ଟୁନିସିଆ ରାଷ୍ଟ୍ରପତିଙ୍କ ଦେହରକ୍ଷୀଙ୍କ ବସରେ ବୋମା ବିସ୍ଫୋରଣ: ୧୨ ମୃତ, ୨୦ ଗୁରୁତର

ଟୁନିସ୍: ଟୁନିସିଆର ରାଷ୍ଟ୍ରପତିଙ୍କ ଦେହରକ୍ଷୀମାନଙ୍କ ଏକ ବସ୍ ଉପରେ ବୁଧବାର ହୋଇଥିବା ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଟୁନିସିଆର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଜଣେ ମୁଖପାତ୍ର ମୋଏଜ୍ ସିନାଓଇ କହିଛନ୍ତି ଯେ ବସଟିକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା। ଟୁନିସର ମହମ୍ମଦ ବି ଏଭିନ୍ୟୁ ଅଞ୍ଚଳରେ ବସଟି ଉପରେ ବୋମା ଫିଙ୍ଗି ଆକ୍ରମଣ କରାଯାଇଥିଲା। ଫଳରେ ବସରେ ଥିବା ଏଜେଣ୍ଟମାନଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା […]

bus

Rakesh Mallick
  • Published: Wednesday, 25 November 2015
  • , Updated: 04 May 2017, 03:44 PM IST

ଟୁନିସ୍: ଟୁନିସିଆର ରାଷ୍ଟ୍ରପତିଙ୍କ ଦେହରକ୍ଷୀମାନଙ୍କ ଏକ ବସ୍ ଉପରେ ବୁଧବାର ହୋଇଥିବା ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ଟୁନିସିଆର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଜଣେ ମୁଖପାତ୍ର ମୋଏଜ୍ ସିନାଓଇ କହିଛନ୍ତି ଯେ ବସଟିକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା। ଟୁନିସର ମହମ୍ମଦ ବି ଏଭିନ୍ୟୁ ଅଞ୍ଚଳରେ ବସଟି ଉପରେ ବୋମା ଫିଙ୍ଗି ଆକ୍ରମଣ କରାଯାଇଥିଲା। ଫଳରେ ବସରେ ଥିବା ଏଜେଣ୍ଟମାନଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଆହତ ହୋଇଛନ୍ତି। ଏହି ଘଟଣା ପରେ ସାରା ଦେଶରେ ଜରୁରୀକାଳୀନ ସ୍ଥିତି ଜାରି କରି ଦିଆଯାଇଛି। ଏହା ସହିତ ଟୁନିସିଆରେ କର୍ଫ୍ୟୁ ଜାରି କରାଯାଇଛି।

ଏହି ଆକ୍ରମଣ ପରେ ଟୁନିସିଆ ରାଷ୍ଟ୍ରପତି ତାଙ୍କର ସ୍ୱିଜରଲ୍ୟାଣ୍ଡ୍ ଗସ୍ତକୁ ବାତିଲ କରି ଦେଇଛନ୍ତି।

ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ଅନ୍ୟପକ୍ଷରେ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଏହି ଆକ୍ରମଣ କରି ଥାଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ବର୍ଷ ଟୁନିସିଆରେ ଆଉ ଦୁଇଟି ଆତଙ୍କୀ ହମଲା ହୋଇଥିଲା। ଉକ୍ତ ଦୁଇଟି ଆକ୍ରମଣ ପାଇଁ ଇସଲାମିକ୍ ଷ୍ଟେଟ୍ ନିଜକୁ ଦାୟୀ କରିଥିଲା।

Related story