ଗାଲରୁ ଜାଣନ୍ତୁ ଆପଣ ଧନୀ ହେବେ ନା ଗରିବ

ହସ୍ତରେଖାରୁ ବ୍ୟକ୍ତିର ଭାଗ୍ୟ ଭବିଷ୍ୟତ ବିଷୟରେ ଜାଣିହୋଇଥାଏ। ଜ୍ୟୋତିଷ ମଧ୍ୟ କୁଣ୍ଡଳୀ ଦେଖି ଆମ ଭୂତ ଭବିଷ୍ୟତ ବିଷୟରେ କହିଥାନ୍ତି। କିନ୍ତୁ ଗାଲରୁ ବ୍ୟକ୍ତିର ଭାଗ୍ୟ ଭବିଷ୍ୟତ ଜାଣିହେବ ବୋଲି କେବେ ଭାବିଛନ୍ତି। ଆଜ୍ଞା ହଁ ସମୁଦ୍ରଶାସ୍ତ୍ରରେ ଏନେଇ ବିସ୍ତୁତ ଭାବେ ଉଲ୍ଲେଖ ରହିଛି। ଗାଲ ବ୍ୟକ୍ତିର ଭାଗ୍ୟ ସହ ଯୋଡି ହୋଇ ରହିଥାଏ। ଆସନ୍ତୁ ଜାଣିବା ବ୍ୟକ୍ତିର ଗାଲ କପିରି ହୋଇଥିଲେ ସ୍ୱଭାବ କିପରି ହୋଇଥାଏ। ପୁଚୁକା ଗାଲ ହୋଇଥିବା ବ୍ୟକ୍ତି କର୍ମକ୍ଷେତ୍ରରେ ସମସ୍ତଙ୍କୁ ପ୍ରଭାବିତ […]

yyyyyyyyyyyyyyyyyyyyyy

Rakesh Mallick
  • Published: Monday, 18 December 2017
  • , Updated: 18 December 2017, 10:23 AM IST

ହସ୍ତରେଖାରୁ ବ୍ୟକ୍ତିର ଭାଗ୍ୟ ଭବିଷ୍ୟତ ବିଷୟରେ ଜାଣିହୋଇଥାଏ। ଜ୍ୟୋତିଷ ମଧ୍ୟ କୁଣ୍ଡଳୀ ଦେଖି ଆମ ଭୂତ ଭବିଷ୍ୟତ ବିଷୟରେ କହିଥାନ୍ତି। କିନ୍ତୁ ଗାଲରୁ ବ୍ୟକ୍ତିର ଭାଗ୍ୟ ଭବିଷ୍ୟତ ଜାଣିହେବ ବୋଲି କେବେ ଭାବିଛନ୍ତି। ଆଜ୍ଞା ହଁ ସମୁଦ୍ରଶାସ୍ତ୍ରରେ ଏନେଇ ବିସ୍ତୁତ ଭାବେ ଉଲ୍ଲେଖ ରହିଛି। ଗାଲ ବ୍ୟକ୍ତିର ଭାଗ୍ୟ ସହ ଯୋଡି ହୋଇ ରହିଥାଏ। ଆସନ୍ତୁ ଜାଣିବା ବ୍ୟକ୍ତିର ଗାଲ କପିରି ହୋଇଥିଲେ ସ୍ୱଭାବ କିପରି ହୋଇଥାଏ।

ପୁଚୁକା ଗାଲ ହୋଇଥିବା ବ୍ୟକ୍ତି କର୍ମକ୍ଷେତ୍ରରେ ସମସ୍ତଙ୍କୁ ପ୍ରଭାବିତ କରିଥାନ୍ତି। ଏମାନେ ସବୁ କାର୍ଯ୍ୟରେ ନିପୂଣ ହୋଇଥାନ୍ତି। ଯେଉଁ କାମ କରିଥାନ୍ତି ସେଥିରେ ସଫଳତା ମିଳିଥାଏ ବୋଲି ସମୁଦ୍ରଶାସ୍ତ୍ରରେ କୁହାଯାଇଛି।

ଯେଉଁ ବ୍ୟକ୍ତିଙ୍କର ଗାଲ ଚେପଟା ହୋଇଥାଏ। ସେମାନେ  ଅଧିକ ପରିଶ୍ରମୀ ହୋଇଥାନ୍ତି। ନିଜର କଠିନ ପରିଶ୍ରମ ବଳରେ ସେମାନେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରନ୍ତି।

ଯେଉଁ ବ୍ୟକ୍ତିଙ୍କ ଗାଲ ଗୋଲାପୀ ହୋଇଥିବ ସେମାନେ  ଭାଗ୍ୟଶାଳୀ ହୋଇଥାନ୍ତି ବୋଲି ସମୁଦ୍ରଶାସ୍ତ୍ରରେ କୁହାଯାଇଛି। ଏମାନେ କମ୍‌ ପରିଶ୍ରମ କରି ଅଧିକ ସଫଳତା ପାଇଥାନ୍ତି। ଏମାନଙ୍କ ଜୀବନ ସୁଖରେ କଟିଯାଏ।

ଯେଉଁ ବ୍ୟକ୍ତିଙ୍କ ଗାଲ ଗୋଲଗାଲ ଓ ଫୁଲିକି ରହିଥାଏ। ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ବୋଲି ସମୁଦ୍ରଶାସ୍ତ୍ରରେ କୁହାଯାଇଛି। ଏମାନଙ୍କ ପାଖରେ ସବୁବେଳେ ଟଙ୍କା ପଇସାର ଅଭାବ ରହି ନଥାଏ।

 

Related story