Advertisment

ଅକ୍ଷୟ ତୃତୀୟାରେ ‘କାଳିଆ’ ଟଙ୍କା ପାଇବେ ନାହିଁ ଝାରସୁଗୁଡ଼ାବାସୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସହ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବାରୁ ଆସନ୍ତାକାଲି ଅକ୍ଷୟ ତୃତୀୟାରେ ଝାରସୁଗୁଡ଼ା ଜିଲ୍ଲାବାସୀ ‘କାଳିଆ’ ସହାୟତାରୁ ବଂଚିତ ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ‘କାଳିଆ’ ସହାୟତା ରାଶି ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ କୃଷି ବିଭାଗ ପକ୍ଷରୁ ଆସନ୍ତାକାଲି ଅକ୍ଷୟ ତୃତୀୟାରେ ‘କାଳିଆ’ ସହାୟତା ରାଶି ବଂଟନ ସମେତ ଅନ୍ୟାନ୍ୟ କେତେକ କାର୍ଯ୍ୟକ୍ରମ […]

ଅଦ୍ୟତନ ହୋଇଛି
ଚାଷୀଙ୍କୁ ମିଳିଲା ‘କାଳିଆ’ ଟଙ୍କା: ୮ମାସରେ ବଢ଼ିଛନ୍ତି ୨ଲକ୍ଷ ଚାଷୀ, ଝାରସୁଗୁଡ଼ା ବାଦ୍ ପଡ଼ିଲା

kaliaa

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସହ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବାରୁ ଆସନ୍ତାକାଲି ଅକ୍ଷୟ ତୃତୀୟାରେ ଝାରସୁଗୁଡ଼ା ଜିଲ୍ଲାବାସୀ ‘କାଳିଆ’ ସହାୟତାରୁ ବଂଚିତ ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ‘କାଳିଆ’ ସହାୟତା ରାଶି ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି।

Advertisment

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ କୃଷି ବିଭାଗ ପକ୍ଷରୁ ଆସନ୍ତାକାଲି ଅକ୍ଷୟ ତୃତୀୟାରେ ‘କାଳିଆ’ ସହାୟତା ରାଶି ବଂଟନ ସମେତ ଅନ୍ୟାନ୍ୟ କେତେକ କାର୍ଯ୍ୟକ୍ରମ ରଖାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅପରାହ୍ନ ସାଢ଼େ ୫ଟାରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରାୟ ୩୬.୫୦ଲକ୍ଷ ହିତାଧିକାରୀଙ୍କୁ ୨ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ। ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବାରୁ ଝାରସୁଗୁଡ଼ାବାସୀ ଏହି ସହାୟତାରୁ ବଂଚିତ ହେବାର ସମ୍ଭାବନା ରହିଛି । କାଳିଆ ସହାୟତା ବାବଦରେ ଆସନ୍ତାକାଲି ପ୍ରାୟ ୭୩୦କୋଟି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ। ଏହାସହିତ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଣସ ମିଶନର ଆରମ୍ଭ, ମିଲେଟ୍ ମିଶନର ସମ୍ପ୍ରସାରଣ, କୃଷକ ଓଡ଼ିଶା ପୋର୍ଟାଲର ଆରମ୍ଭ, ଚାଷୀ ଓ କୃଷି ଉଦ୍ୟୋଗୀଙ୍କ ପାଇଁ ସିଙ୍ଗଲୱିଣ୍ଡୋ ସୁବିଧା ନିମନ୍ତେ ସୁଗମ ପୋର୍ଟାଲର ଆରମ୍ଭ, ପୁରସ୍କାର ବିତରଣୀ, କୃଷକ ଉତ୍ପାଦନ ଗ୍ରୁପ୍ ଗଠନ ନିମନ୍ତେ କାର୍ଯ୍ୟକ୍ରମ ଆଦିର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ସାଢ଼େ ୧ଟାରେ ନୂଆଦିଲ୍ଲୀରୁ ଫେରିବା ପରେ ସନ୍ଧ୍ୟାରେ ନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ‘କାଳିଆ’ ସହାୟତା ବଂଟନ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡ଼ିଛି । ଏହାସହିତ ରାଜ୍ୟସ୍ତରୀୟ ଅକ୍ଷି ମୁଠି ଅନୁକୂଳ କାର୍ଯ୍ୟ ଭୁବନେଶ୍ୱରର ବରମୁଣ୍ଡାଠାରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଦ୍ୱାରା ସମ୍ପାଦିତ ହେବାର କାର୍ଯ୍ୟକ୍ରମ ରହିଛି ।

Advertisment
Kalia Scheme
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe