ହକିକୁ ନେଇ ଜାତୀୟସ୍ତରରେ ଇମେଜ୍ ବଢାଇବାକୁ ଚାହୁଁଛନ୍ତି ନବୀନ ? ବିରୋଧୀ କହିଲେ ଏଥିରେ ରହିଛି ରାଜନୈତିକ ଫାଇଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟସ୍ତରରେ ନିଜ ଇମେଜ୍ ଦୃଢ଼ କରିବାକୁ ନବୀନଙ୍କ ନୂଆ ଷ୍ଟ୍ରାଟେଜୀ। ପ୍ରଥମେ ସମ୍ବିଧାନ ମୁଖବନ୍ଧରେ ଅହିଂସା ଶବ୍ଦକୁ ସାମିଲ ଲାଗି ପ୍ରସ୍ତାବ, ଆଉ ଏବେ ହକିକୁ ବିଧିବଦ୍ଧ ଜାତୀୟ ଖେଳର ମାନ୍ୟତା ଦେବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଁ ଦାବି। ତେବେ ନବୀନଙ୍କ ଏଭଳି ଉଦ୍ୟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ପୂର୍ବତନ ହକି ଖେଳାଳିମାନେ ଏହାକୁ ସ୍ୱାଗତ କରିଥିଲେ ବି ହକି ଖେଳାଳିଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଉନଥିବା ପ୍ରସଙ୍ଗ ଉଠାଇଛନ୍ତି। ହକିକୁ […]

dc-Cover-q57l0hraf950qaabe308j3r0d0-20171210170207.Medi

Rakesh Mallick
  • Published: Thursday, 21 June 2018
  • , Updated: 21 June 2018, 08:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟସ୍ତରରେ ନିଜ ଇମେଜ୍ ଦୃଢ଼ କରିବାକୁ ନବୀନଙ୍କ ନୂଆ ଷ୍ଟ୍ରାଟେଜୀ। ପ୍ରଥମେ ସମ୍ବିଧାନ ମୁଖବନ୍ଧରେ ଅହିଂସା ଶବ୍ଦକୁ ସାମିଲ ଲାଗି ପ୍ରସ୍ତାବ, ଆଉ ଏବେ ହକିକୁ ବିଧିବଦ୍ଧ ଜାତୀୟ ଖେଳର ମାନ୍ୟତା ଦେବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଁ ଦାବି। ତେବେ ନବୀନଙ୍କ ଏଭଳି ଉଦ୍ୟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ପୂର୍ବତନ ହକି ଖେଳାଳିମାନେ ଏହାକୁ ସ୍ୱାଗତ କରିଥିଲେ ବି ହକି ଖେଳାଳିଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଉନଥିବା ପ୍ରସଙ୍ଗ ଉଠାଇଛନ୍ତି।

ହକିକୁ ବିଧିବଦ୍ଧ ଜାତୀୟ ଖେଳର ମାନ୍ୟତା ଦାବି କରି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଏଭଳି ପ୍ରସ୍ତାବ ଦେଇ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ନବୀନ? ନିଜ ପ୍ରସ୍ତାବ ପଛରେ ନବୀନଙ୍କ ଆନ୍ତରିକତା ରହିଛି ନା ଏହାର ଅନ୍ୟ କିଛି ଉଦ୍ଦେଶ୍ୟ ଅଛି ତାକୁ ନେଇ ଚର୍ଚ୍ଚା। ଜାତୀୟସ୍ତରରେ ନିଜ ଇମେଜ୍ ବଢାଇବା ଏହା  ପ୍ରୟାସ ନୁହେଁ ତ? ବ୍ରାଣ୍ଡ ନବୀନକୁ ପ୍ରମୋଟ କରି ରାଜନୈତିକ ଫାଇଦା ନେବା ପାଇଁ ଏହି କାର୍ଡ ଖେଳି ନାହାନ୍ତି ତ ନବୀନ ? କାରଣ ଏହା ନବୀନଙ୍କ ଏମିତି ଏକ ଗୋଟି ଯେଉଁଥିରେ ବିରୋଧ କମ, ସମର୍ଥନ ସାଙ୍ଗକୁ ପ୍ରଶଂସା ଅଧିକ ସାଉଁଟି ହେବ।

ସେପଟେ ପୂର୍ବତନ ଆନ୍ତର୍ଜାତିକ ହକି ଖେଳାଳି ଲାଜରୁସ୍ ବାର୍ଲା ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ ବି ପ୍ରଶ୍ନ ଉଠାଇଛନ୍ତି। ଓଡ଼ିଶାର ହକି ଖେଳାଳିଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଉନଥିବା ବେଳେ ଏଭଳି ପ୍ରସ୍ତାବର ମୂଲ୍ୟ କଣ ବୋଲି ପଚାରିଛନ୍ତି ଲାଜ୍ରୁସ୍। ସେପଟେ ପୂର୍ବରୁ ସେ ସଂସଦରେ ବି ସମାନ ପ୍ରସଙ୍ଗ ଉଠାଇଥିଲେ ବୋଲି କହିଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କି।

ହକି ଆମର ଜାତୀୟ ଖେଳ ଏହା ସମସ୍ତେ ଜାଣନ୍ତି ଓ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ମଧ୍ୟ ତେବେ ଆଶ୍ଚର୍ଯ୍ୟର କଥା ଏଯାଏଁ ସରକାରୀ ଭାବେ ଏହାକୁ ବିଧିବଦ୍ଧ ମାନ୍ୟତା କିପରି ମିଳିନାହିଁ। ୨୦୧୨ ମସିହାରେ ପ୍ରଥମେ ଏହି ତଥ୍ୟ ଗଣମାଧ୍ୟମରେ ନଜରକୁ ଆସିଥିଲା। ଏବେ ନବୀନ ଏ ପ୍ରସଙ୍ଗକୁ ଦୋହରାଇଥିବା ବେଳେ ଅପେକ୍ଷା ଏ ଦାବିପୂରଣରେ ସେ କେତେକ ସଫଳ ହେଉଛନ୍ତି।

ସେପଟେ ହକିକୁ ଜାତୀୟ କ୍ରୀଡ଼ା ଭାବେ ଅଫିସିଆଲ ଘୋଷଣା କରିବାର ଆବଶ୍ୟକତା ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିବା ପ୍ରସଙ୍ଗରେ ଏହା କହିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର। ଟ୍ୱିଟ୍ କରି ସେ କହିଛନ୍ତି ଯେ,  ହକି ହେଉଛି ଆମର ଜାତୀୟ କ୍ରୀଡ଼ା, ଏହାକୁ ଭଲ ପାଆନ୍ତୁ, ଏହାକୁ ଅଫିସିଆଲି ଘୋଷଣା ହେବାର କୌଣସି ଆବଶ୍ୟକତା ନାହିଁ। ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ସେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ହକିକୁ ଯଦି ଅଫିସିଆଲ ଭାବେ ଜାତୀୟ କ୍ରୀଡ଼ା ଘୋଷଣା କରାଯାଏ ତେବେ ଖେଳାଳୀଙ୍କ ପ୍ରତି ଉଚିତ ସମ୍ମାନ ହେବ ବୋଲି କହିଛନ୍ତି ନବୀନ।

 

Related story