Advertisment

ବର୍ଷିବ, ବିଜୁଳି ମାରିବ: ୩ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ପାଗକୁ ଦେଖି ଲୋକମାନେ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅଦ୍ୟତନ ହୋଇଛି
Rain

Rain

Advertisment

ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିବା ବେଳେ ଆଜି ୩ ଘଣ୍ଟା ପାଇଁ ୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ସକାଳ ୯ଟା ୪୦ ମିନିଟ୍‌ରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତ୍ତର୍କ ସୂଚନା ଜାରି କରାଯାଇଛି। ଏଥିରେ କୁହାଯାଇଛି, ଆଗାମୀ ୩ ଘଣ୍ଟାରେ ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପାଗକୁ ଦେଖି ଲୋକମାନେ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଆଜି ଭୋରରେ କେନ୍ଦୁଝରରେ ପବନ ଓ ବର୍ଷା ହୋଇଥିଲା। ଅନ୍ୟପକ୍ଷରେ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱର ଓ ସମ୍ବଲପୁରର ତାପମାତ୍ରା ୩୧.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୧ ଡିଗ୍ରୀ, ପାରାଦୀପରେ ୩୦.୬, ହୀରାକୁଦରେ ୩୦.୪, ରାଉରକେଲାରେ ୩୦, ଝାରସୁଗୁଡ଼ାରେ ୩୦, ପୁରୀରେ ୨୯.୬, ବାଲେଶ୍ୱରରେ ୨୯.୬, ଗୋପାଳପୁରରେ ୨୮.୨ ଓ କେନ୍ଦୁଝରରେ ୨୬ ଡିଗ୍ରୀ ରହିଥିଲା।

Advertisment

ଗତକାଲି ରାଜ୍ୟର ୨୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସେଥିରୁ ୪ଟିର ତାପମାତ୍ରା ୪୩ ଡିଗ୍ରୀ ବା ତା’ ଉପରେ ରହିଥିଲା। 

Rain Alert Weather Update Weather Forecast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe