ଲମ୍ୱା ଓ ସୁନ୍ଦର କେଶ ଚାହୁଁଛନ୍ତି? ଆପଣାନ୍ତୁ ଏହି ଉପାୟ

ସାଧାରଣତଃ ଥଣ୍ଡା ଦିନେ ଆସିଲେ ଆମେ ଗରମ ପାଣିରେ କେଶ ସଫା କରିଥାଉ। ସେହିପରି ଗରମ ଦିନେ  ଥଣ୍ଡା ପାଣିରେ। ହେଲେ କେଶ ଝଡ଼ିବା ଓ ରୂପି ସମସ୍ୟାରୁ ମୁକ୍ତି ମିଳେ ନାହିଁ। ଅନେକ ପ୍ରଡକ୍ଟ ବ୍ୟବହାର ସତ୍ତ୍ୱେ କେଶ ଜନିତ ସମସ୍ୟା ଲାଗି ରହିଥାଏ। ତେଣୁ ଆମେ ଜାଣିବା ଦରକାର କେଉଁ ପାଣିରେ କେଶ ସଫା କରିବା ଉଚିତ। ଗରମ ପାଣି : ହାଲ୍‌କା ଗରମ ପାଣିରେ କେଶ ସଫା କରିବା ଦ୍ୱାରା କେଶ ଶୁଷ୍କ […]

hair-wash

Rakesh Mallick
  • Published: Thursday, 11 January 2018
  • , Updated: 11 January 2018, 11:50 AM IST

ସାଧାରଣତଃ ଥଣ୍ଡା ଦିନେ ଆସିଲେ ଆମେ ଗରମ ପାଣିରେ କେଶ ସଫା କରିଥାଉ। ସେହିପରି ଗରମ ଦିନେ  ଥଣ୍ଡା ପାଣିରେ। ହେଲେ କେଶ ଝଡ଼ିବା ଓ ରୂପି ସମସ୍ୟାରୁ ମୁକ୍ତି ମିଳେ ନାହିଁ। ଅନେକ ପ୍ରଡକ୍ଟ ବ୍ୟବହାର ସତ୍ତ୍ୱେ କେଶ ଜନିତ ସମସ୍ୟା ଲାଗି ରହିଥାଏ। ତେଣୁ ଆମେ ଜାଣିବା ଦରକାର କେଉଁ ପାଣିରେ କେଶ ସଫା କରିବା ଉଚିତ।

ଗରମ ପାଣି : ହାଲ୍‌କା ଗରମ ପାଣିରେ କେଶ ସଫା କରିବା ଦ୍ୱାରା କେଶ ଶୁଷ୍କ ଓ ଫ୍ରିଡ୍‌ଜି ହୋଇଯାଏ। କାରଣ ମୁଣ୍ଡର ନେଚୁରାଲ ଓଏଲ୍  ଓ ମଇଶ୍ଚର କମ୍ ହୋଇଯାଇଥାଏ। ଯାହାଦ୍ୱାରା କେଶ ରୁକ୍ଷ ହୋଇଯାଏ।

ଥଣ୍ଡା ପାଣି: ଥଣ୍ଡା ପାଣି କେଶର ଭଲ୍ୟୁମ୍ ଟାଣି ନଥାଏ। ଏହାସହିତ ସ୍କେପ୍‌ରେ ଅଧିକ ଓଏଲ୍‌ ରହିଯାଇଥାଏ। ଯାହାଦ୍ୱାରା ମୁଣ୍ଡ ଅଧିକ ତେଲ ରହିଯାଇଥାଏ।

କିପରି ସଫା କରିବେ କେଶ

୧- ଅଳ୍ପ ଉଷୁମ ପାଣିରେ କେଶ ସଫା କରନ୍ତୁ। ସାମ୍ପୁ ଲାଗାଇ ମୁଣ୍ଡକୁ ଭଲ ଭାବେ ମସାଜ୍ କରନ୍ତୁ। ଫଳରେ ମୁଣ୍ଡ କେଶରେ ଥିବା ମଇଳା  ଓ ତେଲିଆ ଅଂଶ ଦୂର ହୋଇଯିବ।

୨- ସାମ୍ପୁ ଲଗାଇବା ପରେ ଅଳ୍ପ ଅଳ୍ପ ପାଣି ଢାଳି ଏହାକୁ ସଫା କରନ୍ତୁ। ଏହାପରେ କଣ୍ଡିସନର ଲଗାନ୍ତୁ।

୩- ୫ ମିନିଟ୍‌ ପରେ କଣ୍ଡିସନରକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

Related story