Advertisment

ପ୍ରଚଣ୍ଡ ତାତି: ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ

ଆଜି ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ରହିପାରେ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ।

author-image
Jitendra Garnayak
ଅଦ୍ୟତନ ହୋଇଛି
Bhubaneswar

Bhubaneswar

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଅନୁଭୂତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି ଅପରାହ୍ନ ଅଢ଼େଇଟା ସୁଦ୍ଧା ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ, ବାଲେଶ୍ୱରରେ ୪୨.୨, ସମ୍ବଲପୁରରେ ୪୧.୭, ହୀରାକୁଦରେ ୪୧.୪, ଚାନ୍ଦବାଲିରେ ୪୧.୨, କେନ୍ଦୁଝର ୪୦.୯ ଓ ରାଉରକେଲାରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Advertisment

ଆଜି ସକାଳୁ ହିଁ ଜଣାପଡ଼ିଥିଲା ବହୁତ ଖରା ହେବ। ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରର ତାପମାତ୍ରା ୩୫.୮ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଅନୁଗୋଳରେ ୩୫, ବାଲେଶ୍ୱରରେ ୩୫, ଜଗତସିଂହପୁରରେ ୩୪.୮, ଭବାନୀପାଟଣାରେ ୩୪, ବାରିପଦାରେ ୩୪, ହୀରାକୁଦରେ ୩୩.୬, ରାଉରକେଲାରେ ୩୩.୬, ଭୁବନେଶ୍ୱରରେ ୩୩.୪, ସମ୍ବଲପୁରରେ ୩୩.୨, ଟିଟିଲାଗଡ଼ରେ ୩୩.୨, କଟକରେ ୩୩, ଝାରସୁଗୁଡ଼ାରେ ୩୨.୬ ଓ କେନ୍ଦୁଝରରେ ୩୨.୬ ଡିଗ୍ରୀ ରହିଥିଲା।

ସେହିପରି ଦିନ ସାଢ଼େ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଟପିଥିଲା ୪ଟି ସହରର ପାରଦ। ଭୁବନେଶ୍ୱର ଓ ବାଲେଶ୍ୱରରେ ତାପମାତ୍ରା ୪୦.୬ ଡିଗ୍ରୀ ରହିଥିଲା। ସେହିପରି ତେବେ ଚାନ୍ଦବାଲିରେ ୪୦ ଡିଗ୍ରୀ, ଝାରସୁଗୁଡ଼ାରେ ୪୦, ସମ୍ବଲପୁରରେ ୩୯.୭, ହୀରାକୁଦରେ ୩୮.୬ ଓ ରାଉରକେଲାରେ ୩୭.୯ ଡିଗ୍ରୀ ରହିଥିଲା।

Advertisment

ଆଜି ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ରହିପାରେ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ଆସନ୍ତାକାଲି ମଧ୍ୟ ଭୁବନେଶ୍ୱରର ସର୍ବୋଚ୍ଚ ଦିନ ତାପମାତ୍ରା ୪୪ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ପୂର୍ବରୁ ଗତ ୫ ତାରିଖରେ ଭୁବନେଶ୍ୱରର ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ରହିଥିଲା। ଆସନ୍ତା ୨୨ ତାରିଖରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Heat Wave Heat Wave In Odisha