ବିବାହ ହୋଇପାରୁନି କି? ଆପଣାନ୍ତୁ ଏହି ସବୁ ଉପାୟ

ବିବାହଯୋଗ୍ୟ ପୁଅ ଓ ଝିଅଙ୍କ ବାହାଘରରେ ବିଳମ୍ୱ ଘଟିଲେ ବାପାମା’ ଚିନ୍ତିତ ହୋଇଯାଆନ୍ତି। ଏହା ଏକ ସ୍ୱାଭାବିକ କଥା। ଏଥିପାଇଁ ଜ୍ୟୋତିଷଙ୍କ ପରାମର୍ଶ ଅନୁଯାୟୀ ଅନେକ ଘରେ ପୂଜା ପାଠ କରନ୍ତି ଓ ଅନ୍ୟାନ ଉପାୟ ଆପଣାନ୍ତି। ତେବେ ଆସନ୍ତୁ ଜାଣିବା ବିବାହ ଯୋଗ୍ୟ ଯୁବକ,ଯୁବତୀଙ୍କ ବିବାହ ହୋଇପାରୁନଥିଲେ ସେମାନେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କ’ଣ କରିବା ଉଚିତ। – ବୁଧବାର ଦିନ ଗାଈକୁ ଘାସ ଖାଇବାକୁ ଦିଅନ୍ତୁ। ବିବାହ ନହେବା ପର୍ଯ୍ୟନ୍ତ ପ୍ରତି ସୋମବାର ୧୨୫୦ […]

marriage

Rakesh Mallick
  • Published: Thursday, 09 November 2017
  • , Updated: 09 November 2017, 10:43 AM IST

ବିବାହଯୋଗ୍ୟ ପୁଅ ଓ ଝିଅଙ୍କ ବାହାଘରରେ ବିଳମ୍ୱ ଘଟିଲେ ବାପାମା’ ଚିନ୍ତିତ ହୋଇଯାଆନ୍ତି। ଏହା ଏକ ସ୍ୱାଭାବିକ କଥା। ଏଥିପାଇଁ ଜ୍ୟୋତିଷଙ୍କ ପରାମର୍ଶ ଅନୁଯାୟୀ ଅନେକ ଘରେ ପୂଜା ପାଠ କରନ୍ତି ଓ ଅନ୍ୟାନ ଉପାୟ ଆପଣାନ୍ତି। ତେବେ ଆସନ୍ତୁ ଜାଣିବା ବିବାହ ଯୋଗ୍ୟ ଯୁବକ,ଯୁବତୀଙ୍କ ବିବାହ ହୋଇପାରୁନଥିଲେ ସେମାନେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କ'ଣ କରିବା ଉଚିତ।

- ବୁଧବାର ଦିନ ଗାଈକୁ ଘାସ ଖାଇବାକୁ ଦିଅନ୍ତୁ। ବିବାହ ନହେବା ପର୍ଯ୍ୟନ୍ତ ପ୍ରତି ସୋମବାର ୧୨୫୦ ଗ୍ରାମ ଡାଲି ଓ ଅଧଲିଟର କ୍ଷୀର ଦାନ କରନ୍ତୁ। ଏପରି କରିବା ଦ୍ୱାରା ବିବାହ ଯୋଗ ଶୀଘ୍ର ଫିଟିଯାଏ ବୋଲି ବିଶ୍ୱାସ ରହିଛି।

-  ଗୁରୁବାର ଦିନ କଦଳୀ ଗଛକୁ ପୂଜା କରନ୍ତୁ। ବୃହସ୍ପତିଙ୍କୁ ପ୍ରସନ୍ନ କଲେ ଶୀଘ୍ର ବିବାହ ଯୋଗ ଫିଟିଥାଏ।

- ପୁଅ ଘରୁ ଝିଅକୁ ଦେଖିବାକୁ ଆସିବା ସମୟରେ ଲାଲ ରଙ୍ଗର ବସ୍ତ୍ର ପରିଧାନ କଲେ ସକାରାତ୍ମକ ପ୍ରଭାବ ଉତ୍ପନ ହୋଇଥାଏ।

- ଯେକୌଣସି ପୂର୍ଣ୍ଣିମା ଦିନ ବରଗଛ ଚାରିପଟେ ୧୦୮ ଥର ପରିକ୍ରମା କଲେ ବିବାହ ଜନିତ ସମସ୍ତ ସମସ୍ୟା ଦୂର ହୁଏ ବୋଲି ବିଶ୍ୱାସ ରହିଛି।

- ବିବାହରେ ବିଳମ୍ୱ ହେଉଥିଲେ ଶୁକ୍ରବାର ଦିନ ଧଳା ଏବଂ ଗୁରୁବାର ଦିନ ହଳଦିଆ ପୋଷାକ ପିନ୍ଧନ୍ତୁ । ରାମଚରିତ ମାନସରେ ଥିବା ବାଳାକାଣ୍ଡ ଓ ଶିବ ପାର୍ବତୀବିବାହ ସହ ଜଡ଼ିତ ଛନ୍ଦ ପଢ଼ିଲେ ଶୀଘ୍ର ବିବାହ ଯୋଗ ଫିଟିଥାଏ।

ଆହୁରି ମଧ୍ୟ ପଢନ୍ତୁ: କାହିଁକି ଝିଅମାନେ ଅବିବାହିତ ରହିବାକୁ ସ୍ଥିର କରନ୍ତି ? ଜାଣନ୍ତୁ କିଛି ଅଜବ ମାନସିକତା

- ଶୀଘ୍ର ବିବାହ କରିବାକୁ ଆଗ୍ରହୀ ବ୍ୟକ୍ତି ଗୁରୁବାର ଦିନ ଗହମରେ ପ୍ରସ୍ତୁତ ଦୁଇଟି ରୁଟି ଓ ଗୁଡ଼ ଗାଈକୁ ଖାଇବାକୁ ଦିଅନ୍ତୁ।

- ପ୍ରତି ସୋମବାର ଦିନ ଓଁ ନମଃ ଶିବାୟ ମନ୍ତ୍ର ଜପ କରି ଶିବ ଲିଙ୍ଗ ଉପରେ ଜଳ ଚଢ଼ାନ୍ତୁ । ମହାଦେବଙ୍କୁ ପ୍ରସନ୍ନ କଲେ ବିବାହ ଯୋଗ ଶୀଘ୍ର ଫିଟିଥାଏ।

- ଜଳରେ ଅଳ୍ପ ହଳଦୀ ମିଶାଇ ସ୍ନାନ କରିବା ଦ୍ୱାରା ବିବାହ ଶୀଘ୍ର ହୋଇଥାଏ।

Related story