ରାଜକୀୟ ଠାଣିରେ କାଟି ପାରିବେ ଛୁଟି: ରାଜ୍ୟର ରାଜଉଆସ ଗୁଡ଼ିକୁ ହାତକୁ ନେଲା ପର୍ଯ୍ୟଟନ ବିଭାଗ
Ordigital Desk
• Published: Monday, 16 October 2017
• , Updated: 16 October 2017, 08:10 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ ଉଆସରେ ମିଳିବ ସାଧାରଣ ଲୋକଙ୍କ ଛୁଟି କାଟିବାର ସୁଯୋଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ରାଜପ୍ରାସାଦକୁ ପର୍ଯ୍ୟଟକଙ୍କ ରହଣୀ ସ୍ଥଳ ଭାବେ ବ୍ୟବହାର କରାଯିବ। ଏନେଇ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଛି। ପ୍ରାଥମିକ ପର୍ଯ୍ୟାୟରେ ଆଳି, ନୀଳଗିରି ଓ ଢେଙ୍କାନାଳ ରାଜଉଆସକୁ ସାମିଲ କରାଯାଇଛି। ଏଥିଲାଗି ପ୍ରକ୍ରିୟା ଆରମ୍ଭ କରାଯାଇଛି।
ଢେଙ୍କାନାଳ ରାଜାଙ୍କ ସୁରମ୍ୟ ପ୍ରାସାଦ ପୁରୁଣା ହୋଇଛି ସତ। କିନ୍ତୁ ଯାଇନି ରାଜକୀୟ ସାଜସଜ୍ଜା। କୋଠରୀ ଭିତରେ ଭରି ରହିଛି ବିଳାସ୍ୟ ବେଶନର ସମସ୍ତ ଉପାଦାନ। ପଲଙ୍କ ହେଉ କି ସୋଫା, କୋଠରୀକୁ ଆଲୋକିତ କରିବା ପାଇଁ କରାଯାଉଛି ବ୍ୟବସ୍ଥା। ରାଜରାଜୁଡା ସମୟରେ ସ୍ୱପ୍ନ ପରି ଲାଗୁଥିବା ଏହି ରାଜ ଉଆସାକୁ ସାଧାରଣ ଲୋକଙ୍କ ବ୍ୟବହାର ଲାଗି ଖୋଲି ଦେବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଯୋଜନା କରିଛି।
ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ମୋନା ଶର୍ମା କହିଛନ୍ତି-“ଓଡ଼ିଶାରେ ଥିବା ରାଜାଙ୍କର ଜମିଦାରି ଥିଲା। ସେମାନଙ୍କର ହୋଟେଲ ପ୍ରତି ଧ୍ୟାନ ନଥିଲା। ଏବେ ସରକାରଙ୍କ ନିଷ୍ପତ୍ତି ନିଶ୍ଚିତ ସେମାନଙ୍କୁ ଲାଭ ଦେବ। ଲୋକ ନିଶ୍ଚିତ ରାଜପ୍ରାସାଦ ଦେଖିବାକୁ ଯିବେ।”
ଢ଼େଙ୍କାନାଳ ଯୁବରାଜ ଅମରଜ୍ୟୋତି ସିଂହଦେଓ କହିଛନ୍ତି-“ରାଜତନ୍ତ୍ର ଗଲା ପରେ ପ୍ରସାଦ ଖୋଲା ପଡ଼ିଥିଲା। ଲୋକେ କେବଳ ଦୁଃଖ ନେଇ ଆସୁଥିଲେ। ଏବେ ଲୋକ ଶୁଖ ଭୋଗ କରିବାକୁ ପ୍ରାସାଦକୁ ଆସିବେ।”
ଆଳି ରାଜ ପରିବାର ସଦସ୍ୟ ପ୍ରତାପ କଶରୀ ଦେବ କହିଛନ୍ତି-“ଓଡ଼ିଶା ଐତିହ୍ୟ ଜାଣିବା ପାଇଁ ବିଦେଶୀ ପର୍ଯ୍ୟଟକଙ୍କର ଚାହିଦା ରହିଛି। ଏବେ ରାଜ୍ୟ ସରକାର ମାନ୍ୟତା ଦେବା ପରେ ବେଶୀ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଆସିବେ। ବେଶୀ ସଂଖ୍ୟକ ପର୍ଯ୍ୟଟକ ଆସିଲେ ଏହାକୁ ମରାମତି କରିବା ପାଇଁ ସମ୍ଭବ ହୋଇପାରିବ।”
ମୟୂରଭଞ୍ଜରୁ କଳାହାଣ୍ଡି, କେନ୍ଦୁଝରରୁ ଗଜପତି ରାଜ୍ୟରେ ରହିଛି ଅନେକ ସୁରମ୍ୟ ପ୍ରାସାଦ। ରାଜତନ୍ତ୍ର ଯିବା ପରେ ଅନେକ ରାଜଉଆସ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି। ଏଗୁଡିକର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରି ପର୍ଯ୍ୟଟକଙ୍କ ରହିବା ଲାଗି ବ୍ୟବହାର କରାଯାଇ ପାରିଲେ ପ୍ରସାଦ ଗୁଡିକର ସଂରକ୍ଷଣ ହେବା ସହ ପର୍ଯ୍ୟଟନ ଶିଳ୍ପର ବିକାଶ ମଧ୍ୟ ହୋଇପାରିବ।
[vc_video link="https://www.youtube.com/watch?v=2UWRU1cK_kU" align="center"]
Related story