ଅଧିକାଶଂ ଲୋକେ ଘରେ ଅବା ଅଫିସ୍ରେ ଫୁଲ ସଜେଇ ରଖିବାକୁ ଭଲ ପାଆନ୍ତି। ତେବେ ଘରେ ଅବା ଅଫିସ୍ରେ ଫୁଲ ରଖିବା ପୂର୍ବରୁ କିଛି କଥା ଉପରେ ଅବଶ୍ୟ ଧ୍ୟାନ ଦିଅନ୍ତୁ। ଏହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ।
- ଘର ସଜାଇବା ପାଇଁ ସତେଜ ଫୁଲ ବ୍ୟବହାର କରନ୍ତୁ। ଶୁଖିଯାଇଥିବା ଫୁଲକୁ ଘରେ ରଖନ୍ତୁ ନାହିଁ । ସତେଜ ଫୁଲ ଜୀବନର ପ୍ରତୀକ ଭାବେ ବିଶ୍ୱାସ କରାଯାଉଥିବା ବେଳେ ଶୁଖିଯାଇଥିବା ଫୁଲ ମୃତ୍ୟୁର ସୂଚକ ହୋଇଥାଏ। ଶୁଖିଯାଇଥିବା ଫୁଲକୁ ଘରେ ରଖିବା ଦ୍ୱାରା ନକାରାତ୍ମକ ପ୍ରଭାବ ଘରେ ପଡ଼ିଥାଏ।
- ଫୁଲ ପାଖୁଡାକୁ ଡ୍ରଇଁ ରୁମ୍ ଅବା ଡାଇନିଂ ରୁମ୍ରେ ରଖନ୍ତୁ । ଭୁଲ୍ରେ ମଧ୍ୟ ଫୁଲ ଗୁଡିକୁ ବେଡ୍ ରୁମ୍ରେ ରଖନ୍ତୁ ନାହିଁ । ଯଦି ଆପଣଙ୍କ ଘରେ କେହି ବେମାର ବ୍ୟକ୍ତି ରହିଥାନ୍ତି, ତେବେ ସେହି ବ୍ୟକ୍ତିର ରୁମ୍ରେ ଫୁଲ ଗୁଡିକୁ ରଖିପାରିବେ।
- ଆପଣ ସତେଜ ଫୁଲ ବଦଳରେ ପ୍ଲାଷ୍ଟିକ୍ ଅବା ରେଶମ ଫୁଲକୁ ଘରେ ରଖିପାରିବେ।
- ଘରେ ଅବା ଅଫିସ୍ ଡେସ୍କରେ ସତେଜ ଫୁଲ ତଥା ଫୁଲଦାନୀ ରଖିବାକୁ ଚେଷ୍ଟା କରନ୍ତୁ ।