ରାତିରେ ଶୋଇବା ବେଳେ ପାଖରେ ରଖନ୍ତୁ ନାହିଁ ଏସବୁ ଜିନିଷ, ନହେଲେ ଭୟଙ୍କର ହୋଇଯିବ ରାତି

ଘର କଲା ବେଳେ ପ୍ରତି ରୁମ୍ ଭଳି ବେଡ୍‌ ରୁମ୍‌ର ବାସ୍ତୁ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଏ। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ କେବଳ ବାସ୍ତୁ ନିୟମ ମାନି ବେଡ୍‌ ରୁମ୍ ତିଆରି କରି ଦେଲେ କାମ ସରିଯାଏ ନାହିଁ। ବେଡ୍‌ରୁମ୍‌ରେ କ’ଣ ରଖିବେ ଓ ନ ରଖିବେ ସେଥିପ୍ରତି ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ। ସେହିପରି ରାତିରେ ଶୋଇବା ବେଳେ ପାଖରେ କ’ଣ ରଖିବେ ଓ ନ ରଖିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ। […]

sleeping

Rakesh Mallick
  • Published: Saturday, 18 November 2017
  • , Updated: 18 November 2017, 09:00 AM IST

ଘର କଲା ବେଳେ ପ୍ରତି ରୁମ୍ ଭଳି ବେଡ୍‌ ରୁମ୍‌ର ବାସ୍ତୁ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଏ। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ କେବଳ ବାସ୍ତୁ ନିୟମ ମାନି ବେଡ୍‌ ରୁମ୍ ତିଆରି କରି ଦେଲେ କାମ ସରିଯାଏ ନାହିଁ। ବେଡ୍‌ରୁମ୍‌ରେ କ’ଣ ରଖିବେ ଓ ନ ରଖିବେ ସେଥିପ୍ରତି ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ। ସେହିପରି ରାତିରେ ଶୋଇବା ବେଳେ ପାଖରେ କ’ଣ ରଖିବେ ଓ ନ ରଖିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ। ଆଜି ଆସନ୍ତୁ ଜାଣିବା ରାତିରେ ବେଡ୍‌ ରୁମ୍‌ରେ ଶୋଇବା ବେଳେ ପାଖରେ କ’ଣ ସବୁ ରଖିବା ଅନୁଚିତ ଓ ଏସବୁ ଗୁଡ଼ିକୁ ପାଖରେ ରଖିଲେ କ’ଣ ସବୁ କ୍ଷତି ହୋଇପାରେ।

ପର୍ସ ଓ ଟଙ୍କା

ସାଧାରଣତଃ ଦେଖାଯାଏ ଲୋକେ ମୁଣ୍ଡ ପାଖରେ ପର୍ସ ରଖି ଶୁଅନ୍ତି। ଅନେକ ଲୋକ ତକିଆ ତଳେ ଟଙ୍କା ରଖି ଶୋଇଯାଆନ୍ତି। ବାସ୍ତୁ ଅନୁଯାୟୀ ଏଭଳି କଲେ ସବୁବେଳେ ଅର୍ଥ ଚିନ୍ତା ଘାରେ ଓ ରାତିରେ ଭଲ ନିଦ ହୁଏ ନାହିଁ।

ବହି

ଅନେକ ଲୋକ ରାତିରେ ଶୋଇବା ପୂର୍ବରୁ ବହି ପଢ଼ିବାକୁ ଭଲ ପାଆନ୍ତି। ଏହା ସେମାନଙ୍କର ଅଭ୍ୟାସ। ତେବେ ନିଦ ଲାଗିଲେ ସେମାନେ ବହିକୁ ମୁଣ୍ଡ ପାଖରେ ରଖି ଶୋଇଯାଆନ୍ତି। ବାସ୍ତୁ ଅନୁସାରେ ଏମିତି କଲେ ମନ ବିଚଳିତ ରହେ। ନିଦ ବି ଭଲରେ ହୁଏ ନାହିଁ। ତେବେ ମୁଣ୍ଡ ପାଖରେ ହନୁମାନ ଚାଳିଶା ତଥା ଧର୍ମ ଓ ଭଗବାନଙ୍କ ସଂପର୍କିତ ପୁସ୍ତକ ରଖିଲେ ଭଲ ହେବ।

ଇଲେକ୍ଟ୍ରୋନିକ୍‌ ସାମଗ୍ରୀ

ମୋବାଇଲ୍, ଆଇପ୍ୟାଡ୍‌, ଆଇଫୋନ୍ ଭଳି ଗ୍ୟାଜେଟ୍ସ ଓ ଶବ୍ଦ ସୃଷ୍ଟିକାରୀ ଖେଳଣା ପାଖରେ ରଖି ଶୋଇବା ଉଚିତ୍ ନୁହେଁ। ବାସ୍ତୁ ବିଜ୍ଞାନ ଅନୁଯାୟୀ ଏଗୁଡ଼ିକୁ ପାଖରେ ରଖି ଶୋଇଲେ ସ୍ୱାସ୍ଥ୍ୟହାନି ହେବା ସହ ଧନହାନି ହୋଇଥାଏ ବୋଲି କୁହାଯାଇଛି।

ଜୋତା

ରାତିରେ ଶୋଇବା ବେଳେ ବେଡ୍‌ ତଳେ ଅବା ବେଡ୍‌ ରୁମ୍‌ର କୌଣସି ସ୍ଥାନରେ ଜୋତା ରଖନ୍ତୁ ନାହିଁ। ଏହା ନକାରାତ୍ମକ ଶକ୍ତି ଉତ୍ପନ୍ନ କରେ।    ଏହା ନିଦକୁ ମଧ୍ୟ ପ୍ରଭାବିତ କରେ। ଏହା ସ୍ୱାସ୍ଥ୍ୟହାନିର ବି କାରଣ ହୋଇପାରେ।

Related story