୮ଟାରୁ ଗଣତି ଆରମ୍ଭ, ଫଳାଫଳ ଆଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ କୋଭିଡ୍ ଗାଇଡ୍ ଲାଇନ୍ ସହ  ଆଜି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଯାଇଛି। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ସମ୍ଭାବନା ଥିବା ବେଳେ ଫଳାଫଳ ଆଜି ପ୍ରକାଶ ପାଇବ। ଗଣତି ପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ ୩ଟି ଲେଖାଏଁ କାଉଣ୍ଟିଂ ହଲ୍ ରହିବ । ଦୁଇଟି ହଲ୍‌ରେ ୭ଟି ଲେଖାଏଁ  ୧୪ଟି ଟେବୁଲ ଓ ତୃତୀୟ […]

bbsr

Niharika Rout
  • Published: Tuesday, 10 November 2020
  • , Updated: 10 November 2020, 07:47 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ କୋଭିଡ୍ ଗାଇଡ୍ ଲାଇନ୍ ସହ  ଆଜି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଯାଇଛି। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ସମ୍ଭାବନା ଥିବା ବେଳେ ଫଳାଫଳ ଆଜି ପ୍ରକାଶ ପାଇବ।

ଗଣତି ପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ ୩ଟି ଲେଖାଏଁ କାଉଣ୍ଟିଂ ହଲ୍ ରହିବ । ଦୁଇଟି ହଲ୍‌ରେ ୭ଟି ଲେଖାଏଁ  ୧୪ଟି ଟେବୁଲ ଓ ତୃତୀୟ ହଲ୍‌ରେ ପୋଷ୍ଟାଲ୍ ବ୍ୟାଲଟ୍‌ରେ ଗଣତି ପାଇଁ ବ୍ୟବସ୍ଥା ହୋଇଛି ।

ପ୍ରତି ଟେବୁଲ୍‌ରେ ଗଣନା ପାଇଁ ୩ ଜଣ ଲେଖାଏଁ କର୍ମଚାରୀ ଏବଂ ଜଣେ ଲେଖାଏଁ କାଉଣ୍ଟିଂ ଏଜେଣ୍ଟ ରହିବେ । ସକାଳ ୮ଟାରୁ ଭୋଟ୍ ଗଣନା ଆରମ୍ଭ ହୋଇ ପ୍ରଥମେ ପୋଷ୍ଟାଲ୍ ବ୍ୟାଲଟ୍‌ରେ ଗଣତି ହେବ। ଏହାପରେ ଠିକ୍ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ୍‌ ଗଣତି ।

ତିର୍ତ୍ତୋଲରେ ୩୭୩ ଓ ବାଲେଶ୍ୱରେ ୩୪୬ଟି ବୁଥ୍ ରହିଛି । ତେବେ ଗଣତି ଶେଷରେ ପ୍ରତି ନିର୍ବାଚନମଣ୍ଡଳୀର ଯେକୌଣସି ୫ଟି ବୁଥ୍‌ରେ ଭିଭିପ୍ୟାଟ୍‌ ଗଣନା କରାଯିବ ।

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଗଣତି ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

 

 

Related story