ଆପଣଙ୍କ ସାଙ୍ଗ ସଂଖ୍ୟା ଅଧିକ କି ? ଜାଣି ରଖନ୍ତୁ କ’ଣ ହୋଇପାରେ

ଏମିତି ବହୁ ଅଭିଭାବକ ଅଛନ୍ତି, ଯେଉଁମାନେ ସେମାନଙ୍କ ପିଲା ଅଧିକ ସାଙ୍ଗଙ୍କ ସହ ମିଶିଲେ କି ଅଧିକ ସଂଖ୍ୟାରେ ସାଙ୍ଗ ବନାଇଲେ ଚିନ୍ତିତ ହୋଇଯାଇଥାନ୍ତି। ଅଧିକ ସାଙ୍ଗ କରିଲେ ପିଲାର ସମୟ ନଷ୍ଟ ହେବ ବୋଲି ସେମାନେ ଭାବିଥାନ୍ତି। କେବଳ ପିଲାମାନଙ୍କ କ୍ଷେତ୍ରରେ ନୁହେଁ, ବଡ଼ମାନେ ମଧ୍ୟ ଅଧିକ ସାଙ୍ଗ ସାଥୀ କଲେ ଅନ୍ୟମାନେ ଥଟ୍ଟା ମଜା କରିଥାନ୍ତି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଯାହାର ଯେତେ ଅଧିକ ସାଙ୍ଗ ଅଛନ୍ତି, ସେମାନେ ସେତେ ସୁସ୍ଥ […]

3

Rakesh Mallick
  • Published: Saturday, 02 June 2018
  • , Updated: 02 June 2018, 07:39 AM IST

ଏମିତି ବହୁ ଅଭିଭାବକ ଅଛନ୍ତି, ଯେଉଁମାନେ ସେମାନଙ୍କ ପିଲା ଅଧିକ ସାଙ୍ଗଙ୍କ ସହ ମିଶିଲେ କି ଅଧିକ ସଂଖ୍ୟାରେ ସାଙ୍ଗ ବନାଇଲେ ଚିନ୍ତିତ ହୋଇଯାଇଥାନ୍ତି। ଅଧିକ ସାଙ୍ଗ କରିଲେ ପିଲାର ସମୟ ନଷ୍ଟ ହେବ ବୋଲି ସେମାନେ ଭାବିଥାନ୍ତି। କେବଳ ପିଲାମାନଙ୍କ କ୍ଷେତ୍ରରେ ନୁହେଁ, ବଡ଼ମାନେ ମଧ୍ୟ ଅଧିକ ସାଙ୍ଗ ସାଥୀ କଲେ ଅନ୍ୟମାନେ ଥଟ୍ଟା ମଜା କରିଥାନ୍ତି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଯାହାର ଯେତେ ଅଧିକ ସାଙ୍ଗ ଅଛନ୍ତି, ସେମାନେ ସେତେ ସୁସ୍ଥ ଜୀବନ ବିତାଇଥାନ୍ତି। ଏକଥା ଅମେ କହୁ ନାହୁଁ। ଏକ ସର୍ଭେରୁ ଏହା ଜଣାପଡିଛି। ସର୍ଭେ ରିପୋର୍ଟ ଅନୁସାରେ ଅଧିକ ସାଙ୍ଗ ଥିବା ବ୍ୟକ୍ତିଙ୍କ ଉପରେ ବୟସର ପ୍ରଭାବ ଡେରିରେ ପଡ଼ିଥାଏ। ମସ୍ତିସ୍କ ସୁରକ୍ଷିତ ରହିଥାଏ ଓ ଜୀବନ ସ୍ତରରେ ଉନ୍ନତି ଆସିଥାଏ।

ଆମେରିକାର ଓହିୟୋ ଷ୍ଟେଟ ବିଶ୍ୱବିଦ୍ୟାଳୟର ନ୍ୟୁରୋଲଜିକାଲ ଇନ୍‌ଷ୍ଟିଚ୍ୟୁଟ ମୁଖ୍ୟ ଏଲିଜାବେଥ କିର୍ବିଙ୍କ ମତରେ “ସର୍ଭେରୁ ଜଣାପଡିଛି, ସାମାଜିକ କ୍ଷେତ୍ରରେ ସକ୍ରିୟ ରହୁଥିବା ବ୍ୟକ୍ତିଙ୍କ ମସ୍ତିସ୍କ ଉପରେ ବୟସର ପ୍ରଭାବ ପଡ଼ି ନଥାଏ।”

'Frontier in Aging Neuroscience' ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବିଶେଷଜ୍ଞମାନେ ମୂଷାଙ୍କ ଉପରେ ପରୀକ୍ଷା କରିଥିଲେ। ସେମାନେ ୧୫ରୁ ୧୮ ମାସର ମୂଷାଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯାଇଥିଲା। ଗୋଟିଏ ଦଳରେ ଅଧିକ ମୂଷା ଥିବା ବେଳେ ଅନ୍ୟ ଦଳରେ ଦୁଇଟି ମୂଷା ରଖାଯାଇଥିଲା। ଏହାପରେ ସେମାନଙ୍କ ଉପରେ ୩ ମାସ ଅଧ୍ୟୟନ କରାଯାଇଥିଲା।

ମୂଷାମାନଙ୍କୁ ପାଖରେ ଏକ ଖେଳନା ରଖାଯାଇ ସେମାନଙ୍କ ସ୍ମରଣଶକ୍ତି ପରୀକ୍ଷା କରାଯାଇଥିଲା। ରିପୋର୍ଟ ଅନୁସାରେ ଯେଉଁ ମୂଷାମାନଙ୍କୁ ଦଳରେ ରଖାଯାଇଥିଲା, ସେମାନଙ୍କ ସ୍ମରଣଶକ୍ତି ଭଲ ରହିଥିଲା।

କିର୍ବିଙ୍କ ଅନୁସାରେ, “୩ ମାସ ପରେ ଖେଳନାଟିକୁ ଅନ୍ୟ ସ୍ଥାନରେ ରଖି ତା’ ସ୍ଥାନରେ ନୂଆ ଖେଳନା ରଖାଯାଇଥିଲା। ଏକାଠି ରହୁଥିବା ଦୁଇଟି ମୂଷାଙ୍କୁ ଯେତେବେଳେ ଖେଳନା ପାଖକୁ ଛଡା ଗଲା ସେମାନେ ନୂଆ ପୁରୁଣା ଜାଣ ପାରି ନଥିଲେ। ହେଲେ ଦଳ ଭିତରେ ରହୁଥିବା ମୂଷାମାନେ ନୂଆ ଖେଳନାକୁ ଚାହିଁ ନଥିଲେ। ସେମାନେ ପୁରୁଣା ଖେଳନା ପାଖକୁ ହିଁ ଯାଇଥିଲେ।”

ସେ ଆହୁରି କହିଛନ୍ତି, “ସର୍ଭେ ତଥ୍ୟ ଅନୁସାରେ ଅଧିକ ସାଙ୍ଗ ହୋଇ ରହିଲେ, ସ୍ମରଣଶକ୍ତି ଭଲ ରହିଥାଏ ଓ ଏହା ମସ୍ତିସ୍କ ଉପରେ ବୟସର ପ୍ରଭାବ ପଡ଼ିବାକୁ ଦିଏ ନାହିଁ।”

Related story