ଆଇଏଏସଙ୍କ ପତ୍ନୀ କଲେ ୧୦କୋଟି ଟଙ୍କାର ମାନହାନି ମକଦ୍ଦମା, ଏକାଧିକ ଲୋକଙ୍କୁ ନୋଟିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ମିଛ,ମନଗଢ଼ା ଓ ଅରୁଚିକର ଖବର ପ୍ରସାରଣ କରି ତାଙ୍କ ଆଇଏଏସ୍ ପତି ମଧୁସୂଦନ ପାଢ଼ୀଙ୍କ ସମ୍ମାନକୁ ହାନି କରିବାକୁ ଅପଚେଷ୍ଟା ଚାଲିଥିବା ଦର୍ଶାଇ ପତ୍ନୀ ଡଃ ସ୍ନେହଲତା ନନ୍ଦ କରିଥିବା ୧୦କୋଟି ଟଙ୍କାର ମାନହାନି ମକଦ୍ଦମାକୁ ଭୁବନେଶ୍ୱର ସିନିୟର ସିଭିଲ୍ ଜଜ୍ କୋର୍ଟ ସ୍ୱୀକାର କରିବା ସହ ଏକାଧିକ ବ୍ୟକ୍ତିବିଶେଷ ଓ ସଂସ୍ଥାକୁ ନୋଟିସ୍ ଜାରି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, କୋର୍ଟ ଏହି ମାମଲାରେ ଅଜିତ୍ କୁମାର ଦାଶ, ରବି ବେହେରା, ମମତା […]

supreme-court-and-high-court-judge-salary-increse

supreme-court-and-high-court-judge-salary-increse

Ordigital Desk
  • Published: Saturday, 10 July 2021
  • Updated: 10 July 2021, 09:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ମିଛ,ମନଗଢ଼ା ଓ ଅରୁଚିକର ଖବର ପ୍ରସାରଣ କରି ତାଙ୍କ ଆଇଏଏସ୍ ପତି ମଧୁସୂଦନ ପାଢ଼ୀଙ୍କ ସମ୍ମାନକୁ ହାନି କରିବାକୁ ଅପଚେଷ୍ଟା ଚାଲିଥିବା ଦର୍ଶାଇ ପତ୍ନୀ ଡଃ ସ୍ନେହଲତା ନନ୍ଦ କରିଥିବା ୧୦କୋଟି ଟଙ୍କାର ମାନହାନି ମକଦ୍ଦମାକୁ ଭୁବନେଶ୍ୱର ସିନିୟର ସିଭିଲ୍ ଜଜ୍ କୋର୍ଟ ସ୍ୱୀକାର କରିବା ସହ ଏକାଧିକ ବ୍ୟକ୍ତିବିଶେଷ ଓ ସଂସ୍ଥାକୁ ନୋଟିସ୍ ଜାରି କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, କୋର୍ଟ ଏହି ମାମଲାରେ ଅଜିତ୍ କୁମାର ଦାଶ, ରବି ବେହେରା, ମମତା ସାମନ୍ତରାୟ, ସଞ୍ଜିବ କୁମାର ପଣ୍ଡା, କମଳାକାନ୍ତ ତ୍ରିପାଠୀଙ୍କ ସମେତ ଏମବିସି ଟିଭି, କଳିଙ୍ଗ ଟିଭି ଏବଂ ଅନ୍ୟ କେତେକ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡିଆ ହାଉସକୁ ନୋଟିସ୍ ଜାରି କରିଛନ୍ତି। ଏହାସହିତ ମାମଲାର ଫଇସଲା ନହେବା ପର୍ଯ୍ୟନ୍ତ ଏହି ଗଣମାଧ୍ୟମ ସଂସ୍ଥା ଓ ବ୍ୟକ୍ତିମାନେ ପ୍ରିଣ୍ଟ,ଇଲେକ୍ଟ୍ରୋନିକ୍ସ ଓ ସୋସିଆଲ ମିଡିଆ ମାଧ୍ୟମରେ ଶ୍ରୀମତୀ ନନ୍ଦ, ତାଙ୍କ ଆଇଏଏସ୍ ସ୍ୱାମୀ ମଧୁସୂଦନ ପାଢ଼ୀ ଓ ପରିବାର ବିରୁଦ୍ଧରେ ମନ୍ଦ ଉଦ୍ଦେଶ୍ୟ ରଖି ଟିପ୍ପଣୀ ଅବା ଖବର ଯେଭଳି ପ୍ରସାରଣ ନକରିବେ ସେଥିପାଇଁ କୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି।

ଶ୍ରୀମତୀ ନନ୍ଦ ତାଙ୍କ ସ୍ୱାମୀ ଆଇଏଏସ୍ ଶ୍ରୀ ପାଢ଼ୀଙ୍କ ବିରୁଦ୍ଧରେ ଉପରୋକ୍ତ ବ୍ୟକ୍ତି ଓ ସଂସ୍ଥାମାନେ ମିଛ,ମନଗଢ଼ା ଓ ଅରୁଚିକର ଖବର ପ୍ରସାରଣ କରି ତାଙ୍କର ଓ ତାଙ୍କ ପରିବାରର ସମ୍ମାନ ହାନି କରିଛନ୍ତି। ସେମାନେ ନାକେବଳ ସାଧାରଣ ଲୋକଙ୍କ ଆଗରେ ବରଂ ସରକାରଙ୍କ ଆଗରେ ତାଙ୍କ ସ୍ୱାମୀଙ୍କ ଭାବମୂର୍ତ୍ତିକୁ ଏଭଳି ମନଗଢ଼ା ଓ ଅରୁଚିକର ଖବର ପ୍ରସାରଣ କରି କଳୁଷିତ ପାଇଁ ଉଦ୍ୟମ କରିଥିବା ଦର୍ଶାଇ ୧୦କୋଟି ଟଙ୍କାର ମାନହାନି ମକଦ୍ଦମା ଦାଏର କରିଥିଲେ।

ସୂଚନାଯୋଗ୍ୟ, ଓମଫେଡ୍ ପଲି ବ୍ୟାଗ୍ ଦୁର୍ନୀତି ଓ ସମବାୟ ବ୍ୟାଙ୍କ ଦୁର୍ନୀତିରେ ଲିପ୍ତ ଅଫିସର ଓ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଇଏଏସ୍ ମଧୁସୂଦନ ପାଢ଼ୀ ଗତ ୩ବର୍ଷ ତଳେ ସରକାରଙ୍କୁ ପ୍ରସ୍ତାବ ଦେବାପରେ ଅନ୍ୟ ଜଣେ ଅଭିଯୁକ୍ତ ଓଡ଼ିଆ ଆଇଏଏସଙ୍କ ଆକ୍ରୋଶର ଶିକାର ହୋଇଥିଲେ ବୋଲି ସାଧାରଣରେ ଚର୍ଚ୍ଚା। ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଏହି ଦୁଇ ଓଡ଼ିଆ ଆଇଏଏସଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଓ ପରସ୍ପର ବିରୁଦ୍ଧରେ କୁତ୍ସାରଟନା  ଦୀର୍ଘଦିନ ଧରି ଦାଣ୍ଡରେ ପଡ଼ି ଏବେ ହାଟରେ ଗଡ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos