ସଫଳତା ଲାଗି ନୂଆ ବର୍ଷରେ କରନ୍ତୁ ଏହି ୬ଟି କାମ

ଅବଗଣନା ଆରମ୍ଭ ହୋଇଯାଇଛି। ଆଉ ମାତ୍ର ଅଳ୍ପ କେତେ ସମୟ ପରେ ବିଦାୟ ନେବ ୨୦୧୭ ଆଉ ୧୮ର ଆଗମନ ହେବ। ଏହି ନୂଆବର୍ଷକୁ ନେଇ ଆପଣ କେତେ କ’ଣ ଯୋଜନା କରିଥିବେ। ହେଲେ ଜଣିଛନ୍ତି କି, ନୂଆ ବର୍ଷରେ ଏମିତି କ’ଣ କରିବାକୁ ପଡିବ, ଯାହା କଲେ ବର୍ଷ ତମାମ୍‌ର ସୁଖ ଆପଣଙ୍କର ହୋଇଯିବ। ତା ହେଲେ ଆସନ୍ତୁ ଜାଣିବା ବର୍ଷତମାମ୍‌ର ସଫଳତା ଲାଗି କିଛି ଟିପ୍ସ। ତମ୍ୱା ଢାଳରେ ପାଣି ଭର୍ତ୍ତି କରି ଏଥିରେ […]

fr5 copy

Rakesh Mallick
  • Published: Sunday, 31 December 2017
  • , Updated: 31 December 2017, 06:39 PM IST

ଅବଗଣନା ଆରମ୍ଭ ହୋଇଯାଇଛି। ଆଉ ମାତ୍ର ଅଳ୍ପ କେତେ ସମୟ ପରେ ବିଦାୟ ନେବ ୨୦୧୭ ଆଉ ୧୮ର ଆଗମନ ହେବ। ଏହି ନୂଆବର୍ଷକୁ ନେଇ ଆପଣ କେତେ କ’ଣ ଯୋଜନା କରିଥିବେ। ହେଲେ ଜଣିଛନ୍ତି କି, ନୂଆ ବର୍ଷରେ ଏମିତି କ’ଣ କରିବାକୁ ପଡିବ, ଯାହା କଲେ ବର୍ଷ ତମାମ୍‌ର ସୁଖ ଆପଣଙ୍କର ହୋଇଯିବ। ତା ହେଲେ ଆସନ୍ତୁ ଜାଣିବା ବର୍ଷତମାମ୍‌ର ସଫଳତା ଲାଗି କିଛି ଟିପ୍ସ।

  • ତମ୍ୱା ଢାଳରେ ପାଣି ଭର୍ତ୍ତି କରି ଏଥିରେ ସାମାନ୍ୟ କେଶର ମିଶାଇ ଦିଅନ୍ତୁ। ଏହି ପବିତ୍ର ଜଳକୁ ଶିବଲିଙ୍ଗ ଉପରେ ସମର୍ପଣ କରନ୍ତୁ। ଠାକୁରଙ୍କୁ ଏହି ଜଳ ଲାଗି କରିବା ବେଳେ ୧୦୮ ଥର “ ଓମ୍‌ ମହାଦେବାୟ ନମଃ” ମନ୍ତ୍ର ଉଚ୍ଚାରଣ କରନ୍ତୁ। ଏହା କଲେ ପରିବାରର ସୌଭାଗ୍ୟ ଉଦୟ ହେବ।
  • ରୂପା ଢାଳରେ କଞ୍ଚା ଖିର ସହ ମହୁ, ଘିଅ, ଦହି ପ୍ରଭୃତ୍ତି ପଞ୍ଚଗବ୍ୟ ମିଶାଇ ପବିତ୍ର ଶିବଲିଙ୍ଗଙ୍କୁ ସମର୍ପଣ କରନ୍ତୁ। ଏହି ପଞ୍ଚାମୃତ ଲାଗି କରିବା ସମୟରେ “ଓମ୍‌ ରୁଦ୍ରାୟ ନମଃ” ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ପରିବାରର ଆର୍ଥିକ ସମସ୍ୟା ବର୍ଷ ତମାମ ପାଇଁ ଦୂରେଇ ଯିବ।
  •  ଗରିବ ବ୍ୟକ୍ତିଙ୍କୁ ବର୍ଷର ପ୍ରଥମ ଦିନ ସାଢେ ୫ କିଲୋ ଗହମ ଦାନ କରନ୍ତୁ। ଦେଖିବେ ବର୍ଷ ତମାମ୍‌ ମା’ ଅନ୍ନପୂର୍ଣ୍ଣଙ୍କ କୃପା ଆପଣଙ୍କ ଉପରେ ରହିବ।
  • ପତ୍ନୀପତିଙ୍କ ମଧ୍ୟରେ ବିବାଦ ଦେଖାଦେଉଥିଲେ ପବିତ୍ର ଶିବଲିଙ୍ଗରେ ସୁବାଶିତ ଜଳ ସିଞ୍ଚନ କରନ୍ତୁ। ଦେବୀ ପାର୍ବତୀଙ୍କୁ ମହେଶ୍ୱରୀ, ସମ୍ଭବୀ, ସତ୍ୟାନନ୍ଦି, ବରୁପିଣି, ସର୍ବବାହନା ଆଦି ନାମରେ ଆରାଧନା କରନ୍ତୁ, ଦେଖିବେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଯିବ।
  • ଉଦିତ ସୂର୍ଯ୍ୟଙ୍କୁ ତମ୍ୱା ପାତ୍ରରେ ଗୁଡ ଓ ସିନ୍ଦୁର ମିଶ୍ରିତ ଜଳ ସମର୍ପଣ କରନ୍ତୁ। ଚାକିରୀ କ୍ଷେତ୍ରରେ ଉନ୍ନତୀ ପାଇବେ।
  • ମହିଳାଙ୍କୁ ଗୃହ ଲକ୍ଷ୍ମୀ ବୋଲି କୁହାଯାଏ । ଏଣୁ ବର୍ଷ ଆରମ୍ଭରେ ଘରର ମହିଳାମାନେ ରକ୍ତବସ୍ତ୍ର ପରିଧାନ କରିଲେ ସୁଖ ସମୃଦ୍ଧି କାଏମ ରହିବ।

Related story