ଏହିଭଳି ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ମହିଳା

ଯୁବତୀ ହୁଅନ୍ତୁ କିମ୍ବା ଯୁବକ, ଭଲ ଲାଇଫ୍‌ ପାର୍ଟନର୍ ପାଇବା ପାଇଁ ସମସ୍ତେ ଚାହାନ୍ତି। ଖାସ୍‌ କରି ଯୁବତୀମାନେ ଲାଇଫ୍‌ ପାର୍ଟନର୍‌ ବାଛିବା ବେଳେ ଖୁବ୍‌ ସିରିୟସ୍‌ ଥାଆନ୍ତି। ଏଥିପାଇଁ ମୁଖ୍ୟତଃ ସେମାନେ ପୁରୁଷଙ୍କର ବଡି ଲାଙ୍ଗୁଏଜ୍‌ଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି। ତାଙ୍କର ଚାଲିଚଳଣ, କଥାବାର୍ତ୍ତା, ଏ ସବୁଥିରେ ସେମାନେ କିଛି ଖାସ୍‌ଗୁଣ ଖୋଜନ୍ତି। ଅଧିକାଂଶ ଯୁବକ ବୋଧହୁଏ ଜାଣି ନ ଥିବେ ଯେ, ଲୁକ୍‌ସ ଅପେକ୍ଷା ଯୁବତୀମାନେ ସେମାନଙ୍କ ବ୍ୟକ୍ତିତ୍ୱ ଦ୍ୱାରା ଅଧିକ ଆକର୍ଷିତ ହୁଅନ୍ତି। […]

553a3e9a-d244-4f67-b473-12f5b0094cfb-o-in-love-couple-facebook

Rakesh Mallick
  • Published: Monday, 09 July 2018
  • , Updated: 09 July 2018, 09:41 PM IST

ଯୁବତୀ ହୁଅନ୍ତୁ କିମ୍ବା ଯୁବକ, ଭଲ ଲାଇଫ୍‌ ପାର୍ଟନର୍ ପାଇବା ପାଇଁ ସମସ୍ତେ ଚାହାନ୍ତି। ଖାସ୍‌ କରି ଯୁବତୀମାନେ ଲାଇଫ୍‌ ପାର୍ଟନର୍‌ ବାଛିବା ବେଳେ ଖୁବ୍‌ ସିରିୟସ୍‌ ଥାଆନ୍ତି। ଏଥିପାଇଁ ମୁଖ୍ୟତଃ ସେମାନେ ପୁରୁଷଙ୍କର ବଡି ଲାଙ୍ଗୁଏଜ୍‌ଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି। ତାଙ୍କର ଚାଲିଚଳଣ, କଥାବାର୍ତ୍ତା, ଏ ସବୁଥିରେ ସେମାନେ କିଛି ଖାସ୍‌ଗୁଣ ଖୋଜନ୍ତି। ଅଧିକାଂଶ ଯୁବକ ବୋଧହୁଏ ଜାଣି ନ ଥିବେ ଯେ, ଲୁକ୍‌ସ ଅପେକ୍ଷା ଯୁବତୀମାନେ ସେମାନଙ୍କ ବ୍ୟକ୍ତିତ୍ୱ ଦ୍ୱାରା ଅଧିକ ଆକର୍ଷିତ ହୁଅନ୍ତି। ପ୍ରତ୍ୟେକ ଯୁବତୀ ତାଙ୍କ ଲାଇଫ୍‌ ପାର୍ଟନର୍‌ ଖୋଜିବା ବେଳେ କେତେକ ଦିଗ ପ୍ରତି ଅଧିକ ଧ୍ୟାନ ଦିଅନ୍ତି।

ଆଖି ମିଶାଇ କଥା ହେବା: ଯଦି ଆପଣ କେଉଁ ଯୁବତୀଙ୍କ ସହ କଥା ହେଉଛନ୍ତି, ତେବେ ତାଙ୍କ କଥା ନ ସରିବା ଯାଏ ତାଙ୍କ ଆଖିରେ ଆଖି ମିଶାଇ କଥା ହୁଅନ୍ତୁ। ଯଦି କଥା ହେବା ସମୟରେ ଆପଣ ଏପାଖ ସେପାଖ ଦେଖୁଛନ୍ତି, ତେବେ ଆପଣଙ୍କର କଥା ହେବା ପାଇଁ ଇଚ୍ଛା ନାହିଁ ବୋଲି ଯୁବତୀ ଭାବିପାରନ୍ତି। ତେଣୁ ଯୁବତୀଙ୍କ ସହିତ କଥା ହେବା ବେଳେ ସବୁବେଳେ ଆଖିରେ ଆଖି ମିଶାଇ କଥା ହୁଅନ୍ତୁ।

ବଡି ଲାଙ୍ଗୁଏଜ୍‌: ଯୁବତୀଙ୍କ ସହିତ କଥା ହେଉଥିଲା ବେଳେ ନିଜ ବଡି ଲାଙ୍ଗୁଏଜ୍‌ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। କାରଣ ଯୁବତୀମାନେ ଯାହାଙ୍କ ବେଶଭୁଷା ଓ ଚାଲିଚଳଣରେ ଆତ୍ମବିଶ୍ୱାସର ଝଲକ ଦେଖନ୍ତି, ସେହିଭଳି ପୁରୁଷଙ୍କ ପ୍ରତି ସେମାନେ ବେଶୀ ଆକୃଷ୍ଟ ହୁଅନ୍ତି।

