ଭୁବନେଶ୍ୱର ଲୋକସେବା ଭବନରେ ପୁଣି ଅଗ୍ନିକାଣ୍ଡ ଘଟିଛି। ଏସ୍ସି/ଏସ୍ଟି ବିଭାଗ ଛାତ ଉପର ଥିବା ଏସି କଂପ୍ରେସରରେ ନିଆଁ ଲାଗି ଯାଇଛି। ନିଆଁକୁ ନିୟନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି।
ତେବେ ନିଆଁ କିପରି ଲାଗିଲା ତାହା ଜଣାପଡ଼ିନାହିଁ। ସର୍ଟ ସର୍କିଟରୁ ଲାଗିଲା ନା ଆଉ କିଛି କାରଣ ଅଛି ଜଣାପଡ଼ି ନାହିଁ। ନିଆଁ ଲାଗି ଲୋକସଭାରେ କ’ଣ କ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଏହି ସମୟରେ କେହି କର୍ମଚାରୀ ଥିଲେ ନାହିଁ ତାହା ମଧ୍ୟ ଜଣାପଡ଼ିନାହିଁ।
ସୂଚନାଯୋଗ୍ୟ, କିଛି ଦିନ ତଳେ ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାର ପ୍ରଥମ ମହଲାରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ।