ଆମ ଇତିହାସ ଆମେ ଲେଖିବା ଉଚିତ୍‌: ଅମିତ ଶାହ

ନୂଆଦିଲ୍ଲୀ: ହଜାରେ ବର୍ଷ ଯାଏଁ ନିଜ ସଂସ୍କୃତି, ଭାଷା ଏବଂ ଧର୍ମ ପାଇଁ ଲଢେଇ ଲଢିଛି। ଯାହା କେବେ ବ୍ୟର୍ଥ ଯାଇ ନାହିଁ । ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଯେ,  ଏହି ଯୁଦ୍ଧରେ ବଳିଦାନ ଦେଇଥିବା ମହାନ ଆତ୍ମାମାନେ ଆଜି ଭାରତର ପୁନଃଉତ୍‌ଥାନକୁ ଦେଖି ଶାନ୍ତି ପାଉଥିବେ । ଅମିତ ଶାହ ଦିଲ୍ଲୀରେ ‘ମହାରାଣା: ସହସ୍ର ବର୍ଷର ଧର୍ମଗୁରୁ’ ପୁସ୍ତକର ଉନ୍ମୋଚନ କରିବା ପରେ ଏହା କହିଛନ୍ତି। ଏହି ଅବସରରେ […]

amit saha

amit saha

Tapas Behera
  • Published: Friday, 10 June 2022
  • Updated: 10 June 2022, 08:54 PM IST

Sports

Latest News

ନୂଆଦିଲ୍ଲୀ: ହଜାରେ ବର୍ଷ ଯାଏଁ ନିଜ ସଂସ୍କୃତି, ଭାଷା ଏବଂ ଧର୍ମ ପାଇଁ ଲଢେଇ ଲଢିଛି। ଯାହା କେବେ ବ୍ୟର୍ଥ ଯାଇ ନାହିଁ । ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଯେ,  ଏହି ଯୁଦ୍ଧରେ ବଳିଦାନ ଦେଇଥିବା ମହାନ ଆତ୍ମାମାନେ ଆଜି ଭାରତର ପୁନଃଉତ୍‌ଥାନକୁ ଦେଖି ଶାନ୍ତି ପାଉଥିବେ । ଅମିତ ଶାହ ଦିଲ୍ଲୀରେ ‘ମହାରାଣା: ସହସ୍ର ବର୍ଷର ଧର୍ମଗୁରୁ’ ପୁସ୍ତକର ଉନ୍ମୋଚନ କରିବା ପରେ ଏହା କହିଛନ୍ତି। ଏହି ଅବସରରେ ସେ ବର୍ତ୍ତମାନର ଇତିହାସକାର ଏବଂ ଲେଖକଙ୍କୁ ଆହ୍ୱାନ ଦେଇ ଦେଶର ଗୌରବଶାଳୀ ଇତିହାସ ବାବଦରେ ଲୋକଙ୍କ ଜଣାଇବାକୁ କହିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଏବେ ଆମେ ସ୍ୱାଧୀନ।  ଆମେ ଆମର ଇତିହାସ ନିଜେ ଲେଖିପାରିବା । ଶାହ କହିଛନ୍ତି, କୌଣସି ସମାଜ ନିଜର ଉଜ୍ଜଳ ଭବିଷ୍ୟତ ପାଇଁ ନିଜ ଇତିହାସରୁ ପ୍ରେରଣା ନେବା ଦରକାର।  ଶିକ୍ଷା ନେବା ବି ଜରୁରୀ। ନିଜର ଇତିହାସରୁ ଶିକ୍ଷା ନେଇ ଭବିଷ୍ୟତର ରାସ୍ତା ପ୍ରଶସ୍ତ କରିବା ଦରକାର ।

ସେ ଅରହୁରୀ କହିଛନ୍ତି ଯେ, ଇତିହାସରେ ଅନେକ ସାମ୍ରାଜ୍ୟ ହୋଇଛି, କିନ୍ତୁ ଇତିହାସର ଲେଖକମାନେ କେବଳ ମୋଗଲ ସାମ୍ରାଜ୍ୟ କଥା ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ପାଣ୍ଡ୍ୟା ସାମ୍ରାଜ୍ୟ ୮୦୦ ବର୍ଷ ଯାଏଁ ଚାଲିଥିଲା, ଆସାମର ଅହୋମ ସାମ୍ରାଜ୍ୟର ଇତିହାସ ୬୫୦ ବର୍ଷର । ଏହି ସାମ୍ରାଜ୍ୟ ବଖତିଆର ଖିଲଜୀଠୁ ଆରମ୍ଭ କରି ଔରଙ୍ଗଜେବଙ୍କୁ ପରାସ୍ତ କରି ଆସାମକୁ ସ୍ୱାଧୀନ ରଖିଥିଲେ। ଶାହ କହିଛନ୍ତି, ଏହିପରି ପଲ୍ଲବ ସାମ୍ରାଜ୍ୟ ୬୦୦ ବର୍ଷ, ଚାଲୁକ୍ୟ ସାମ୍ରାଜ୍ୟ ୬୦୦ ବର୍ଷ, ମୌର୍ଯ୍ୟ ସାମ୍ରାଜ୍ୟ ୫୦୦ ବର୍ଷ ଏବଂ ଗୁପ୍ତ ସାମ୍ରାଜ୍ୟ ୪୦୦ ବର୍ଷ ଯାଏଁ ଶାସନ କରିଥିଲେ। କିନ୍ତୁ ଏହି ସବୁ ସାମ୍ରାଜ୍ୟ ବିଷୟରେ କୌଣସି ପୁସ୍ତକ ଲେଖା ଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos