Advertisment

ଆଜି ବି ରେକର୍ଡ କରିବ କି ବାରିପଦା

ଗତକାଲି ରାଜ୍ୟରେ ତାପମାତ୍ରା ୪୫ ଛୁଇଁଥିଲା, ଯାହା ଚଳିତ ବର୍ଷ ପ୍ରଥମ ଥର ପାଇଁ ଘଟିଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Baripada

Baripada

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ସକାଳୁ ସକାଳୁ ଅସହ୍ୟ ତାତି ଅନୁଭୂତ ହୋଇଛି। ଗତକାଲି ତାତିରେ ଦେଶରେ ପ୍ରଥମ ତଥା ଏସିଆ ମହାଦେଶରେ ତୃତୀୟ ସ୍ଥାନରେ ରହିଥିବା ବାରିପଦାରେ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୫.୨ ଡିଗ୍ରୀ ଛୁଇଁଥିଲା। ବାରିପଦା ସହିତ ବୌଦ୍ଧରେ ମଧ୍ୟ ତାପମାତ୍ରା ୪୫.୨ ଡିଗ୍ରୀ ରହିଥିଲା। ଏହା ସହିତ ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଥିଲା।

Advertisment

ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ବଲାଙ୍ଗିରରେ ତାପମାତ୍ରା ୩୫.୪ ଡିଗ୍ରୀ ରହିଥିବା ବେଳେ ଭଦ୍ରକରେ ୩୫, ଯାଜପୁରରେ ୩୪.୮,ଭବାନୀପାଟଣାରେ ୩୪.୪, ଝାରସୁଗୁଡ଼ାରେ ୩୪.୪, କେନ୍ଦୁଝରରେ ୩୪, କଟକରେ ୩୪, ରାଉରକେଲାରେ ୩୩.୮, ଫୁଲବାଣୀରେ ୩୩.୬, ନୟାଗଡ଼ରେ ୩୩, ଟିଟିଲାଗଡ଼ରେ ୩୩ ଓ ଭୁବନେଶ୍ୱରରେ ୩୨.୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୋଳ ଜିଲ୍ଲାର କିଛି ସ୍ଥାନରେ ଆଜି ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଯାଜପୁର, ଢେଙ୍କନାଳ, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଦେଖାଦେଇପାରେ।

Advertisment

ଅନ୍ୟପକ୍ଷରେ ଆଜି କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରା ଗୋଟିଏ ବା ଦୁଇଟି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ବିଜୁଳି ମାରିବା ସହିତ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଗତକାଲି ରାଜ୍ୟରେ ୩୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିଥିଲା। ସେଥିମଧ୍ୟରୁ ୧୩ଟି ସହରର ତାପମାତ୍ରା ୪୩ ଡିଗ୍ରୀ ବା ତା’ ଉପରେ ରହିଥିଲା।

Heat Wave Heat Wave In Odisha Weather Report Weather Update Weather News