କୋହଲି ଜିତାଇଲେ କୋଲକାତା ମ୍ୟାଚ୍

କୋଲକାତା: ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ କୋଲକାତାରେ ପାକିସ୍ତାନକୁ ଚିତ୍ କରିଛି ଭାରତ। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୮ ଓଭରରେ ୧୧୮ ରନ୍ କରିଥିଲା। ଅନ୍ୟପକ୍ଷରେ ଭାରତ ୧୫.୫ ଓଭରରେ ୧୧୯ ରନ୍ କରି ମ୍ୟାଚ୍ ଜିତି ଯାଇଥିଲା। କୋହଲି ୩୭ ବଲ୍‌ରୁ ୫୫ ରନ୍ କରି ଅପରାଜିତ ରହିଥିଲେ। ତାଙ୍କୁ ମ୍ୟାନ୍‌ ଅଫ୍ ଦି ମ୍ୟାଚ୍‌ ପ୍ରଦାନ କରାଯାଇଥିଲା। ଏହି ବିଜୟ ସହ  କୌଣସି ବିଶ୍ୱକପ୍‌ରେ ପାକିସ୍ତାନଠାରୁ ନ […]

kohili

Rakesh Mallick
  • Published: Saturday, 19 March 2016
  • , Updated: 19 March 2016, 05:59 PM IST

କୋଲକାତା: ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ କୋଲକାତାରେ ପାକିସ୍ତାନକୁ ଚିତ୍ କରିଛି ଭାରତ। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୮ ଓଭରରେ ୧୧୮ ରନ୍ କରିଥିଲା। ଅନ୍ୟପକ୍ଷରେ ଭାରତ ୧୫.୫ ଓଭରରେ ୧୧୯ ରନ୍ କରି ମ୍ୟାଚ୍ ଜିତି ଯାଇଥିଲା। କୋହଲି ୩୭ ବଲ୍‌ରୁ ୫୫ ରନ୍ କରି ଅପରାଜିତ ରହିଥିଲେ। ତାଙ୍କୁ ମ୍ୟାନ୍‌ ଅଫ୍ ଦି ମ୍ୟାଚ୍‌ ପ୍ରଦାନ କରାଯାଇଥିଲା।

ଏହି ବିଜୟ ସହ  କୌଣସି ବିଶ୍ୱକପ୍‌ରେ ପାକିସ୍ତାନଠାରୁ ନ ହାରିବାର ରେକର୍ଡକୁ ଭାରତୀୟ ଟିମ୍ ବଜାୟ ରଖିଲା।

ଭାରତଠାରୁ ଆମନ୍ତ୍ରଣ ପାଇ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୧୮ ଓଭରରେ ୫ ୱିକେଟ ହରାଇ ୧୧୮ ରନ୍‌ କରିଥିଲା। ଦଳ ପକ୍ଷରୁ ଶାର୍ଜିଲ୍ ଖାନ୍‌ ୨୪ ବଲରୁ ୧୭ ରନ୍‌, ଅହମ୍ମଦ ଶେହଜାଦ୍‌ ୨୮ ବଲରୁ ୨୫, ଉମର ଅକମଲ ୧୬ ବଲରୁ ୨୨, ଶୋଏବ୍‌ ମଲିକ୍‌ ୧୬ ବଲରୁ ୨୬ ରନ୍ କରି ଆଉଟ୍ ହୋଇଥିଲେ। ଶରଫରାଜ ଅହମ୍ମଦ ଅପରାଜିତ ରହି ୬ ବଲରୁ ୮ରନ୍‌ ଓ ମହମ୍ମଦ ହଫିଜ୍‌ ୫ ବଲରୁ ୫ ରନ କରି ନଟ୍‌ ଆଉଟ୍‌ ରହିଥିଲେ। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା, ଆଶିଷ ନେହରା, ଜସପ୍ରୀତ ବୁମରା, ରବୀନ୍ଦ୍ର ଜାଡେଜା ଓ ସୁରେଶ ରାଇନା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

୧୧୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ପ୍ରାରମ୍ଭରୁ ଚାପରେ ରହିଥିଲେ। ଦୁଇ ଓପନର୍ ରୋହିତ ଶର୍ମା ଓ ଶିଖର ଧାୱନ ଚଞ୍ଚଳ ଆଉଟ୍ ହୋଇ ଯାଇଥିଲେ। ରୋହିତ ୧୧ଟି ବଲରୁ ୧୦ ରନ୍ କରିଥିବା ବେଳେ ଶିଖର ୧୫ଟି ବଲ୍ ଖେଳି ୬ ରନ୍ କରିପାରିଥିଲେ। ଚାରି ନମ୍ବରରେ ଖେଳିବାକୁ ଆସିଥିବା ସୁରେଶ ରୈନା ଶୂନରେ ଆଉଟ୍ ହୋଇଥିଲେ। ତେବେ ଯୁବରାଜ ୨୩ଟି ବଲ୍‌ରୁ ୨୪ ରନ୍ କରି ଆଉଟ୍ ହୋଇଥିଲେ। ଯୁବରାଜ୍ ଆଉଟ୍ ହେବା ପରେ କ୍ରିଜ୍‌କୁ ଆସିଥିବା ଧୋନୀ ୯ ବଲରୁ ୧୩ ରନ୍ କରି ଥିଲେ। ୧୫.୪ ଓଭରରେ ସେ ଏକ ଛକା ମାରିଥିଲେ ଓ ଏହା ପରେ ୧ ରନ୍ କରି ମ୍ୟାଚ୍ ଶେଷ କରି ଥିଲେ।

ବର୍ଷା ଯୋଗୁଁ ସନ୍ଧ୍ୟା ସାଢ଼େ ୭ଟାରେ ହେବାକୁ ଥିବା ଏହି ମ୍ୟାଚ୍ ଘଣ୍ଟାଏ ବିଳମ୍ବରେ ସାଢ଼େ ଆଠଟାରେ ଆରମ୍ଭ ହୋଇଥିଲା। ପୁଣି ମ୍ୟାଚ୍‌କୁ ୧୮ ଓଭର ଲେଖାଏଁ କରାଯାଇଥିଲା।

Related story