ବାସ୍ତୁ ଅନୁସାରେ ଭୂକମ୍ପରୁ ଘରକୁ କିପରି ରଖିବେ ସୁରକ୍ଷିତ

ଘରଟିଏ ତିଆରି କରିବା ପୂର୍ବରୁ ଅନେକ ଲୋକ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି। ବାସ୍ତୁ ଅନୁଯାୟୀ ଘରର ପ୍ରତ୍ୟେକ କଠୋରୀ ସହିତ ରୋଷେଇ ଘର ଓ ଠାକୁର ଘର ଆଦି ନିର୍ମାଣ କରନ୍ତି। ଗୋଟିଏ ଘର ପାଇଁ ସବୁଠୁ ବଡ଼ ବିପଦ ହେଉଛି ଭୂକମ୍ପ। ତେବେ ଭୂକମ୍ପରୁ କେମିତି ଗୋଟିଏ ଘରକୁ ସୁରକ୍ଷିତ ରଖି ହେବ, ସେନେଇ ମଧ୍ୟ ବାସ୍ତୁ ଶାସ୍ତ୍ରରେ କିଛି ସମାଧାନର ସୂତ୍ର ରହିଛି। ତେବେ ଏଥିପାଇଁ ଆପଣମାନଙ୍କୁ ଘର ନିର୍ମାଣ ପୂର୍ବରୁ  କେତେଗୁଡ଼ିଏ […]

House

Rakesh Mallick
  • Published: Friday, 06 April 2018
  • , Updated: 06 April 2018, 10:28 AM IST

ଘରଟିଏ ତିଆରି କରିବା ପୂର୍ବରୁ ଅନେକ ଲୋକ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି। ବାସ୍ତୁ ଅନୁଯାୟୀ ଘରର ପ୍ରତ୍ୟେକ କଠୋରୀ ସହିତ ରୋଷେଇ ଘର ଓ ଠାକୁର ଘର ଆଦି ନିର୍ମାଣ କରନ୍ତି। ଗୋଟିଏ ଘର ପାଇଁ ସବୁଠୁ ବଡ଼ ବିପଦ ହେଉଛି ଭୂକମ୍ପ। ତେବେ ଭୂକମ୍ପରୁ କେମିତି ଗୋଟିଏ ଘରକୁ ସୁରକ୍ଷିତ ରଖି ହେବ, ସେନେଇ ମଧ୍ୟ ବାସ୍ତୁ ଶାସ୍ତ୍ରରେ କିଛି ସମାଧାନର ସୂତ୍ର ରହିଛି। ତେବେ ଏଥିପାଇଁ ଆପଣମାନଙ୍କୁ ଘର ନିର୍ମାଣ ପୂର୍ବରୁ  କେତେଗୁଡ଼ିଏ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ।

 -ଆବଡା ଖବାଡା ବା ଉଚ୍ଚ ନୀଚ୍ଚ ସ୍ଥାନରେ ଘର ତିଆରି କରନ୍ତୁ ନାହିଁ।

-ପ୍ଲଟର ଆକାର L,W,Y,T,F ଆକୃତିର ନ ହେବା ଉଚିତ।

-ଘରର କାନ୍ଥ ସିଧା ହେବା ଦରକାର। ଏଗୁଡିକ ଆଦୌ ଅଙ୍କାବଙ୍କା ହେବା ଉଚିତ ନୁହେଁ। କାରଣ କାନ୍ଥ ସିଧା ନଥିଲେ ଭୂକମ୍ପରେ ଘର କ୍ଷତିଗ୍ରସ୍ତ ହେବାର ଅଧିକ ସମ୍ଭାବନା ଥାଏ।

- ଘରର ନିଅଁ ବା ମୂଳଦୁଆ ଶକ୍ତ ହେବା ଦରକାର। ତେଣୁ ନିଅଁ କରିବା ସମୟରେ ଗାଈର ଗୋବର, ଗଙ୍ଗାଜଳ ଓ ଫଳନ୍ତି ଗଛର ମଞ୍ଜି ପକାଇଲେ ଏହା ଅଧିକ ଶକ୍ତ ହୋଇଥାଏ।

-  ଘରେ ଯେତିକି ଝରକା  ଓ କବାଟ ରହିଥିବ ସେଗୁଡ଼ିକର କୋଣର ଦୂରତା ସମାନ ରହିବା ଦରକାର।

-ଘରର ନିଅଁ ଠାରୁ ଛାତ ଯାଏଁ ଷ୍ଟିଲ୍‌ ରଡ୍‌ ଲଗାଇବା ଉଚିତ। ଏହା ଘରକୁ ଶକ୍ତ ରଖିବାରେ ସାହାଯ୍ୟ କରେ। ତେଣୁ ଘର ପ୍ରତ୍ୟେକ  କୋଣରେ ଏମିତି ଷ୍ଟିଲ ରଡ୍‌ ଲଗାନ୍ତୁ।

Related story