଛନ୍ତି ଯେ। ଏଇ ଖୋଜାଖୋଜି ପର୍ବରେ ଆଜି ପୂର୍ଣ୍ଣଛେଦ ପଡିପାରେ। ଜାଣିଛନ୍ତି ଯଦି ଆପଣଙ୍କ ରାଶି ମିଥୁନ ତା ହେଲେ ଆପଣଙ୍କ ଇପ୍‌ସିତ ମଣିଷଟି ଆଜି ଆପଣଙ୍କୁ ଭେଟ ହୋଇଯିବ ।  ବାସ୍‌ ତା ପରେ ଖାଲି ରୋମାନ୍ସ ହିଁ ରୋମାନ୍ସ।

କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଟିକେ ଅଡୁଆ ଅଛି। ଯାହାକୁ ଭଲ ପାଉଛନ୍ତି, ତାକୁ ଏତେ ବି ବିଶ୍ୱାସ କରନ୍ତୁନି। ଆପଣଙ୍କ ମନ ସିନା କାଚ ଭଳି ସଫା, ହେଲେ ତାଙ୍କ ମନରେ ଟିକେ ଅଳିଆ ଅଛି ଯେ। ଆଜି ଦିନଟା ଟିକେ ଜଗିରଖି  ଚଳନ୍ତୁ, ଯେମିତି ଧୋକା ନ ଖାଆନ୍ତି। ପ୍ରପୋଜ କରିବା ଆଗରୁ ଟିକେ ଭାବି ଦେଖନ୍ତୁ। ସିଏ ଆପଣଙ୍କ ଲାଗି ଆପ୍ରୋପ୍ରିଏଟ୍‌ ତ !

କନ୍ୟା ରାଶି ପାଇଁ ଆଜି ଦିନରେ ମନକଥା କହିଦେବା ଭଲ। ମନ ଖୋଲି ନ କହିଲେ ଭଲା କିଏ ଜାଣିପାରିବ କୁହନ୍ତୁ ନା। ଲାଜ ଛାଡନ୍ତୁ। ଆଉ କହିଦିଅନ୍ତୁ ମନ କଥା। କଥାରେ ଅଛି ନା, “ପ୍ୟାର କିୟା ତୋ ଡରନା କ୍ୟା”।

ମେଷ ରାଶିର ବ୍ୟକ୍ତି ଏଥର ସଚ୍ଚା ଜୀବନ ସାଥୀ ପାଇବେ ବୋଲି ଜ୍ୟୋତିଷ ଶାସ୍ତ୍ରବିତ୍‌ମାନେ ଅନୁମାନ କରୁଛନ୍ତି।

ସିଂହ ରାଶି ବି ପଛରେ ନାହିଁ । ପ୍ରେମରେ ବଡ ପକ୍କା ଏହି ରାଶିର ବ୍ୟକ୍ତିଙ୍କ ଲାଗି ଖୁସି ଖବର। ବ୍ୟସ୍ତ ହେବାର କିଛି ନାହିଁ ଏଥର ମାମଲା ଫିଟ୍‌ ହେଉଛି ବୋଲି ଜାଣି ରଖନ୍ତୁ।

 

Related story