ଜାଣନ୍ତୁ କେମିତି ଲଗାଇବେ ସିନ୍ଦୂର

Ordigital Desk
  • Published: Sunday, 28 January 2018
  • , Updated: 28 January 2018, 01:40 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସଧବା ନାରୀର ପ୍ରତୀକ ସିନ୍ଦୂର। ମଥାରେ ସିନ୍ଦୂର ଥିଲେ ଅତି ସହଜରେ ବାରି ହୋଇଯାଏ ଯେ ନାରୀଟି ବିବାହିତା। ହିନ୍ଦୁ ଧର୍ମ ଅନୁଯାୟୀ ସ୍ୱାମୀର ଦୀର୍ଘାୟୁ ପାଇଁ ନାରୀଟିଏ ସିନ୍ଦୂର ଲଗାଏ। ସିନ୍ଦୂର ବିନା ଜଣେ ବିବାହିତା ନାରୀ ଅସମ୍ପୂର୍ଣ୍ଣ। ପ୍ରତିଦିନ ଗାଧୋଇ ସାରିବା ପରେ ଜଣେ ନାରୀ ସିନ୍ଦୂର ଲଗାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ସିନ୍ଦୂର ଲଗାଇବା ସମୟରେ ନାରୀମାନଙ୍କୁ ଟିକେ ଧ୍ୟାନ ଦେବା ଉଚିତ। କିଛି ମହିଳା ଅଛନ୍ତି ମଥାରେ ମଝି ସୁନ୍ତାଣୀ ନକରି ଡାହାଣ କିମ୍ବା ବାମ କଡରେ କରନ୍ତି ଏବଂ ସେଠାରେ ସିନ୍ଦୂର ଲଗାନ୍ତି। ଏପରି କରିବା ଅନୁଚିତ, କେବଳ ମଝି ସୁନ୍ତାଣୀ କରି ସିନ୍ଦୂର ଲଗାନ୍ତୁ। ମଝି ସୁନ୍ତାଣୀ ବ୍ୟତୀତ ଅନ୍ୟ କେଉଁଠି ସିନ୍ଦୂର ଲଗାଇଲେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ମନାନ୍ତର ହୁଏ ବୋଲି କୁହାଯାଏ।</p>

Related story