ଠିଆ ହୋଇ ପାଣି ପିଅନ୍ତୁ ନାହିଁ କି ଅଇଁଠା କରି ରଖନ୍ତୁ ନାହିଁ , ଦେଖାଦେବ ମାନସିକ ବିକୃତି

ଜୀବନଧାରଣ ପାଇଁ ଜଳ ନିହାତି ଆବଶ୍ୟକ। ଆଉ ଜଳ ପାଇଁ ଜୀବଜଗତ ତିଷ୍ଟି ରହିଛି। ସେଥିପାଇଁ ତ ଜଳକୁ ଜୀବନ ବିନ୍ଦୁ ବୋଲି କୁହାଯାଏ। କିନ୍ତୁ ଜଳକୁ ବ୍ୟବହାର କରିବାର ମଧ୍ୟ କେତେଗୁଡ଼ି ନିର୍ଦ୍ଦିଷ୍ଟ ନିୟମ ରହିଛି। ଏଥିପାଇଁ ବିଜ୍ଞାନଠାରୁ ଆରମ୍ଭ କରି ପୁରାଣ ଶାସ୍ତ୍ରରେ ବି ଜଳର ବ୍ୟବହାର ସମ୍ପର୍କରେ ଅନେକ କଥା କୁହାଯାଇଛି। ପୁରାଣ ଅନୁସାରେ ଯଦି ଅକାରଣରେ ପାଣି ନଷ୍ଟ କରାଯାଏ, ପାଣି ଅଧା ପିଇ ବାକିତକ ଛାଡ଼ି ଦିଆଯାଏ କିମ୍ବା କାହାକୁ […]

Healthy-drink-hot-water

Rakesh Mallick
  • Published: Sunday, 24 June 2018
  • , Updated: 24 June 2018, 02:42 PM IST

ଜୀବନଧାରଣ ପାଇଁ ଜଳ ନିହାତି ଆବଶ୍ୟକ। ଆଉ ଜଳ ପାଇଁ ଜୀବଜଗତ ତିଷ୍ଟି ରହିଛି। ସେଥିପାଇଁ ତ ଜଳକୁ ଜୀବନ ବିନ୍ଦୁ ବୋଲି କୁହାଯାଏ। କିନ୍ତୁ ଜଳକୁ ବ୍ୟବହାର କରିବାର ମଧ୍ୟ କେତେଗୁଡ଼ି ନିର୍ଦ୍ଦିଷ୍ଟ ନିୟମ ରହିଛି। ଏଥିପାଇଁ ବିଜ୍ଞାନଠାରୁ ଆରମ୍ଭ କରି ପୁରାଣ ଶାସ୍ତ୍ରରେ ବି ଜଳର ବ୍ୟବହାର ସମ୍ପର୍କରେ ଅନେକ କଥା କୁହାଯାଇଛି।

ପୁରାଣ ଅନୁସାରେ ଯଦି ଅକାରଣରେ ପାଣି ନଷ୍ଟ କରାଯାଏ, ପାଣି ଅଧା ପିଇ ବାକିତକ ଛାଡ଼ି ଦିଆଯାଏ କିମ୍ବା କାହାକୁ ଅଇଁଠା ପାଣି ପିଇବାକୁ ଦିଆଯାଏ ତେବେ ଏହା ଜଳର ଅପମାନ ହୋଇଥାଏ। ଜଳର ଏପରି ଅପମାନ କଲେ ଚନ୍ଦ୍ର ଦେବତା ଅସନ୍ତୁଷ୍ଟ ହୁଅନ୍ତି। ଫଳରେ ଜନ୍ମ କୁଣ୍ଡଳୀରେ ଚନ୍ଦ୍ର ଦୋଷ ଲାଗିଯାଏ। ଯାହା ଏକ ଅଶୁଭ ସଂକେତ। ଏହାଦ୍ୱାରା ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ଫଳରେ ମସ୍ତିଷ୍କ ଓ କଫ ଜନତି ରୋଗ ସବୁବେଳେ ଲାଗି ରହିଥାଏ। ଚନ୍ଦ୍ର ଦୋଷ ଲାଗିଲେ ବ୍ୟକ୍ତି ମଧ୍ୟରେ ମାନସିକ ବିକୃତି ଆସିଯାଏ।

ପାଣିର ବ୍ୟବହାର ନେଇ ଡାକ୍ତରମାନେ ମଧ୍ୟ ଅନେକ ସତର୍କ କରାନ୍ତି। ଛିଡ଼ା ହୋଇ ପାଣି ପିଇବାକୁ ଡାକ୍ତର ମନା କରନ୍ତି। କିନ୍ତୁ ଅନେକ ବ୍ୟକ୍ତି ଏ କଥାକୁ ହେୟଜ୍ଞାନ କରନ୍ତି। ଏହା ତାଙ୍କ ଶରୀର ପାଇଁ ମହଙ୍ଗା ପଡ଼ିଥାଏ। କାରଣ ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ବିଭିନ୍ନ ରୋଗ ହେବା ସହିତ ପୁରୁଷଙ୍କ ଅଣ୍ଡକୋଷରେ ସମସ୍ୟା ସୃଷ୍ଟି କରିଥାଏ। ବ୍ରହ୍ନପୁରାଣ ଅନୁସାରେ ଛିଡ଼ା ହୋଇ ପାଣି ପିଇଲେ ଅଣ୍ଟା ତଳକୁ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିଥାଏ।

ପାଣିକୁ ଅଇଁଠା କରି ରଖନ୍ତୁ ନାହିଁ। କାରଣ ଥରେ ପାଣି ପିଇସାରିବା ପରେ ବଳକା ପାଣି ଦୂଷିତ ହୋଇଯାଏ। ଆଉ ସେହି ବଳକା ପାଣି ପିଉଥିବା ବ୍ୟକ୍ତି ଓ ଆପଣଙ୍କୁ ଉଭୟଙ୍କୁ ଚନ୍ଦ୍ର ଦୋଷ ଲାଗିଥାଏ। ତେଣୁ ଆପଣ ଗ୍ଲାସ୍‌ କିମ୍ବା ବୋତଲ୍‌ରେ ଯେତିକି ପାଣି ପିଇବେ ସେତିକି ନିଅନ୍ତୁ।

ବାମ ହାତରେ ପାଣି ପିଅନ୍ତୁ ନାହିଁ। ପରାଶର ସ୍ମୃତି ଓ ବ୍ରହ୍ମବୈବର୍ତ୍ତ ପୁରାଣ ଅନୁସାରେ ବାମ ହାତରେ ପାଣି ପିଇବା ମଦ ସହିତ ସମାନ। ଏପରି କରିବା ଦ୍ୱାରା ଜଳ ଦୋଷ ଲାଗିଥାଏ। ଫଳରେ ବୟସ ବଢ଼ିଲେ ବିଭିନ୍ନ ରୋଗ ମାଡ଼ି ବସେ।

Related story