ଘରେ ଥିବା ତ୍ରୁଟି ସୁଧାରନ୍ତୁ, ସମ୍ପର୍କରେ ଆସିବ ମଧୁରତା

ସମସ୍ତେ ଚାହାଁନ୍ତି ପରିବାରରେ ସୁଖଶାନ୍ତି ରହୁ। ସବୁ ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ମଧୁର ହେଉ। ହେଲେ କିଛି ଘରେ ପ୍ରାୟ ସମୟରେ ଅଶାନ୍ତି ଦେଖିବାକୁ ମିଳିଥାଏ। ସବୁ ଥାଇ ବି ବଡ଼ମାନେ ସାନଙ୍କୁ ଉଚିତ ଦେଖା ରଖା କରି ନଥାନ୍ତି। ସେହିପରି ସାନମାନେ ବଡ଼ଙ୍କୁ ଉଚିତ ସମ୍ମାନ ଦେଇ ନଥାନ୍ତି। ପତିପତ୍ନୀଙ୍କ ମଧ୍ୟ ସମ୍ପର୍କ ତିକ୍ତ ହୋଇଯାଇଥାଏ। ଭାଇ, ବାପା, ଦାଦା, ଭଉଣୀ ପରି ସମ୍ପର୍କରେ ମାନ ମତାନ୍ତର ଦେଖାଯାଇଥାଏ। ଏପରି ସମସ୍ୟାରେ ପଡୁଥିଲେ ଜାଣି ରଖନ୍ତୁ […]

happy

Rakesh Mallick
  • Published: Tuesday, 13 March 2018
  • , Updated: 13 March 2018, 08:59 AM IST

ସମସ୍ତେ ଚାହାଁନ୍ତି ପରିବାରରେ ସୁଖଶାନ୍ତି ରହୁ। ସବୁ ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ମଧୁର ହେଉ। ହେଲେ କିଛି ଘରେ ପ୍ରାୟ ସମୟରେ ଅଶାନ୍ତି ଦେଖିବାକୁ ମିଳିଥାଏ। ସବୁ ଥାଇ ବି ବଡ଼ମାନେ ସାନଙ୍କୁ ଉଚିତ ଦେଖା ରଖା କରି ନଥାନ୍ତି। ସେହିପରି ସାନମାନେ ବଡ଼ଙ୍କୁ ଉଚିତ ସମ୍ମାନ ଦେଇ ନଥାନ୍ତି। ପତିପତ୍ନୀଙ୍କ ମଧ୍ୟ ସମ୍ପର୍କ ତିକ୍ତ ହୋଇଯାଇଥାଏ। ଭାଇ, ବାପା, ଦାଦା, ଭଉଣୀ ପରି ସମ୍ପର୍କରେ ମାନ ମତାନ୍ତର ଦେଖାଯାଇଥାଏ। ଏପରି ସମସ୍ୟାରେ ପଡୁଥିଲେ ଜାଣି ରଖନ୍ତୁ ଘରେ କିଛି ବାସ୍ତୁ ଦୋଷ ରହିଛି। ଏହି ସ୍ଥିତିର ସମାଧାନ ପାଇଁ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

କୁହାଯାଏ ମଧୁର ସମ୍ପର୍କ ପାଇଁ କିଛିମାତ୍ରାରେ ଭାଗ୍ୟର ସହଯୋଗ ଦରକାର। ବାସ୍ତୁଶାସ୍ତ୍ର ଅନୁସାରେ ଏହି ଭାଗ୍ୟ ହେଉଛି ବାସ୍ତୁ। ଏପରି ଭାଗ୍ୟ ସବୁ ଲୋକଙ୍କ ଆଖପାଖରେ କିଛି ମାତ୍ରାରେ ରହିଥାଏ। ଯାହା ଠିକ ରହିଲେ ଆପଣଙ୍କ ମଧ୍ୟରେ ଓ ଆଖପାଖରେ ସକାରାତ୍ମକ ଶକ୍ତି ଜାଗ୍ରତ ହେବ ଓ ଆପଣଙ୍କ ପରିବାରରେ ସମ୍ପର୍କରେ ମଧୁରତା ଆସିବ।

ଘରେ ଏମିତି କିଛି ସ୍ଥାନ ଅଛି ଯାହା ସମ୍ପର୍କ ଉପରେ ପ୍ରଭାବ ପକାଥାଏ। ଯଦି ଏହାର ନିର୍ମାଣରେ କିଛି ତ୍ରୁଟି ଥିବ ତେବେ ସମ୍ପର୍କରେ ମଧୁରତା କମି ଯାଇଥାଏ। ବାସ୍ତୁଶାସ୍ତ୍ରରେ ଏହାର ନିବାରଣ ଉପାୟ ରହିଛି। ଯାହାକୁ ଆପଣାଇଲେ ଏହି ସମସ୍ୟାର ସମାଧାନ ହୋଇଯିବ।

୧. ସମ୍ପର୍କରେ ମଧୁରତା ପାଇଁ ଶୋଇବା ଘରେ ପତିପତ୍ନୀଙ୍କ ଫଟୋ ଟାଙ୍ଗନ୍ତୁ। ଏହାସହ ରାଧାକୃଷ୍ଣ ଓ ଲଭ୍‌ ହର୍ସ ଫଟୋ ମଧ୍ୟ ଟାଙ୍ଗି ପାରିବେ। ଏହି ଫଟୋକୁ ଦେଖିଲେ ମନରେ ଶାନ୍ତି ଆସିବ ଓ ଦମ୍ପତିଙ୍କ ମଧ୍ୟରେ ପ୍ରେମ ଭାବନା ଜାଗ୍ରତ ହେବ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

୨. ଘର ନିର୍ମାଣ ମୁଖିଆଙ୍କ ଜନ୍ମ ତିଥି ଅନୁସାରେ ହେବା ଦରକାର।

୩. ସବୁ ଘରେ ସମ୍ପର୍କ ସୁଧାର ପାଇଁ ବିଶେଷ ସ୍ଥାନ ରହିଥାଏ ଓ ଏହା ପ୍ରତ୍ୟେକ ଘର ପାଇଁ ଅଲଗା ଅଲଗା ହୋଇଥାଏ। ଏହାକୁ ଚିହ୍ନନ୍ତୁ ଏବଂ ଏହି ସ୍ଥାନରେ ଯଦି ବାସନ ମାଜୁଛନ୍ତି, ତେବେ ତୁରନ୍ତ ବନ୍ଦ କରନ୍ତୁ। ପରିବାରରେ ଶାନ୍ତି ଆସିବ।

୪. ଘର ଦୁଆରରେ ସବୁ ବେଳେ ହାଲକା ରଙ୍ଗର ପେଣ୍ଟିଂ ଟାଙ୍ଗନ୍ତୁ। ଏହା ଆପଣଙ୍କୁ ଶାନ୍ତ ରଖିବା ସହ ଜୀବନସାଥୀଙ୍କ ସହ ସମ୍ପର୍କକୁ ମଧୁର ହେବାରେ ସହାୟକ ହେବ।

Related story