ସ୍ମାର୍ଟ ଭାବେ ଛିଡ଼ା ହୁଅନ୍ତୁ: କୌଣସି ଯୁବତୀଙ୍କ ସହ କଥା ହେଲା ବେଳେ ସ୍ମାର୍ଟ ଭାବେ ଛିଡ଼ା ହୁଅନ୍ତୁ। ଯଦି ଥକିଗଲା ଭଳି ବା ମାନ୍ଦା ଢଙ୍ଗରେ ଛିଡ଼ା ହୁଅନ୍ତି, ତେବେ ଯୁବତୀ ଜଣକ ଆପଣଙ୍କୁ ହୁଏତ ଖୁବ୍‌ ଅଳସୁଅ ବା ଡରକୁଳା ଭାବି ନେଇପାରନ୍ତି। ଆଉ ଏଭଳି ପୁରୁଷଙ୍କ ପ୍ରତି ନାରୀମାନେ ଆକୃଷ୍ଟ ହୁଅନ୍ତି ନାହିଁ। ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ।

ଆଇବ୍ରୋଜ୍‌ ଉପରେ ଧ୍ୟାନ ରଖନ୍ତୁ: ଆପଣ ବୋଧହୁଏ ଜାଣି ନ ଥିବେ ଯେ, ଅନେକ ମହିଳା ପୁରୁଷଙ୍କ ଆଇବ୍ରୋଜ୍‌(ଭ୍ରୁଲତା)ରୁ ହିଁ ତାଙ୍କ ହାବଭାବ ପରଖି ନିଅନ୍ତି। ତେଣୁ କଥାବାର୍ତ୍ତା ବେଳେ ଆଇବ୍ରୋଜ୍‌ର ପୋଜିଶନ୍‌ ସ୍ୱାଭାବିକ ରହିବା ଦରକାର।

ଜବରଦସ୍ତି ହସନ୍ତୁ ନାହିଁ: ଅନେକ ସମୟରେ ପୁରୁଷମାନେ ନିଜ ସାମ୍ଭାବ୍ୟ ଲାଇଫ୍‌ ପାର୍ଟନର୍‌କୁ ଇମ୍ପ୍ରେସ୍‌ କରିବା ପାଇଁ ମଝିରେ ମଝିରେ କୌଣସି କାରଣ ନ ଥାଇ ବି ହସି ଦିଅନ୍ତି। କିନ୍ତୁ ଏପରି କରିବା ବେଳେ ବେଳେ ଆତ୍ମଘାତୀ ହୋଇଯାଇପାରେ। ଏହାକୁ ତାତ୍ସଲ୍ୟ ମନେ କରି ପାର୍ଟନର୍‌ ଜଣକ କ୍ରୋଧ ପ୍ରକାଶ କରିବାର ଯଥେଷ୍ଟ ଆଶଙ୍କା ରହିଛି।

ମତାଣିଆ ଚାହାଣି: କେତେକ ଝିଅ ପୁଅମାନଙ୍କ ଚାହାଣିରେ ଫିଦା ହୋଇଯାଆନ୍ତି। ଯେଉଁ ପୁଅମାନେ ଆଖିରେ ଆଖିରେ ସବୁକଥା କହିଯାଆନ୍ତି, ସେହିଭଳି ପୁଅଙ୍କୁ ଝିଅମାନେ ଅଧିକ ପସନ୍ଦ କରନ୍ତି। କୁହାଯାଏ ଆଖି ହୃଦୟର କଥା କହିପାରେ। ତେଣୁ ଆପଣ ପାର୍ଟନର୍‌ଙ୍କ ସହିତ ଡେଟ୍‌ରେ ଯାଉଥିବା ବେଳେ ତାଙ୍କ ଆଖିରେ ଆଖି ମିଶାଇ ଦେଖନ୍ତୁ। ଏଥିରେ ପାର୍ଟନର୍‌ ଆପଣଙ୍କ ପ୍ରତି ଅଧିକ ଇମ୍ପ୍ରେସ୍‌ ହେବେ।

ଅଶାଳୀନ ଇଙ୍ଗିତ କରନ୍ତୁ ନାହିଁ: ପାର୍ଟନର୍‌ଙ୍କ ସହ କଥା ହେଉଥିବା ତାଙ୍କୁ ଅଶ୍ଳୀଳ ମନେ ହେବା ଭଳି ଇଙ୍ଗିତ କରନ୍ତୁ ନାହିଁ। କାରଣ ଏପରି କଲେ ପାର୍ଟନର୍‌ଙ୍କ ସାମ୍ନାରେ ଆପଣଙ୍କ ଭାବମୂର୍ତ୍ତି ଖରାପ ହୋଇଯିବାର ଘୋର ଆଶଙ୍କା ରହିଛି। ଏପରି ହେଲେ ସେ ଆପଣଙ୍କଠାରୁ ଦୂରେଇ ଯାଇପାରନ୍ତି।

Related story