ଜିରୋ ନାଇଟ୍‌ରେ କ୍ରାସ୍‌ ହେବା ସତ୍ତ୍ୱେ, ଭାରତୀୟଙ୍କ ପାଇଁ ନୂଆବର୍ଷ ମେସେଜ ପଠାଇବାରେ ରେକର୍ଡ କଲା ହ୍ୱାଟ୍ସଆପ୍‌

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବଦିନ ରାତି ଅର୍ଥାତ ଡିସେମ୍ବର ୩୧ ତାରିଖରେ ହ୍ୱାଟ୍ସଆପ୍‌ ୨ ଘଣ୍ଟା କାମ କରି ନଥିଲା। ଏହା ସତ୍ତ୍ୱେ, ହ୍ୱାଟ୍ସଆପ୍‌ ନୂଆବର୍ଷ ଶୁଭକାମନା ପଠାଯିବାରେ ରେକର୍ଡ କରିଛି। ବିଶେଷ କରି ଭାରତୀୟ ବହୁଳ ଭାବେ ହ୍ୱାଟ୍ସଆପ୍‌ରେ ବନ୍ଧୁ ଓ ପରିଜନଙ୍କୁ ଶୁଭକାମନା ଜଣାଇଛନ୍ତି। ତଥ୍ୟ ଅନୁସାରେ ଡିସେମ୍ବର ୩୧ ତାରିଖ ଦିନ ୧୨ଟାରୁ ରାତି ୧୧.୫୯ ମିନିଟ ମଧ୍ୟରେ ୨୦ ବିଲିୟନ ଭାରତୀୟ ନୂଆବର୍ଷର ଶୁଭକାମନା ଜଣାଇଛନ୍ତି। ହ୍ୱାଟ୍ସଆପ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ, […]

whatsap

Rakesh Mallick
  • Published: Friday, 05 January 2018
  • , Updated: 05 January 2018, 03:15 PM IST

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବଦିନ ରାତି ଅର୍ଥାତ ଡିସେମ୍ବର ୩୧ ତାରିଖରେ ହ୍ୱାଟ୍ସଆପ୍‌ ୨ ଘଣ୍ଟା କାମ କରି ନଥିଲା। ଏହା ସତ୍ତ୍ୱେ, ହ୍ୱାଟ୍ସଆପ୍‌ ନୂଆବର୍ଷ ଶୁଭକାମନା ପଠାଯିବାରେ ରେକର୍ଡ କରିଛି। ବିଶେଷ କରି ଭାରତୀୟ ବହୁଳ ଭାବେ ହ୍ୱାଟ୍ସଆପ୍‌ରେ ବନ୍ଧୁ ଓ ପରିଜନଙ୍କୁ ଶୁଭକାମନା ଜଣାଇଛନ୍ତି। ତଥ୍ୟ ଅନୁସାରେ ଡିସେମ୍ବର ୩୧ ତାରିଖ ଦିନ ୧୨ଟାରୁ ରାତି ୧୧.୫୯ ମିନିଟ ମଧ୍ୟରେ ୨୦ ବିଲିୟନ ଭାରତୀୟ ନୂଆବର୍ଷର ଶୁଭକାମନା ଜଣାଇଛନ୍ତି।

ହ୍ୱାଟ୍ସଆପ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ୟୁଜର୍ସ ୨୦ ବିଲିୟନ ନୂଆବର୍ଷ ଶୁଭକାମନା ମେସେଜ ପଠାଇଛନ୍ତି। ଗତବର୍ଷ ନୂଆବର୍ଷରେ ୧୪ ବିଲିୟନ ଭାରତୀୟ ୟୁଜର୍ସ ମେସେଜ୍‌ ପଠାଥିଲେ।

ସାରା ବିଶ୍ୱରେ ୭୫ ବିଲିୟନ ୟୁଜର୍ସ ହ୍ୱାଟ୍ସଆପ୍‌ରେ ନବବର୍ଷର ଶୁଭକାମନା ମେସେଜ ପଠାଛନ୍ତି। ୧୩ ବିଲିୟନ ଫଟୋ ପଠାଯାଇଥିବା ବେଳେ ୫ ବିଲିୟନ ଭିଡିଓ ପଠାଯାଇଛି।

Related story