Advertisment

ତାତିରୁ ମଳିବ ଆଶ୍ୱସ୍ତି! ପାଣିପାଗ ବିଭାଗ କରିଛି ଏମିତି ପୂର୍ବାନୁମାନ

ଗତକାଲି ୨୬ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରିଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Umbrella

Umbrella

କମି ପାରେ ଦିନର ତାତି। ଲୋକଙ୍କୁ ମିଳିପାରେ ତାତିରୁ ଆଶ୍ୱସ୍ତି। ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Advertisment

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ X କରି କୁହାଯାଇଛି- କମିବ ଦିନର ତାତି!! ତାତିରୁ ମିଳିବ ଆଶ୍ୱସ୍ତି!! ଆଗାମୀ ଦୁଇ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ୩ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରାରେ ହ୍ରାସ ଘଟିବା ସମ୍ଭାବନା ରହିଛି। 

ସେହିପରି ଅନ୍ୟ ଏକ X ପୋଷ୍ଟରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆଗାମୀ ୨୪ ଘଣ୍ଟାରେ ଉପକୂଳ ସମେତ କିଛି ପାଶ୍ୱବର୍ତ୍ତୀ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। 

Advertisment

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଗତକାଲି ୨୬ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରିଥିଲା। ୪୪.୬ ଡିଗ୍ରୀ ସହିତ ବୌଦ୍ଧ ପାଲଟିଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ୭ଟି ସହରର ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା।  ଟ୍ୱିନ୍ ସିଟି (କଟକ ଓ ଭୁବନେଶ୍ୱର)ରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିଲା। 

Heat Wave Heat Wave In Odisha Weather Update Weather News Weather Forecast