ଏସବୁ ସମସ୍ୟା ଅଛି କି? ଶୋଇବା ପୂର୍ବରୁ ନାହିରେ ଲଗାନ୍ତୁ ତେଲ

ନାହି ବା ନାଭିରେ ତେଲ ଲଗାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ଶରୀରର ଏହି ସ୍ଥାନରେ ଶୋଇବା ପୂର୍ବରୁ ତଥା ଗାଧୋଇବା ପୂର୍ବରୁ ତେଲ ଲଗାଇଲେ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଥାଏ। ଆୟୁର୍ବେଦ ଅନୁସାରେ ନାହି ଶରୀରର ସମସ୍ତ କ୍ରିୟା ଗୁଡ଼ିକୁ ନିୟନ୍ତ୍ରଣ କରିଥାଏ। ତେବେ ଆସନ୍ତୁ ଜାଣିବା ନାହିରେ ତେଲ ଲଗାଇବା ଦ୍ୱାରା ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ। ବ୍ରଣ ଦାଗ ଦୂର କରେ ତ୍ୱଚାର ବଡ଼ ସମସ୍ୟା […]

oil

Rakesh Mallick
  • Published: Friday, 01 December 2017
  • , Updated: 01 December 2017, 12:44 PM IST

ନାହି ବା ନାଭିରେ ତେଲ ଲଗାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ଶରୀରର ଏହି ସ୍ଥାନରେ ଶୋଇବା ପୂର୍ବରୁ ତଥା ଗାଧୋଇବା ପୂର୍ବରୁ ତେଲ ଲଗାଇଲେ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଥାଏ। ଆୟୁର୍ବେଦ ଅନୁସାରେ ନାହି ଶରୀରର ସମସ୍ତ କ୍ରିୟା ଗୁଡ଼ିକୁ ନିୟନ୍ତ୍ରଣ କରିଥାଏ। ତେବେ ଆସନ୍ତୁ ଜାଣିବା ନାହିରେ ତେଲ ଲଗାଇବା ଦ୍ୱାରା ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ।

ବ୍ରଣ ଦାଗ ଦୂର କରେ

ତ୍ୱଚାର ବଡ଼ ସମସ୍ୟା ହେଲା ବ୍ରଣ। ମୁହଁରୁ ବ୍ରଣ ଦାଗ ଦୂର କରିବା ପାଇଁ ଲୋକେ ଅନେକ ଉପାୟ ଆପଣାଇଥାନ୍ତି । ଶୋଇବା ପୂର୍ବରୁ ନାହିରେ ଅଳ୍ପ ନିମ୍ୱ ତେଲ ଲଗାଇଲେ ଅଳ୍ପ ଦିନରେ ମୁହଁରେ ଥିବା ବ୍ରଣ ଦାଗ ଦୂର ହୋଇଥାଏ।

ତ୍ୱଚାକୁ ଉଜ୍ଜ୍ୱଳ କରେ

ତ୍ୱଚାର ଉଜ୍ଜ୍ୱଳତା ବଢାଇବାକୁ ଚାହୁଁଥିଲେ ଅଧିକ କିଛି କରିବାର ଆବଶ୍ୟକତା ନାହିଁ। ଶୋଇବା ପୂର୍ବରୁ ନାଭିରେ ଅଳ୍ପ ବାଦାମ ତେଲ ଲଗାନ୍ତୁ।  ମୁହଁରେ ଚମକ ବଢ଼ିବ।

ଫଟା ଓଠକୁ ସୁନ୍ଦର ଓ ମୁଲାୟମ କରେ

ଶୀତଦିନରେ ଓଠ ଫାଟିବା ପରି ସମସ୍ୟା ଦେଖାଯାଇଥାଏ।  ଓଠ ଫାଟିବା ପରି ସମସ୍ୟା ଭୋଗୁଥିଲେ ରାତିରେ ଶୋଇବା ପୂର୍ବରୁ ନାଭିରେ ଅଳ୍ପ ସୋରିଷ ତେଲ ଲଗାଇ ଦିଅନ୍ତୁ ।

ତ୍ୱଚାକୁ କୋମଳ କରେ

ତ୍ୱଚାକୁ କୋମଳ କରିବାକୁ ଚାହୁଁଥିଲେ ରାତିରେ ଶୋଇବା ପୂର୍ବରୁ ନାଭିରେ ଘିଅ କିମ୍ୱା ଗାଈ କ୍ଷୀର ଲଗାନ୍ତୁ ।

ଶୁଷ୍କ ତ୍ୱଚାରୁ ମୁକ୍ତି ଦିଏ

ଶୀତ ଦିନରେ ଓଠ ଫାଟିବା ସହ ତ୍ୱଚା ଶୁଷ୍କ ମଧ୍ୟ ହୋଇଯାଏ। ଶୁଷ୍କ ତ୍ୱଚା କାରଣରୁ ଗାଲ ଓ ମଥା ଫାଟିବାକୁ ଲାଗେ। ଏହିପରି ସମସ୍ୟା ଭୋଗୁଥିଲେ ମଏଶ୍ଚରାଇଜର ସହ ଶୋଇବା ପୂର୍ବରୁ ନାଭିରେ ନଡିଆ ତେଲ ଲଗାନ୍ତୁ ।

Related story