ଲଲିପପ ଖାଅ, ଘରେ ବସ

ରାଜ୍ୟସଭା ଥୋପ ଦେଇଥିଲେ ମୁଖିଆ। ଆଉ ଶେଷ ଯାଏ ବି ଆଶା ବି ରଖିଥିଲେ। ଟିକେ ଦିଲ୍ଲୀ ଯାଇ ବୁଲି ଆସିବାକୁ ମନ ବଳାଇଥିବା ଦୁଇ ପୁରୁଖାନେତାଙ୍କୁ ଅଳ୍ପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ମିଳିଛି ଯୋଜନା ବୋର୍ଡ ସଭ୍ୟ ପଦ। ଏହି ପଦକୁ ଧରି ଉଭୟ ନେତା ଘରେ ବସିବେ। ନାମକୁ ମାତ୍ର କ୍ୟାବିନେଟ ପାହ୍ୟା ପାଇବେ। ହେଲେ ଆଉ ଉଭୟ ନେତାଙ୍କ ଦବଦବା ରହିବ ନାହିଁ।