Advertisment

ଅସହ୍ୟ ତାତି: ୪ ସହରର ତାପମାତ୍ରା ୪୩ ଡିଗ୍ରୀ ଛୁଇଁଲା

୪୩.୫ ଡିଗ୍ରୀ ସହିତ ଆଜି ଅନୁଗୋଳ ପାଲିଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର।

author-image
Jitendra Garnayak
ଅଦ୍ୟତନ ହୋଇଛି
undefined

Heat Wave

ଶୁକ୍ରବାର କେବଳ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଛୁଇଁଥିବା ବେଳେ ଶନିବାର ୪ଟି ସହରର ତାପମାତ୍ରା ୪୩ ଡିଗ୍ରୀ ବା ତା’ ଉପରେ ରହିଛି। ୪୩.୫ ଡିଗ୍ରୀ ସହିତ ଆଜି ଅନୁଗୋଳ ପାଲିଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ରାଜ୍ୟରେ ଆଜି ୨୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରେକର୍ଡ କରାଯାଇଛି।

Advertisment

ମାଲକାନଗିରିରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ଓ ଟିଟିଲାଗଡ଼ରେ ୪୩ ଡିଗ୍ରୀ ରହିଥିଲା। ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ଗତକାଲି ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ଛୁଇଁଥିବା ବେଳେ ଆଜି ଏହା ୩୯.୬ ଡିଗ୍ରୀକୁ ଖସି ଆସିଛି। କଟକରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦.୧ ଡିଗ୍ରୀ ରହିଥିଲା। 

ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରଗଡ଼ରେ ୪୦.୪, ସମ୍ବଲପୁରରେ ୪୧.୭, ସୁନ୍ଦରଗଡ଼ରେ ୪୦.୮, ହୀରାକୁଦରେ ୪୧.୧, ତାଳଚେରରେ ୪୨, ଭବାନୀପାଟଣାରେ ୪୨.୮, ବଲାଙ୍ଗିରରେ ୪୨.୩, ଫୁଲବାଣୀରେ ୪୧.୧, ସୋନପୁରରେ ୪୧.୨, ନୟାଗଡ଼ରେ ୪୨.୩, ପାରଳାଖେମୁଣ୍ଡିରେ ୪୨, ଢେଙ୍କାନାଳରେ ୪୧, ବରଗଡ଼ରେ ୪୦.୨, ନୂଆପଡ଼ାରେ ୪୦, ଖୋର୍ଦ୍ଧାରେ ୪୦.୫, କେନ୍ଦ୍ରାପଡ଼ାରେ ୪୦ ଓ ରାଉରକେଲାରେ ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମ୍ ରହିବ। କେବଳ ବଲାଙ୍ଗିର, ଭବାନୀପାଟଣା ଓ ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ। ନବରଙ୍ଗପୁର, ନୂଆପଡ଼ା, ଟିଟିଲାଗଡ଼, ରାୟଗଡ଼ା, ପାରଳାଖେମୁଣ୍ଡି, ବୌଦ୍ଧ, ନୟାଗଡ଼, ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ରହିପାରେ। ସେହିପରି ଭୁବନେଶ୍ୱର ଓ କଟକରେ ଆସନ୍ତାକାଲି ତାପମାତ୍ରା ଯଥାକ୍ରମେ ୩୭ ଓ ୩୮ ଡିଗ୍ରୀକୁ ଖସି ଆସିବ।  

ରବିବାର (ଏପ୍ରିଲ ୭) ଓ ସୋମବାର (ଏପ୍ରିଲ ୮) ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ସୋମବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଅନୁଗୋଳ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ କଟକ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ କୁଆ ପଥର ବର୍ଷା ହୋଇପାରେ। ସେଥିପାଇଁ ଏହି ସବୁ ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଏହି ସମୟ ମଧ୍ୟରେ ଅନୁଗୋଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, କଟକ, ଖୋଦ୍ଧାଆ, ବୌଦ୍ଧ, ମୟୂରଭଞ୍ଜ, ଦେବଗଡ଼ ଓ ନୟାଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି।

ସୋମବାର (ଏପ୍ରିଲ ୮) ସକାଳ ସାଢ଼େ ୮ଟାରୁ ମଙ୍ଗଳବାର ସକାଳ ସାଢ଼େ ୮ଟା ମଧ୍ୟରେ କନ୍ଧମାଳ, ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ଏହି ସମୟ ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ।

Heat Wave Weather Report Weather News