ଜାଣନ୍ତୁ ଶ୍ରାଦ୍ଧ ଦିନ କେଉଁ ନୀତି ନିୟମ ପାଳନ କରିବା ଉଚିତ

Ordigital Desk
  • Published: Monday, 07 May 2018
  • , Updated: 07 May 2018, 07:51 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁତ୍ରର ପିଣ୍ଡଦାନଦ୍ଵାରା ସ୍ଵର୍ଗତ ପିତାମାତା ଓ ପୂର୍ବଜଙ୍କୁ ମୁକ୍ତି ମିଳେ ଏବଂ ଏହିକ୍ରମରେ ବଂଶାନୁକ୍ରମ ଚାଲୁରହେ। ଏହି ପିଣ୍ଡଦାନ ବ୍ୟବସ୍ଥାକୁ ଶ୍ରାଦ୍ଧ କୁହାଯାଏ। ଅନ୍ୟ ମତେ ପୂର୍ବପୁରୁଷଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନକୁ ଶ୍ରାଦ୍ଧ କୁହାଯାଏ। ପ୍ରତିବର୍ଷ ଆଶ୍ୱିନ ମାସର କୃଷ୍ଣପକ୍ଷକୁ ପିତୃପକ୍ଷ କୁହାଯାଏ। ଏହି ଦିନ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ପିଣ୍ଡଦାନ କରିବା ଦିନ କିଛି କଥା ମନେରଖନ୍ତୁ। ପିତୃ ଶ୍ରାଦ୍ଧ ଦିନ କେବେ ମିଛ କଥା କହିବେ ନାହିଁ। ପାନ ଖାଇବେ ନାହିଁ। ନଦୀ ପାର ହୋଇ କୌଣସି ସ୍ଥାନକୁ ଯିବେ ନାହିଁ। ଅନ୍ୟ କାହା ଘରେ ଭୋଜନ କରିବେ ନାହିଁ ଏବଂ ସେଦିନ ଦୁଇଥର ଖାଇବେ ନାହିଁ। ଏହି ନିୟମ ମାନିଲେ ପିତୃପୁରୁଷ ମାନେ ଶାନ୍ତି ହେବେ ଏବଂ ଆପଣଙ୍କର ମଧ୍ୟ ମଙ୍ଗଳ ହେବ। (ଦେଖନ୍ତୁ ଭିଡିଓ)</p>

Related story