ଆଜିଠୁ ବେଙ୍ଗଲୁରୁରେ ପୁଞ୍ଜିନିବେଶ ସମାବେଶ

ଭୁବନେଶ୍ୱର: ଆଜିଠାରୁ ବେଙ୍ଗଲୁରୁରେ ପୁଞ୍ଜିନିବେଶ ସମାବେଶ ଆରମ୍ଭ ହୋଇଛି। ରାଜ୍ୟରେ ଶିଳ୍ପାୟନର ବାତାବରଣ ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ଏଥିରେ ଇଞ୍ଜିନିୟରିଂ, ସୂଚନା ପ୍ରଯୁକ୍ତି, ବିମାନ ଚଳାଚଳ, ବୟନ ଶିଳ୍ପ, ମୃଦୁ ପାନୀୟ, ପରିବହନ, ଟେଲିକମ୍‌, ପ୍ରତିରକ୍ଷା ଓ ଖାଉଟି ସାମଗ୍ରୀ ସହ ସମ୍ପୃକ୍ତ ୨୫୦ଟି ଶିଳ୍ପାନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇଛନ୍ତି। ସମ୍ମିଳନୀରେ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଆଇଟି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଉନ୍ନୟନ କମିଶନର  ୟୁଏନ୍‌ ବେହେରା, […]

meeting

Rakesh Mallick
  • Published: Thursday, 25 August 2016
  • , Updated: 25 August 2016, 10:02 PM IST

ଭୁବନେଶ୍ୱର: ଆଜିଠାରୁ ବେଙ୍ଗଲୁରୁରେ ପୁଞ୍ଜିନିବେଶ ସମାବେଶ ଆରମ୍ଭ ହୋଇଛି। ରାଜ୍ୟରେ ଶିଳ୍ପାୟନର ବାତାବରଣ ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ଏଥିରେ ଇଞ୍ଜିନିୟରିଂ, ସୂଚନା ପ୍ରଯୁକ୍ତି, ବିମାନ ଚଳାଚଳ, ବୟନ ଶିଳ୍ପ, ମୃଦୁ ପାନୀୟ, ପରିବହନ, ଟେଲିକମ୍‌, ପ୍ରତିରକ୍ଷା ଓ ଖାଉଟି ସାମଗ୍ରୀ ସହ ସମ୍ପୃକ୍ତ ୨୫୦ଟି ଶିଳ୍ପାନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇଛନ୍ତି।

ସମ୍ମିଳନୀରେ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଆଇଟି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଉନ୍ନୟନ କମିଶନର  ୟୁଏନ୍‌ ବେହେରା, ଶିଳ୍ପ, ଆଇଟି, ଏମ୍‌ଏସ୍‌ଏମ୍‌ଇ ବିଭାଗର ସଚିବ, ଇଡକୋ ଓ ଇପିକଲର ପ୍ରତିନିଧିମାନେ ସାମିଲ ହୋଇଛନ୍ତି।

ବେଙ୍ଗଲୁରୁର ପ୍ରତିଷ୍ଠିତ ନିବେଶକ ଓ କମ୍ପାନୀଗୁଡ଼ିକୁ ଆକୃଷ୍ଟ କାରିବା ପାଇଁ ଓଡ଼ିଶା ଟିମ୍‌ ସେଠାରେ କ୍ୟାମ୍ପ ପକାଇଛି।

 ଆସନ୍ତାକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

 

 

Related story