ବିବାହ ପୂର୍ବରୁ କୁଣ୍ଡଳୀ ମିଶାଯାଏ କାହିଁକି ?

ବିବାହର ବେଶ୍‌ ମହତ୍ତ୍ୱ ରହିଛି। ଭାରତୀୟ ସଂସ୍କୃତିରେ ବଂଶ ରକ୍ଷା ଓ ସମାଜ ରକ୍ଷା ପାଇଁ ପୁରୁଷ ଓ ସ୍ତ୍ରୀ ମିଳନକୁ ବିବାହର ଆଖ୍ୟା ଦିଆଯାଇଛି। ପରସ୍ପର ସହ ଉପଯୁକ୍ତ ମେଳ ଖାଉଥିବା ଦୁଇଟି ଭିନ୍ନ ବ୍ୟକ୍ତି ବିଶେଷଙ୍କୁ ନେଇ ବିବାହ ଅନୁଷ୍ଠିତ ହୋଇଥାଏ। ବାହାଘରରେ ସାଧାରଣତଃ ଅନେକ ରୀତି ପରମ୍ପରା ରହିଛି। ସେଥିମଧ୍ୟରୁ ବିବାହ ପୂର୍ବରୁ ପୁଅ ଝିଅ ମଧ୍ୟରେ କୁଣ୍ଡଳୀ ମିଳେଇବାର ବିଶ୍ୱାସ ରହିଛି। ବିବାହ ପୂର୍ବରୁ ପୁଅଝିଅଙ୍କ ମଧ୍ୟରେ କୁଣ୍ଡଳୀ ମିଶାଇବାର ପଛରେ […]

marriage

Rakesh Mallick
  • Published: Tuesday, 05 December 2017
  • , Updated: 05 December 2017, 12:47 PM IST

ବିବାହର ବେଶ୍‌ ମହତ୍ତ୍ୱ ରହିଛି। ଭାରତୀୟ ସଂସ୍କୃତିରେ ବଂଶ ରକ୍ଷା ଓ ସମାଜ ରକ୍ଷା ପାଇଁ ପୁରୁଷ ଓ ସ୍ତ୍ରୀ ମିଳନକୁ ବିବାହର ଆଖ୍ୟା ଦିଆଯାଇଛି। ପରସ୍ପର ସହ ଉପଯୁକ୍ତ ମେଳ ଖାଉଥିବା ଦୁଇଟି ଭିନ୍ନ ବ୍ୟକ୍ତି ବିଶେଷଙ୍କୁ ନେଇ ବିବାହ ଅନୁଷ୍ଠିତ ହୋଇଥାଏ। ବାହାଘରରେ ସାଧାରଣତଃ ଅନେକ ରୀତି ପରମ୍ପରା ରହିଛି। ସେଥିମଧ୍ୟରୁ ବିବାହ ପୂର୍ବରୁ ପୁଅ ଝିଅ ମଧ୍ୟରେ କୁଣ୍ଡଳୀ ମିଳେଇବାର ବିଶ୍ୱାସ ରହିଛି। ବିବାହ ପୂର୍ବରୁ ପୁଅଝିଅଙ୍କ ମଧ୍ୟରେ କୁଣ୍ଡଳୀ ମିଶାଇବାର ପଛରେ କାରଣ କ'ଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା ସେ ସଂପର୍କରେ।

ଭାରତୀୟ ସଂସ୍କୃତିରେ ବିବାହ ପୂର୍ବରୁ କୁଣ୍ଡଳୀ ମିଶାଇବାର ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି। କୁଣ୍ଡଳୀ ମିଶିବା ଦ୍ୱାରା ଦୁହିଁଙ୍କ ଗୁଣ ବିଷୟରେ ଜଣାପଡିଥାଏ। ଶାସ୍ତ୍ର ଅନୁସାରେ ବିବାହ ପରେ ବରକନ୍ୟାଙ୍କୁ ସ୍ୱାଭାବିକ ଭାବେ ସମାନ ରୂପେ ଗଣନା କରାଯାଇଥାଏ। କୁଣ୍ଡଳୀ ମିଶେଇବା ଦ୍ୱାରା ଦୁହିଁଙ୍କ ସ୍ୱଭାବ ଓ ଭାଗ୍ୟ ପରସ୍ପର ମଧ୍ୟରେ ପ୍ରଭାବିତ କରିଥାଏ। କୁଣ୍ଡଳୀ ମିଶେଇବା ପୂର୍ବରୁ ଅଙ୍କ ଗୁଡିକୁ ମିଳେଇବା ଜରୁରୀ ହୋଇଥାଏ। ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ବିବାହ ପୂର୍ବରୁ କୁଣ୍ଡଳୀ ମିଶାଯାଏ ବୋଲି ବିଶ୍ୱାସ ରହିଛି।

ଯଦି କୌଣସି ପୁରୁଷ ଓ ମହିଳାଙ୍କ କୁଣ୍ଡଳୀ ମିଶି ନଥାଏ, ସେଠାରେ ବିବାହ କରାଯାଇ ନଥାଏ। ଯଦି ବିବାହ କରିଦିଆଯାଏ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହି ନଥାଏ ବୋଲି ବିଶ୍ୱାସ ରହିଛି। ତେବେ ଆଧୁନିକ ଭାରତରେ ବହୁ ଯୁବକଯୁବତୀ ଏହାକୁ ବିଶ୍ୱାସ କରୁନାହାଁନ୍ତି। ତଥାପି ଅଧିକାଂଶ ସ୍ଥାନରେ କୁଣ୍ଡଳୀ ନ ମିଶିଲେ ଲୋକେ ବିବାହ କରୁନାହାନ୍ତି।

Related story