ଚିରା ପୋଷାକ ପିନ୍ଧୁଛନ୍ତି କି? ମାଡ଼ି ଆସିପାରେ ଦରିଦ୍ରତା

ଜଣେ ବ୍ୟକ୍ତିର ପରିଚୟ ତାର ପୋଷାକରୁ ମିଳିଥାଏ। ପୋଷାକ ଶରୀରକୁ ଘୋଡ଼ାଇ ରଖିବା ସହ  ଆମ ବ୍ୟକ୍ତିତ୍ୱ, ଚରିତ୍ର, ବ୍ୟବହାର ଓ ଆତ୍ମବିଶ୍ୱାସକୁ ଦର୍ଶାଇଥାଏ। ହେଲେ ଧୀରେ ଧୀରେ ଭାରତୀୟ ସଂସ୍କୃତି ଉପରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ପଡ଼ିବା ଦ୍ୱାରା ଆମ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଛି। ଆଜିକାଲି ଯୁବପିଢ଼ୀମାନେ ଫଟା ଜିନ୍ସ ଓ ଟପ୍‌  ପିନ୍ଧିବାକୁ ବେଶ୍ ପସନ୍ଦ କରୁଛନ୍ତି। ଏପରି ପୋଷାକ ପିନ୍ଧିବା ଆମ ସଂସ୍କୃତିରେ ଶୁଭ ବୋଲି ଗ୍ରହଣ କରାଯାଇ ନଥାଏ। […]

cloth

Rakesh Mallick
  • Published: Monday, 19 February 2018
  • , Updated: 19 February 2018, 09:23 AM IST

ଜଣେ ବ୍ୟକ୍ତିର ପରିଚୟ ତାର ପୋଷାକରୁ ମିଳିଥାଏ। ପୋଷାକ ଶରୀରକୁ ଘୋଡ଼ାଇ ରଖିବା ସହ  ଆମ ବ୍ୟକ୍ତିତ୍ୱ, ଚରିତ୍ର, ବ୍ୟବହାର ଓ ଆତ୍ମବିଶ୍ୱାସକୁ ଦର୍ଶାଇଥାଏ। ହେଲେ ଧୀରେ ଧୀରେ ଭାରତୀୟ ସଂସ୍କୃତି ଉପରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ପଡ଼ିବା ଦ୍ୱାରା ଆମ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଛି। ଆଜିକାଲି ଯୁବପିଢ଼ୀମାନେ ଫଟା ଜିନ୍ସ ଓ ଟପ୍‌  ପିନ୍ଧିବାକୁ ବେଶ୍ ପସନ୍ଦ କରୁଛନ୍ତି। ଏପରି ପୋଷାକ ପିନ୍ଧିବା ଆମ ସଂସ୍କୃତିରେ ଶୁଭ ବୋଲି ଗ୍ରହଣ କରାଯାଇ ନଥାଏ। ଏହିପରି ପୋଷାକ ପିନ୍ଧିବା ଦ୍ୱାରା ଶୁକ୍ର ଗ୍ରହଙ୍କ ଖରାପ ଦୃଷ୍ଟି ପଡ଼ିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି।

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଫଟା ପୋଷାକ ପିନ୍ଧିବା ଦ୍ୱାରା ଶାରୀରିକ କ୍ଷମତା ଏବଂ ଶକ୍ତି ନଷ୍ଟ ହୋଇଥାଏ। ଏମିତିକି ଶରୀରକୁ ଅନେକ ରୋଗ ମଧ୍ୟ ମାଡି ଆସିଥାଏ। ଶୁକ୍ର ଗ୍ରହକୁ ଆମ ଜୀବନରେ ପ୍ରେମ, ରୋମାନ୍ସ ଓ ଦାମ୍ପତ୍ୟରେ ମଧୁରତା ପାଇଁ ଉତ୍ତରାଦାୟୀ ଗ୍ରହ ବୋଲି ଗ୍ରହଣ କରାଯାଇଥାଏ। ସେହିପରି ଫେଙ୍ଗସୁଇ  ଅନୁସାରେ କଟା ଓ ଫଟା ଜିନ୍ସ ପିନ୍ଧିବା ଉଚିତ ନୁହେଁ । ଏପରି ପୋଷାକ ପିନ୍ଧିବା ଦ୍ୱାରା ଆମ ପାଇଁ ଖରାପ ସଂଯୋଗ ଆଣିଥାଏ। ଏହାସହିତ କଟା-ଫଟା ଜିନ୍ସ ଓ ଶର୍ଟ ପିନ୍ଧିବା ଦ୍ୱାରା ଦରିଦ୍ରତାକୁ ଆମନ୍ତ୍ରଣ କରିବାକୁ ବୁଝାଯାଇଥାଏ। ତେଣୁ ଏଭଳି ପୋଷାକ କିଣିବା ଉଚିତ ନୁହେଁ। ଏମିତିକି ଘରେ ମଧ୍ୟ ଏପରି ପୋଷାକ ପିନ୍ଧିବା ଦ୍ୱାରା  ସକାରାତ୍ମକ ଶକ୍ତି  ନଷ୍ଟ ହେବା ସହ ନକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ।

Related story