ମନ୍ଦିର ଯିବାକୁ ସମୟ ପାଉନାହାଁନ୍ତି: ଆପଣାନ୍ତୁ ଉପାୟ କୃପାଲାଭ ହେବ

ଜୀବନରେ ସମସ୍ୟା ଦୂର କରିବା ଲାଗି ପରିଶ୍ରମ ସହ ଭାଗ୍ୟର ସାଥ ମିଳିବା ଜରୁରୀ। ଯଦି କୁଣ୍ଡଳୀରେ ଗ୍ରହ ଦୋଷ ଥାଏ ଅବା ଅଜାଣତରେ କୌଣସି ପାପ ହୋଇଯାଇଥାଏ ତେବେ ସହଜରେ ସଫଳତା ମିଳିପାରେନାହିଁ। ଏପରି ସ୍ଥଳେ ଭଗବାନଙ୍କ ପୂଜା କରିବା ଦ୍ୱାରା ଜୀବନର ସମସ୍ୟାକୁ ଦୂର କରାଯାଇ ପାରିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାତକରେ କୁଣ୍ଡଳୀ ଦୋଷ ଦୂର କରିବା ଲାଗି ପ୍ରତିଦିନ ମନ୍ଦିର ଯାଇ ପୂଜା କରିବା ଜରୁରୀ। କିନ୍ତୁ ଆଜିକାଲିର ବଢୁଥିବା ବ୍ୟସ୍ତତା […]

Temple

Rakesh Mallick
  • Published: Tuesday, 30 January 2018
  • , Updated: 30 January 2018, 08:31 AM IST

ଜୀବନରେ ସମସ୍ୟା ଦୂର କରିବା ଲାଗି ପରିଶ୍ରମ ସହ ଭାଗ୍ୟର ସାଥ ମିଳିବା ଜରୁରୀ। ଯଦି କୁଣ୍ଡଳୀରେ ଗ୍ରହ ଦୋଷ ଥାଏ ଅବା ଅଜାଣତରେ କୌଣସି ପାପ ହୋଇଯାଇଥାଏ ତେବେ ସହଜରେ ସଫଳତା ମିଳିପାରେନାହିଁ। ଏପରି ସ୍ଥଳେ ଭଗବାନଙ୍କ ପୂଜା କରିବା ଦ୍ୱାରା ଜୀବନର ସମସ୍ୟାକୁ ଦୂର କରାଯାଇ ପାରିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାତକରେ କୁଣ୍ଡଳୀ ଦୋଷ ଦୂର କରିବା ଲାଗି ପ୍ରତିଦିନ ମନ୍ଦିର ଯାଇ ପୂଜା କରିବା ଜରୁରୀ। କିନ୍ତୁ ଆଜିକାଲିର ବଢୁଥିବା ବ୍ୟସ୍ତତା କାରଣରୁ ଅଧିକାଂଶ ଲୋକେ ମନ୍ଦିର ଯାଇପାରୁ ନାହାଁନ୍ତି। ଶାସ୍ତ୍ର ଅନୁସାରେ ପ୍ରତିଦିନ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରିପାରୁ ନଥିଲେ ମନ୍ଦିରର ଶିଖରକୁ ଦର୍ଶନ କଲେ ସମାନ ପୂଣ୍ୟ ମିଳିଥାଏ। ତେଣୁ ଶାସ୍ତ୍ରରେ କୁହାଯାଇଛି ‘ ଶିଖର ଦର୍ଶନମ୍‌ ପାପ ନାଶମ୍’ ଅର୍ଥାତ୍‌ ଶିଖର ଦର୍ଶନ କଲେ ପାପ ନାଶ ହୋଇଥାଏ।

ମନ୍ଦିରକୁ ଯାଇପାରୁ ନଥିଲେ ଘରେ ଠାକୁରଙ୍କୁ ନିୟମିତ ପୂଜା କରନ୍ତୁ। ଘରେ ଠାକୁର ପୂଜା ପାଇଁ ଯଦି ଅଧିକ ସମୟ ପାଉନାହାଁନ୍ତି ସକାଳ ଓ ସନ୍ଧ୍ୟା ସମୟରେ ଭଗବାନଙ୍କ ସମ୍ମୁଖରେ ଘିଅ ଦୀପ ଜଳାନ୍ତୁ। ଏପରି କରିବା ଦ୍ୱାରା ଘରେ ସକାରାତ୍ମକ ପ୍ରଭାବ ପଡିଥାଏ। ନିୟମିତ ଠାକୁରଙ୍କ ପାଖରେ ବିଧିବିଧାନ ସହ ପୂଜା କରି ନପାରିଲେ ଠାକୁର ରଖିଥିବା ସ୍ଥାନକୁ ସର୍ବଦା ସଫା ରଖନ୍ତୁ। ଏପରି କଲେ ଭଗବାନଙ୍କ କୃପା ଲାଭ କରିପାରିବେ।

Related story