ଘରର ଏହି ଦିଗରେ ସୋଫା, ଟିଭି, କୁଲର ରଖନ୍ତୁ

ପରିବାରରେ ସୁଖ ଶାନ୍ତି ପାଇଁ ଆମେ ଅନେକ କଥା ମାନିଥାଉ। କେତେବେଳେ ପୂଜାପାଠ ତ କେତେବେଳେ ନୀତିନିୟମ ମାନି ଚଳିବାକୁ ପଡିଥାଏ। ହେଲେ ଜାଣିଛନ୍ତି ଘରର ଆସବାପତ୍ର ରଖିବାର ମଧ୍ୟ ନିଦ୍ଧିଷ୍ଟ ନିୟମ ରହିଛି। ଏପରି କରିବା ଦ୍ୱାରା ଘରେ ଶାନ୍ତି ରହିଥାଏ। ବିଶ୍ୱାସ କରାଯାଏ ନିମ୍ନଲିଖିତ ଉପାୟଗୁଡିକୁ ଆପଣେଇଲେ ଘରେ ସୁଖ ଶାନ୍ତି  ବଜାୟ ରହେ। – ଶୋଇବା ଘରେ ସୂର୍ଯ୍ୟକିରଣ ପଡିବା ଉଚିତ। ଏହା ସହ ବାୟୁଚଳାଚଳ ଯେପରି ସଠିକ ଢଙ୍ଗରେ ହେବ ସେ […]

home copy

Rakesh Mallick
  • Published: Friday, 16 March 2018
  • , Updated: 16 March 2018, 10:22 AM IST

ପରିବାରରେ ସୁଖ ଶାନ୍ତି ପାଇଁ ଆମେ ଅନେକ କଥା ମାନିଥାଉ। କେତେବେଳେ ପୂଜାପାଠ ତ କେତେବେଳେ ନୀତିନିୟମ ମାନି ଚଳିବାକୁ ପଡିଥାଏ। ହେଲେ ଜାଣିଛନ୍ତି ଘରର ଆସବାପତ୍ର ରଖିବାର ମଧ୍ୟ ନିଦ୍ଧିଷ୍ଟ ନିୟମ ରହିଛି। ଏପରି କରିବା ଦ୍ୱାରା ଘରେ ଶାନ୍ତି ରହିଥାଏ। ବିଶ୍ୱାସ କରାଯାଏ ନିମ୍ନଲିଖିତ ଉପାୟଗୁଡିକୁ ଆପଣେଇଲେ ଘରେ ସୁଖ ଶାନ୍ତି  ବଜାୟ ରହେ।

- ଶୋଇବା ଘରେ ସୂର୍ଯ୍ୟକିରଣ ପଡିବା ଉଚିତ। ଏହା ସହ ବାୟୁଚଳାଚଳ ଯେପରି ସଠିକ ଢଙ୍ଗରେ ହେବ ସେ ପ୍ରତି ଧ୍ୟାନ ଦେବା ଉଚିତ।

- ବାସ୍ତୁ ଅନୁସାରେ ଘରେ କୌଣସି କୃତିମ ଗଛ ନ ଲଗାଇ ଅସଲି ଗଛ ଲଗାନ୍ତୁ। ଏହା ଘର ପାଇଁ ଶୁଭ।

- ଘରେ ଡ୍ରେସିଂ ଟେବଲ ରଖିଥିଲେ ଏହାକୁ ଘରର ଉତ୍ତର-ପୂର୍ବ ଅବା ପୂର୍ବ ଦିଗରେ ରଖନ୍ତୁ।

- ଘରର ଉତ୍ତର ଦିଗରେ ସୋଫା, ଟିଭି, କୁଲରକୁ ରଖିବା ଭଲ।

- ପ୍ରବେଶ ଦ୍ୱାରରେ ଫିସ୍‌ ପଟ ରଖନ୍ତୁ। ଏହା ଦ୍ୱାରା ଆୟ ବଢିଥାଏ ବୋଲି ବିଶ୍ୱାସ କରାଯାଏ।

- ପଲଙ୍କ ତଳକୁ ସର୍ବଦା ସଫା ରଖନ୍ତୁ।

- ଘର ଟଏଲେଟ୍‌କୁ ଉତ୍ତର-ପୂର୍ବରେ ରଖନ୍ତୁ ନାହିଁ। ଏହା ଦ୍ୱାରା  ଘରେ ଅଶାନ୍ତି ବଢିଥାଏ।

 

Related story