ଶବଦାହ କରି ଫେରିବା ବେଳେ ପଛକୁ ବୁଲି କାହିଁକି ଚାହିଁବା କଥା ନୁହେଁ

ହିନ୍ଦୁ ଧର୍ମରେ ଶୋଳ ସଂସ୍କାର ମଧ୍ୟରେ ଅନ୍ତିମ ସଂସ୍କାର ଓ ଦାହ ସଂସ୍କାର ଅନ୍ୟତମ। ଧରାପୃଷ୍ଠରେ ଜୀବନ କାଳ ପୂରା ହେବା ପରେ ମଣିଷର ଆତ୍ମା ଶରୀର ଛାଡିଥାଏ। ତା’ପରେ ମୃତ ଶରୀରର ଅନ୍ତିମ ସଂସ୍କାର କରାଯାଇଥାଏ। ଅନ୍ତିମ ସଂସ୍କାରରେ ବେଦ ମନ୍ତ୍ର ସହ ଶବକୁ ଅଗ୍ନିରେ ଦାହ କରାଯାଏ। ଶାସ୍ତ୍ରରେ କୁହାଯାଇଛି ଶବ ଅଗ୍ନିରେ ଭଷ୍ମ ହେବା ପରେ ଶରୀରର ଯେଉଁ ପଞ୍ଚତତ୍ତ୍ୱରେ ନିର୍ମିତ  ହୋଇଥାଏ। ସେଥିରେ ଯାଇ ଲୀନ ହୋଇଯାଏ। ଶବକୁ ସିନା ଆପଣ […]

cremation

Rakesh Mallick
  • Published: Sunday, 15 April 2018
  • , Updated: 15 April 2018, 02:19 PM IST

ହିନ୍ଦୁ ଧର୍ମରେ ଶୋଳ ସଂସ୍କାର ମଧ୍ୟରେ ଅନ୍ତିମ ସଂସ୍କାର ଓ ଦାହ ସଂସ୍କାର ଅନ୍ୟତମ। ଧରାପୃଷ୍ଠରେ ଜୀବନ କାଳ ପୂରା ହେବା ପରେ ମଣିଷର ଆତ୍ମା ଶରୀର ଛାଡିଥାଏ। ତା’ପରେ ମୃତ ଶରୀରର ଅନ୍ତିମ ସଂସ୍କାର କରାଯାଇଥାଏ। ଅନ୍ତିମ ସଂସ୍କାରରେ ବେଦ ମନ୍ତ୍ର ସହ ଶବକୁ ଅଗ୍ନିରେ ଦାହ କରାଯାଏ। ଶାସ୍ତ୍ରରେ କୁହାଯାଇଛି ଶବ ଅଗ୍ନିରେ ଭଷ୍ମ ହେବା ପରେ ଶରୀରର ଯେଉଁ ପଞ୍ଚତତ୍ତ୍ୱରେ ନିର୍ମିତ  ହୋଇଥାଏ। ସେଥିରେ ଯାଇ ଲୀନ ହୋଇଯାଏ। ଶବକୁ ସିନା ଆପଣ ଦାହ କରିପାରିବେ କିନ୍ତୁ ଆତ୍ମାକୁ ଅଗ୍ନିରେ କେହି ଜଳେଇପାରିବ ନାହିଁ। ସେଥିପାଇଁ ଆତ୍ମାର ଅସ୍ତିତ୍ୱ ଦେହ ଜଳିଗଲା ପରେ ବି ଜୀବିତ ହୋଇଥାଏ। ଆତ୍ମାର କେବେ ମୃତ୍ୟୁ ନାହିଁ।

