ଘରେ ରଖନ୍ତୁ ଏହି ୫ଟି ଜିନିଷ, ବଢ଼ିବ ଧନ

ସାଧାରଣତଃ ଆମେ ଘରକୁ ମନ୍ଦିର ସହ ତୁଳନା କରିଥାଉ। ମନ୍ଦିରକୁ ଗଲେ ଯେମତି ଶାନ୍ତି ମିଳିଥାଏ। ନିଜ ଘରେ ମଧ୍ୟ ସୁଖ ଓ ଶାନ୍ତି ରଖିବାକୁ ସମସ୍ତେ ଚାହାଁନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଶାନ୍ତି ଓ ଧନ ବୃଦ୍ଧି ପାଇଁ କିଛିଟା ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା କ’ଣ କଲେ ଘରେ ସୁଖ ଓ ଧନ ବଢ଼ିଥାଏ। -ଘରର ଉତ୍ତର ଦିଗରେ ପାଣି ଭର୍ତ୍ତି ସୁରେଇ ରଖିବା ଦ୍ୱାରା ସବୁବେଳେ ଲକ୍ଷ୍ମୀଙ୍କ କୃପା […]

bastu

Rakesh Mallick
  • Published: Monday, 02 April 2018
  • , Updated: 02 April 2018, 11:07 AM IST

ସାଧାରଣତଃ ଆମେ ଘରକୁ ମନ୍ଦିର ସହ ତୁଳନା କରିଥାଉ। ମନ୍ଦିରକୁ ଗଲେ ଯେମତି ଶାନ୍ତି ମିଳିଥାଏ। ନିଜ ଘରେ ମଧ୍ୟ ସୁଖ ଓ ଶାନ୍ତି ରଖିବାକୁ ସମସ୍ତେ ଚାହାଁନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଶାନ୍ତି ଓ ଧନ ବୃଦ୍ଧି ପାଇଁ କିଛିଟା ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା କ’ଣ କଲେ ଘରେ ସୁଖ ଓ ଧନ ବଢ଼ିଥାଏ।

-ଘରର ଉତ୍ତର ଦିଗରେ ପାଣି ଭର୍ତ୍ତି ସୁରେଇ ରଖିବା ଦ୍ୱାରା ସବୁବେଳେ ଲକ୍ଷ୍ମୀଙ୍କ କୃପା ଘର ଉପରେ ପଡ଼ିଥାଏ। ଯଦି ଏପରି କରି ପାରୁ ନାହାଁନ୍ତି ତେବେ  ଉତ୍ତର ଦିଗର କାନ୍ଥରେ ଝରଣା ଚିତ୍ର ଲଗାଇ ପାରିବେ।

- ଘରେ ସୁଖ ଓ ଶାନ୍ତି ସବୁବେଳେ ରଖିବାକୁ ଚାହୁଁଥିଲେ ଭଗବାନ ହନୁମାନଙ୍କ ମୂର୍ତ୍ତି କିମ୍ୱା ଫଟୋ ଦକ୍ଷିଣ-ପଶ୍ଚିମ ଦିଗରେ ଲଗାନ୍ତୁ।

- ସେହିପରି ଘରର ମୁଖ୍ୟ କବାଟର ମହତ୍ତ୍ୱ ବାସ୍ତୁଶାସ୍ତ୍ରରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଘରର ମୁଖ୍ୟ କବାଟ ଉପରେ ମା’ ଲକ୍ଷ୍ମୀ, ଭଗବାନ ଗଣେଷ ଓ  ସ୍ୱସ୍ତିକ ଚିହ୍ନ ଲଗାଇବାକୁ ଭୁଲନ୍ତୁ ନାହିଁ।

- ଘରର ଯେଉଁ ଦିଗରେ ଆପଣ ବେଶୀ ସମୟ କାଟୁଛନ୍ତି ସେଠାରେ ଏକ କ୍ରିଷ୍ଟଲ୍ ବୋଲ୍‌ ଲଗାନ୍ତୁ।

- ଘରେ ତମ୍ୱା, ପିତ୍ତଳ, ପଥର କିମ୍ୱା ପଞ୍ଚ ଧାତୁର ପିରାମିଡ୍‌ ରଖନ୍ତୁ। ଏହାଦ୍ୱାରା ଘରେ ଥିବା ବାସ୍ତୁଦୋଷ ଦୂର ହୋଇଯିବ।

Related story