ବବ୍‌ଲ୍‌ ରାପ୍‌ ଜରି କାହିଁକି ଫୁଟାଇବାକୁ ଭଲପାଆନ୍ତି ପିଲା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୌଣସି ନୂଆ ଜିନିଷ ଘରକୁ ଆସିଲେ ସେଥିରେ ଲାଗିଥିବା ବବ୍‌ଲ୍‌ ରାପ୍‌ ବା ଫୋଟକା ଫୁଟାଇବାକୁ ଆନନ୍ଦ ମିଳେ। କେବଳ ଛୋଟ ପିଲା ନୁହେଁ  ବୟସରେ ବଡ଼ ଲୋକ ମଧ୍ୟ ଏହାକୁ ଫୁଟାଇବାକୁ ଭଲ ପାଆନ୍ତି। କିଛି ଲୋକଙ୍କର ଏହି ବବ୍‌ଲ୍‌କୁ ଫୁଟାଇବା ଏକ ଅଭ୍ୟାସରେ ପରିଣତ ହୋଇଥାଏ। ଏହି ବବ୍‌ଲ୍‌କୁ ଫୁଟାଇବାକୁ ଖୁସି ଲାଗିଥାଏ। ଯାହାକୁ ଶଦ୍ଦରେ ବ୍ୟକ୍ତ କରି ହେବ ନାହିଁ। କିନ୍ତୁ ଆପଣ କଣ କେବେ ଭବିଛନ୍ତି, ଏହି ଜରିକୁ […]

bubble image

Rakesh Mallick
  • Published: Tuesday, 03 July 2018
  • , Updated: 03 July 2018, 01:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୌଣସି ନୂଆ ଜିନିଷ ଘରକୁ ଆସିଲେ ସେଥିରେ ଲାଗିଥିବା ବବ୍‌ଲ୍‌ ରାପ୍‌ ବା ଫୋଟକା ଫୁଟାଇବାକୁ ଆନନ୍ଦ ମିଳେ। କେବଳ ଛୋଟ ପିଲା ନୁହେଁ  ବୟସରେ ବଡ଼ ଲୋକ ମଧ୍ୟ ଏହାକୁ ଫୁଟାଇବାକୁ ଭଲ ପାଆନ୍ତି। କିଛି ଲୋକଙ୍କର ଏହି ବବ୍‌ଲ୍‌କୁ ଫୁଟାଇବା ଏକ ଅଭ୍ୟାସରେ ପରିଣତ ହୋଇଥାଏ। ଏହି ବବ୍‌ଲ୍‌କୁ ଫୁଟାଇବାକୁ ଖୁସି ଲାଗିଥାଏ। ଯାହାକୁ ଶଦ୍ଦରେ ବ୍ୟକ୍ତ କରି ହେବ ନାହିଁ। କିନ୍ତୁ ଆପଣ କଣ କେବେ ଭବିଛନ୍ତି, ଏହି ଜରିକୁ ଦେଖିବା ମାତ୍ରେ ଆମେ ଏହାକୁ ଫୁଟାଇବା ପାଇଁ ଏତେ ଉତ୍ସାହିତ କାହିଁକି ହୋଇଥାଉ? ବୈଜ୍ଞାନିକଙ୍କ ମତରେ ଏହା ପଛରେ ତିନୋଟି ବଡ଼ କାରଣ ରହିଛି। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ କ’ଣ?

୧- ଗବେଷଣା ଅନୁସାରେ ଆମେ ଯେବେ ବି ଆମେ ହାତରେ କିଛି ଛୋଟ ଜିନିଷ ଧରିଥାଉ ସେତେବେଳେ ଏକ ଅଜବ ବ୍ୟାକୁଳତା ଅନୁଭବ ହୋଇଥାଏ। ଯଦି ଆପଣ ଚିନ୍ତାରେ ବୁଡ଼ି ରହୁଛନ୍ତି କିମ୍ବା ଏକୁଟିଆ ରହୁଛନ୍ତି, ତେବେ ଏହି ବ୍ୟାକୁଳତା ଅଧିକ ଅନୁଭବ ହୋଇଥାଏ। ଏହି ସମୟରେ ଆମ ହାତରେ ବବ୍‌ଲ୍‌ ରାପ୍‌ ପଡ଼ିଲେ ଆମେ ତାକୁ ଫୁଟାଇବାକୁ ଲାଗିଥାଉ। ଯେଉଁଥିରେ ଆମ ମନକୁ ଶାନ୍ତି ମିଳିବା ସହିତ ଗୋଟିଏ କାମରେ ମନ ଲାଗି ରହିଥାଏ। ଯଥା ବହି ପଢ଼ିବା କିମ୍ବା ରିସର୍ଚ୍ଚ କରିବା ସମୟରେ ଯଦି ଆମେ ବବ୍‌ଲ୍‌ ରାପ୍‌କୁ ଫୁଟାଇଥାଉ ତେବେ ଆମର ଧ୍ୟାନ ସେହି କାମରେ ଲାଗି ରହିଥାଏ।
୨- ବୈଜ୍ଞାନିକଙ୍କ କହିବା ଅନୁସାରେ କିଛି ଲୋକ ଅଧିକ ଚିନ୍ତାରେ ରୁହନ୍ତି ସେମାନେ ଅଜାଣତରେ ହାତ ଗୋଡ଼ ହଲାଇବାକୁ ଲାଗିଥାନ୍ତି। ଏହି ସମୟରେ ବବ୍‌ଲ୍‌ ରାପ୍‌ ଫୁଟାଇଲେ ତାଙ୍କ ମନକୁ ଶାନ୍ତି ମିଳିଥାଏ।

୩- ବବ୍‌ଲ୍‌ ରାପ୍‌ ଫୁଟାଇବା ଦ୍ୱାରା ଆମ ମସ୍ତିଷ୍କକୁ ଏକ ଭିନ୍ନ ପ୍ରକାର ସନ୍ତୁଷ୍ଟି ମିଳିଥାଏ। ଲୋକପ୍ରିୟ ଖବରକାଗଜ ଡେକାନ୍‌ କ୍ରୋନିକଲ୍‌ରେ ବବ୍‌ଲ୍‌ ଫୁଟାଇବାରେ ମିଳୁଥିବା ସନ୍ତୁଷ୍ଟିକୁ ‘ଅଟୋମେସନ୍‌ ସେନ୍‌ସର୍‌ ମେରିଡିୟମ୍‌ ରେସ୍‌ପନ୍ସ୍‌’(ASMR) କୁହାଯାଏ ବୋଲି ପ୍ରକାଶ ପାଇଥିଲା। ଯେଉଁଥିରେ କୁହାଯାଇଥିଲା କି ଏହାକୁ ଫୁଟାଇବା ଦ୍ୱାରା ମଣିଷ ଶରୀରରେ ଏକ ଅଲଗା ପ୍ରକାର ଆନନ୍ଦ ଅନୁଭୂତ ହୋଇଥାଏ। ଏହା ଆମ ମସ୍ତିଷ୍କରେ ହାପି ହର୍‌ମୋନ୍‌ କ୍ଷରଣ କରିବାରେ ସାହାଯ୍ୟ ମଧ୍ୟ କରିଥାଏ।

Related story