ତେବେ କିଛି ବ୍ୟକ୍ତିତ୍ୱଙ୍କ ଆତ୍ମା ଶରୀର ତ୍ୟାଗ କରିବା ପରେ ଧରଣୀରୁ ଚାଲିଯାଏ। କିନ୍ତୁ କିଛି ବ୍ୟକ୍ତିର ଆତ୍ମା ଏହି ଧରାପୃଷ୍ଠରେ ଘୂରିବୁଲିଥାଏ। ସେଥିପାଇଁ ଶବ ସଂସ୍କାର କରିବା ସମୟରେ ବା କରିବା ପରେ ଅନେକ ନୀତି ନିୟମ ମାନିବାକୁ  ପଡ଼ିଥାଏ। ସେଥିମଧ୍ୟରୁ ଗୋଟିଏ କଥା ହେଲା ଶବ ଦାହ କରିବା ପରେ କେବେ ବି ପଛକୁ ଚାହିଁବା କଥା ନୁହେଁ। ଏକମୁହାଁ  ହୋଇ ଘରକୁ ଯିବା କଥା । ଏମିତି କରିବା ପଛରେ ଅନେକ କାରଣ ରହିଛି। ତେବେ ଚାଲନ୍ତୁ ଜାଣିବା ଏହା ପଛର କାରଣ କ’ଣ? ଆଉ କ’ଣ ରହିଛି ରହସ୍ୟ?

-  ଶବ ସଂସ୍କାର କରିବା ପରେ ମୃତ ବ୍ୟକ୍ତିର ଆତ୍ମାକୁ ବାର୍ତ୍ତା  ଦିଆଯାଏ ଯେ ‘ଏବେ ତୁମର ଜୀବୀତ ଲୋକମାନଙ୍କ ସହ କିମ୍ବା ତୁମ ପରିଜନଙ୍କ ସହ ଆଉ କୌଣସି ସମ୍ପର୍କ ନାହିଁ। ମୋହ ବନ୍ଧନରୁ ମୁକ୍ତ ହୋଇ ମୁକ୍ତି ପାଇଁ ଆଗକୁ ବଢ଼।’

କିନ୍ତୁ ମୃତ୍ୟୁ ପରେ ବି କିଛି ଲୋକଙ୍କ ଆତ୍ମାର ମୋହ  ନିଜ ପରିବାର ସଦସ୍ୟଙ୍କ ସହ ଲାଗି ରହେ। ଆତ୍ମା ମୋହ ଗ୍ରସ୍ଥ ହୋଇ ପରିଜନଙ୍କ ଆଖ ପାଖରେ ସବୁବେଳେ ଘୂରିବୁଲି ଥାଏ । ଏହି ସ୍ଥିତିରେ ବ୍ୟକ୍ତିକୁ ମୁକ୍ତି ମିଳିପାରି ନ ଥାଏ  ଓ ତାକୁ ଆହୁରି କଷ୍ଟ ଭୋଗ କରିବାକୁ ପଡ଼ିଥାଏ। ତେଣୁ ଶବ ଦାହକରି ଫେରିବା ସମୟରେ ପଛକୁ ମୋଡ଼ି ଦେଖନ୍ତୁ ନାହିଁ। କାରଣ ଏପରି କରିବା ଦ୍ୱାରା ଆତ୍ମାର ପରିବାର ପ୍ରତି ମୋହ ତୁଟି ପାରିନଥାଏ। ସେଥିପାଇଁ ମୋହରୁ ମୁକ୍ତି ପାଇବା ପାଇଁ ଶବଦାହ କରି ଫେରିବା ସମୟରେ ପଛକୁ ମୋଡ଼ି ଦେଖିବା କଥା ନୁହେଁ।

-ଏମିତି ବି ହୋଇଥାଏ ଶବଦାହ କରି ଫେରିବା ସମୟରେ ପଛକୁ ମୋଡ଼ି ଚାହିଁଲେ ଆତ୍ମା ପରିଜନଙ୍କ ସହ ଫେରିଆସିଥାଏ। ନଚେତ୍‌ ବେଳେ ବେଳେ ଆତ୍ମା ପରିଜନଙ୍କ ଭିତରେ ମଧ୍ୟ ପ୍ରବେଶ କରିଥାଏ। ତେଣୁ ଶବ ଦାହକରି ଫେରିବା ବେଳେ ପଛକୁ ଚାହିଁବା କଥା ନୁହେଁ।

 

 

 

Related story