ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ପ୍ୟାକେଜର ଚତୁର୍ଥ ପର୍ଯ୍ୟାୟରେ କୋଇଲା, ଖଣି, ପ୍ରତିରକ୍ଷା କ୍ଷେତ୍ରରେ ଉତ୍ପାଦନ ଓ ବିଜୁଳି ବିତରଣ ଆଦି ଉପରେ ଘୋଷଣା କରିଛନ୍ତି। FDI limit in the defence manufacturing under automatic route will be raised from 49% to 74%: #AatmanirbharBharart in Defence. #AatmaNirbharEconomy pic.twitter.com/4QFr5qjb8O — PIB India (@PIB_India) May 16, 2020 […]

defence

Subhransu Sekhar
  • Published: Saturday, 16 May 2020
  • , Updated: 16 May 2020, 06:06 PM IST

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ପ୍ୟାକେଜର ଚତୁର୍ଥ ପର୍ଯ୍ୟାୟରେ କୋଇଲା, ଖଣି, ପ୍ରତିରକ୍ଷା କ୍ଷେତ୍ରରେ ଉତ୍ପାଦନ ଓ ବିଜୁଳି ବିତରଣ ଆଦି ଉପରେ ଘୋଷଣା କରିଛନ୍ତି।

https://twitter.com/PIB_India/status/1261618490990981120

ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ବୃଦ୍ଧି ପାଇଁ ଏବେ ବିଶେଷ ଧ୍ୟାନ ଦେବେ ବୋଲି ସୀତାରମଣ କହିଛନ୍ତି। ଏଣିକି ଭାରତ ସ୍ୱଦେଶୀ ଅସ୍ତ୍ରକୁ ଶତ୍ରୁ ବିରୋଧରେ ପ୍ରୟୋଗ କରିବ। ମେକ୍ ଇନ୍ ଇଣ୍ଡିଆ ଯୋଜନାରେ ଭାରତରେ ପ୍ରତିରକ୍ଷା ସାମଗ୍ରୀ ଅଧିକ ଉତ୍ପାଦନ ହେବ। ଏହାଦ୍ୱାରା ପ୍ରତିରକ୍ଷା ଖର୍ଚ୍ଚ ହ୍ରାସ ହୋଇପାରିବ। ତେବେ ପ୍ରତିରକ୍ଷା ସାମଗ୍ରୀରେ ଏଫଡିଆଇ ଅନୁମତି ୪୯%ରୁ ୭୪%କୁ ବୃଦ୍ଧି କରିଛନ୍ତି ସରକାର।

ତେବେ ଉତ୍ପାଦ ତିଆରି ହେବା ପାଇଁ ଆମଦାନୀ ହେବାକୁ ଥିବା ପ୍ରତିରକ୍ଷା ସାମଗ୍ରୀ ଖର୍ଚ୍ଚ ହ୍ରାସ କରିବାକୁ ବିଶେଷ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। କିଛି ଅସ୍ତ୍ରଶସ୍ତ୍ର ଆମଦାନୀ ଉପରେ ମଧ୍ୟ କଡ଼ା କଟକଣା ଲାଗିବ। ଗୋଳାବାରୁଦ କାରଖାନା ନିଗମୀକରଣ ହେବ କିନ୍ତୁ ଘରୋଇ କରଣ ହେବନି।

Related story