ମା’ କୋଳେଇ ଧରିଲେ ଛୁଆର କାନ୍ଦ ବନ୍ଦ ହୋଇଯାଏ କାହିଁକି ?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଛୁଆ କାନ୍ଦିଲେ ମା’କୁ ବାଧେ। ସେ ଦଉଡି ଆସେ। ଛାତିରେ ଯାକି ଧରିଲେ ଛୁଆଟିର କାନ୍ଦ ବନ୍ଦ ହୋଇଯାଏ। ଏହା ସାଧାରଣ କଥାଟିଏ। ଆପଣ, ମୁଁ ଆଉ ଆମେ ସମସ୍ତେ ଏ କଥାକୁ ଅଙ୍ଗେ ନିଭେଇଛେ। ହେଲେ ଥରେ ଭାବିଲେ ଦେଖି ଏମିତି କ’ଣ ଥାଏ ଯେ, ଛୁଆଟିଏ ମା’ ପାଖକୁ ଗଲେ ଚୁପ୍‌ ହୋଇଯାଏ। କ’ଣ ଏହାର ବିଜ୍ଞାନ, କେବେ ଚିନ୍ତା କରିଛନ୍ତି ? ଶିଶୁ ବିଶେଷଜ୍ଞଙ୍କୁ ଏବାବଦରେ ପଚରାଯିବାରୁ ଜଣାପଡିଛି, ପିଲା […]

mom

Rakesh Mallick
  • Published: Wednesday, 04 April 2018
  • , Updated: 04 April 2018, 07:47 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଛୁଆ କାନ୍ଦିଲେ ମା’କୁ ବାଧେ। ସେ ଦଉଡି ଆସେ। ଛାତିରେ ଯାକି ଧରିଲେ ଛୁଆଟିର କାନ୍ଦ ବନ୍ଦ ହୋଇଯାଏ। ଏହା ସାଧାରଣ କଥାଟିଏ। ଆପଣ, ମୁଁ ଆଉ ଆମେ ସମସ୍ତେ ଏ କଥାକୁ ଅଙ୍ଗେ ନିଭେଇଛେ। ହେଲେ ଥରେ ଭାବିଲେ ଦେଖି ଏମିତି କ’ଣ ଥାଏ ଯେ, ଛୁଆଟିଏ ମା’ ପାଖକୁ ଗଲେ ଚୁପ୍‌ ହୋଇଯାଏ। କ’ଣ ଏହାର ବିଜ୍ଞାନ, କେବେ ଚିନ୍ତା କରିଛନ୍ତି ?

ଶିଶୁ ବିଶେଷଜ୍ଞଙ୍କୁ ଏବାବଦରେ ପଚରାଯିବାରୁ ଜଣାପଡିଛି, ପିଲା କାନ୍ଦୁଥିଲା ବେଳେ ମାଆର ହୃତପିଣ୍ଡର ସ୍ପନ୍ଦନକୁ ଶୁଣିଲେ ତାର କାନ୍ଦ ବନ୍ଦ ହୋଇଯାଏ। ଏହା ଏକ ସାଧାରଣ ପ୍ରକ୍ରିୟା। ଛୁଆଟିଏ ମା’ ପେଟରେ ଥିବା ବେଳେ ମା’ର ହୃତ୍‌ପିଣ୍ଡର ସ୍ପନ୍ଦନ ଶୁଣି ଶୁଣି ସେ ବଡ଼ ହୋଇଥାଏ। ଏଥିପାଇଁ ଏ ଶବ୍ଦ ସହ ଭଲ ସେ ଭାବରେ ପରିଚିତ ଥାଏ। ଫଳତଃ ଯେତେବେଳେ ଛୁଆଟି ଭୟ ଅନୁଭବ କରେ ସେ ସମୟରେ ତାର ମା’ ତାକୁ କୋଳେଇ ନେଲେ ସେ ସେହି ପରିଚିତ ଶବ୍ଦକୁ ଅନୁଭବ କରି ଆସ୍ୱସ୍ଥ ହୁଏ ଓ ଚୁପ୍‌ ହୋଇଯାଏ। ଆଉ ଗୋଟିଏ କଥା ମଧ୍ୟ ଜାଣି ରଖିବା ଆବଶ୍ୟକ। ଅଧିକାଂଶ ସମୟରେ ମହିଳାମାନେ ଛୁଆଟିକୁ ଚୁପ୍‌ କରାଇବା ପାଇଁ ଛାତିରେ ବାଁ କରରେ ଜାକି ଧରନ୍ତି। ଏହାର କାରଣ ମଧ୍ୟ ସହଯାତ। ମହିଳାଟିଏ ନିଜ ଅଜାଣତରେ ଏଭଳି କରିଥାଏ। କାରଣ ଶରୀରର ବାମପଟେ ହୃତ୍‌ପିଣ୍ଡ ରହିଥାଏ।

Related story